କଠିନ ବର୍ଜ୍ୟରେ ଭର୍ତ୍ତି ଦୟା ଓ୍ବେଷ୍ଟ କେନାଲ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବଡ଼ଗଡ଼ରୁ ପଳାଶୁଣୀ ପର୍ଯ୍ୟନ୍ତ ଲମ୍ବିଥିତ୍ବା ଦୟା ଓ୍ବେଷ୍ଟ କେନାଲ ଦିନେ ଭୁବନେଶ୍ୱରବାସୀଙ୍କ ଦୈନନ୍ଦିନ କାର୍ଯ୍ୟରେ ଲାଗୁଥିବାବେଳେ ବର୍ତ୍ତମାନ ଏହା ନାଳରେ ପରିଣତ ହୋଇଛି। ଏଥିରେ କେବଳ ଯେ ମଇଳା ତଥା ଆବର୍ଜନାଯୁକ୍ତ ପାଣି ପ୍ରବାହିତ ହେଉଛି ତାହା ନୁହେଁ, କଠିନ ବର୍ଜ୍ୟରେ ପୋତି ହେବାରେ ଲାଗିଛି। ଏପରିକି ଅଧିକାଂଶ ସ୍ଥାନରେ ସରକାରୀ ଓ ବେସରକାରୀ ଜବରଦଖଲ ଯୋଗୁ ଏହା ସତ୍ତା ହରାଇବାକୁ ବସିଛି। ଜଳାଶୟଗୁଡ଼ିକର ପୁନରୁଦ୍ଧାର କଥା କହି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଭୁବନେଶ୍ୱର ମହାନଗର ନିଗମ(ବିଏନିସି) ଦୟାୱେଷ୍ଟ କେନାଲକୁ ନଳାରେ ପରିବର୍ତ୍ତନ କରିଦେଇଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ସହରର ଆବର୍ଜନାକୁ ଏହି କେନାଲକୁ ଛଡ଼ାଯାଇ ବଡ଼ ଡ୍ରେନରେ ପରିଣତ କରିଦିଆଯାଇଛି। କିଛିବର୍ଷ ତଳେ କାଚକେନ୍ଦୁ ଭଳି ପାଣି ପ୍ରବାହିତ ହେଉଥିବା ଏହି କେନାଲରେ ଏବେ କଳା ଦୁର୍ଗନ୍ଧଯୁକ୍ତ ପାଣି ସହରର ପରିବେଶ ଓ ସୌନ୍ଦର୍ଯ୍ୟକୁ ଅଟ୍ଟହାସ୍ୟ କରୁଛି। ଏହି ଐତିହ୍ୟ କେନାଲର ଧ୍ବଂସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ପ୍ରତିଦିନ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ସହ ଅନ୍ୟାନ୍ୟ କଠିନ ବର୍ଜ୍ୟ ଏଠାରେ ପକାଯାଉଛି। ନାଳ ସାରା ଦଳ ଭର୍ତ୍ତି ହୋଇରହିଛି। ସେହିପରି ବିଭିନ୍ନ ସ୍ଥାନରେ କେନାଲ ଉପରକୁ ବସ୍ତି ଘର ମାଡ଼ି ଆସିଛି। ଆବର୍ଜନା ଗଦାରେ କେନାଲ ଚାରିକଡ଼ ପୋତି ହୋଇ ଡ୍ରେନ୍‌ ଭଳି ଅଣଓସାର ହେବାରେ ଲାଗିଛି। ପ୍ରାୟ ୪୦ଫୁଟ ଓସାରର କେନାଲ ଏବେ ୨୦ଫୁଟକୁ ଆସିଗଲାଣି। ସେହିପରି ୧୫ ଫୁଟରୁ ଅଧିକ ଗଭୀର ପୋତିହୋଇ ୫ଫୁଟ ହୋଇଗଲାଣି। ଜିଜିପି କଲୋନୀ ଛକରେ କେନାଲ ଉପରେ ବ୍ରିଜ ନିର୍ମାଣ କରାଯାଇଥିବାବେଳେ ରାସ୍ତା ଖୋଳି ଡ୍ରେନ୍‌କୁ କେନାଲରେ ମିଶାଇ ଦିଆଯାଇଛି। ରସୁଲଗଡ଼ ଗାଁରୁ ବାହାରୁଥିବା ଆବର୍ଜନା ପାଣି ଡ୍ରେନ ଦେଇ କେନାଲରେ ମିଶୁଛି। ସେହିପରି ସ୍ଥାୟୀ ଭାବେ କେନାଲକୁ ଆର୍ବଜନା ସହ ମଇଳା ପାଣି ଛଡ଼ାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।
୨୦୧୯ରେ କେନାଲ ବନ୍ଧ କେଳା ବସ୍ତିଠାରେ ନୂତନ ବକ୍ସ ଶଙ୍ଖ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବର୍ଜ୍ୟ ପରିଚାଳନା ନେଇ କୌଣସି ସ୍ଥାୟୀ ସମାଧାନ ବାହାରିପାରିନାହିଁ। ବାରମ୍ବାର ଭଙ୍ଗାଗଢ଼ାରେ ପୁନରୁଦ୍ଧାର କାର୍ଯ୍ୟ ଅଟକୁଛି। ବିପରୀତ ପାର୍ଶ୍ୱରେ ଜବରଦଖଲ କାରଣରୁ ଉକ୍ତ ସ୍ଥାନରେ କେନାଲ ଅଛି କି ନାହିଁ, ତାହା ମଧ୍ୟ ସ୍ବଷ୍ଟ ଜଣାପଡ଼ୁନାହିଁ। ବିପଦସଂକୁଳ ଭାବେ ବସ୍ତି ଘରଗୁଡ଼ିକ ପାଣି ମଧ୍ୟରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳୁଛି। ଉପରମୁ୍‌ଣ୍ଡରୁ ବହିଆସୁଥିତ୍ବା ଅଳିଆ ଆବର୍ଜନା ଏହିଠାରେ ଠୁଳ ହେବାରେ ଲାଗିଛି। ଏକାଧିକ ସ୍ଥାନରେ ଏପରି ଜବରଦଖଲ ଦେଖିବାକୁ ମିଳୁଛି। ସବୁ ଦେଖି ମଧ୍ୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଚୁପ୍‌ ବସୁଛନ୍ତି। ଏହି ବିଷାକ୍ତ ପାଣି ଦୟାରେ ମିଶୁଥିବାରୁ ପରିବେଶବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପଟେ ଏହି କେନାଲର ନନ୍ଦନକାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଅଂଶ ଜବରଦଖଲରେ ରହିଛି। କେନାଲ ପାର୍ଶ୍ୱରେ ଏକାଧିକ ବେଆଇନ୍‌ ବସ୍ତି ଗଢ଼ିଉଠିଥିବାରୁ କେନାଲର ପୁନରୁଦ୍ଧାର ଏପରିକି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri