ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ) ଭାବେ ମଧ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସଫଳତାର ସଫଳ କାହାଣୀକୁ ସମସ୍ତଙ୍କ ସହ ଶେୟାର କରିବା ପାଇଁ ମେଟା ପକ୍ଷରୁ ନିକଟରେ ସ୍ଥାନୀୟ ପାତ୍ରପଡାଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର କ୍ରିଏଟରମାନେ ରିଲ୍ସର ଗ୍ଲୋବାଲ ଭୂମିକାକୁ ପାଳନ କରିବା ଉଦ୍ଦେଶ୍ୟରେ ସେଠାରେ ଏକତ୍ର ହୋଇଥିଲେ। ଏପରିକି ଉକ୍ତ ସମାରୋହରେ ସବୁ ବର୍ଗର କ୍ରିଏଟରମାନେ ଯୋଗ ଦେଇଥିଲେ। ସେହିଭଳି ଇନଷ୍ଟାଗ୍ରାମ ଓ ଫେସବୁକର ରିଲ୍ସ ହେଉଛି ଏକ ବିଶ୍ୱସ୍ତରୀୟ ପର୍ଯ୍ୟାୟ ଓ ମେଟାର ପ୍ଲାଟଫର୍ମରେ ଲୋକ ଓ ବ୍ୟବସାୟ ପାଇଁ ସର୍ବୋତ୍ତମ ସ୍ଥାନ ହାସଲ କରିଛି। ଓଡ଼ିଶାର ବିଭିନ୍ନ ବିଷୟ ବସ୍ତୁକୁ କ୍ରିଏଟରମାନେ ରିଲ୍‌ସରେ ସୁନ୍ଦର ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏପରିକି ଟ୍ରେଣ୍ଡ ସୃଷ୍ଟି ସହ ଇନଷ୍ଟାଗ୍ରାମ ତଥା ଫେସବୁକରେ ଏକ ସ୍ଥାନୀୟ ତଥା ରାଷ୍ଟ୍ରୀୟ ଗୋଷ୍ଠୀ ମଧ୍ୟ ଗଠନ କରୁଛନ୍ତି। ଏ ସମ୍ପର୍କରେ ଫେସବୁକ ଇଣ୍ଡିଆ(ମେଟା)ର ମୁଖ୍ୟ-କ୍ରିଏଟର ପାର୍ଟନରଶିପ ଅଙ୍କୁର ବୈଶ କହିଛନ୍ତି, ଆଜି ରିଲ୍ସ ହେଉଛି ଏକ ଗ୍ଲୋବାଲ ପ୍ଲାଟଫର୍ମ, ଯେଉଁଥିରେ ଓଡ଼ିଶାର କ୍ରିଏଟରମାନେ ସେମାନଙ୍କ ସୃଜନଶୀଳତାର ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସମାରୋହ ଜରିଆରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରିବା ଓ ପରସ୍ପର ସହ ସହଯୋଗିତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆମେ ମଧ୍ୟ ଆଶା କରୁ ଯେ ଏହି ପ୍ଲାଟଫର୍ମ ନେଟୱର୍କିଂ ଅଧିକ ସଦୃଢ ହୋଇ ପ୍ରତିଷ୍ଠିତ ତଥା ଉଦୀୟମାନ କ୍ରିଏଟରଙ୍କ ପ୍ରତିଭାକୁ ଦ୍ୱିଗୁଣିତ କରିବ ବୋଲି ବୈଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri