କଠିନ ବର୍ଜ୍ୟରେ ଭର୍ତ୍ତି ଦୟା ଓ୍ବେଷ୍ଟ କେନାଲ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବଡ଼ଗଡ଼ରୁ ପଳାଶୁଣୀ ପର୍ଯ୍ୟନ୍ତ ଲମ୍ବିଥିତ୍ବା ଦୟା ଓ୍ବେଷ୍ଟ କେନାଲ ଦିନେ ଭୁବନେଶ୍ୱରବାସୀଙ୍କ ଦୈନନ୍ଦିନ କାର୍ଯ୍ୟରେ ଲାଗୁଥିବାବେଳେ ବର୍ତ୍ତମାନ ଏହା ନାଳରେ ପରିଣତ ହୋଇଛି। ଏଥିରେ କେବଳ ଯେ ମଇଳା ତଥା ଆବର୍ଜନାଯୁକ୍ତ ପାଣି ପ୍ରବାହିତ ହେଉଛି ତାହା ନୁହେଁ, କଠିନ ବର୍ଜ୍ୟରେ ପୋତି ହେବାରେ ଲାଗିଛି। ଏପରିକି ଅଧିକାଂଶ ସ୍ଥାନରେ ସରକାରୀ ଓ ବେସରକାରୀ ଜବରଦଖଲ ଯୋଗୁ ଏହା ସତ୍ତା ହରାଇବାକୁ ବସିଛି। ଜଳାଶୟଗୁଡ଼ିକର ପୁନରୁଦ୍ଧାର କଥା କହି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଭୁବନେଶ୍ୱର ମହାନଗର ନିଗମ(ବିଏନିସି) ଦୟାୱେଷ୍ଟ କେନାଲକୁ ନଳାରେ ପରିବର୍ତ୍ତନ କରିଦେଇଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ସହରର ଆବର୍ଜନାକୁ ଏହି କେନାଲକୁ ଛଡ଼ାଯାଇ ବଡ଼ ଡ୍ରେନରେ ପରିଣତ କରିଦିଆଯାଇଛି। କିଛିବର୍ଷ ତଳେ କାଚକେନ୍ଦୁ ଭଳି ପାଣି ପ୍ରବାହିତ ହେଉଥିବା ଏହି କେନାଲରେ ଏବେ କଳା ଦୁର୍ଗନ୍ଧଯୁକ୍ତ ପାଣି ସହରର ପରିବେଶ ଓ ସୌନ୍ଦର୍ଯ୍ୟକୁ ଅଟ୍ଟହାସ୍ୟ କରୁଛି। ଏହି ଐତିହ୍ୟ କେନାଲର ଧ୍ବଂସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ପ୍ରତିଦିନ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ସହ ଅନ୍ୟାନ୍ୟ କଠିନ ବର୍ଜ୍ୟ ଏଠାରେ ପକାଯାଉଛି। ନାଳ ସାରା ଦଳ ଭର୍ତ୍ତି ହୋଇରହିଛି। ସେହିପରି ବିଭିନ୍ନ ସ୍ଥାନରେ କେନାଲ ଉପରକୁ ବସ୍ତି ଘର ମାଡ଼ି ଆସିଛି। ଆବର୍ଜନା ଗଦାରେ କେନାଲ ଚାରିକଡ଼ ପୋତି ହୋଇ ଡ୍ରେନ୍‌ ଭଳି ଅଣଓସାର ହେବାରେ ଲାଗିଛି। ପ୍ରାୟ ୪୦ଫୁଟ ଓସାରର କେନାଲ ଏବେ ୨୦ଫୁଟକୁ ଆସିଗଲାଣି। ସେହିପରି ୧୫ ଫୁଟରୁ ଅଧିକ ଗଭୀର ପୋତିହୋଇ ୫ଫୁଟ ହୋଇଗଲାଣି। ଜିଜିପି କଲୋନୀ ଛକରେ କେନାଲ ଉପରେ ବ୍ରିଜ ନିର୍ମାଣ କରାଯାଇଥିବାବେଳେ ରାସ୍ତା ଖୋଳି ଡ୍ରେନ୍‌କୁ କେନାଲରେ ମିଶାଇ ଦିଆଯାଇଛି। ରସୁଲଗଡ଼ ଗାଁରୁ ବାହାରୁଥିବା ଆବର୍ଜନା ପାଣି ଡ୍ରେନ ଦେଇ କେନାଲରେ ମିଶୁଛି। ସେହିପରି ସ୍ଥାୟୀ ଭାବେ କେନାଲକୁ ଆର୍ବଜନା ସହ ମଇଳା ପାଣି ଛଡ଼ାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।
୨୦୧୯ରେ କେନାଲ ବନ୍ଧ କେଳା ବସ୍ତିଠାରେ ନୂତନ ବକ୍ସ ଶଙ୍ଖ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବର୍ଜ୍ୟ ପରିଚାଳନା ନେଇ କୌଣସି ସ୍ଥାୟୀ ସମାଧାନ ବାହାରିପାରିନାହିଁ। ବାରମ୍ବାର ଭଙ୍ଗାଗଢ଼ାରେ ପୁନରୁଦ୍ଧାର କାର୍ଯ୍ୟ ଅଟକୁଛି। ବିପରୀତ ପାର୍ଶ୍ୱରେ ଜବରଦଖଲ କାରଣରୁ ଉକ୍ତ ସ୍ଥାନରେ କେନାଲ ଅଛି କି ନାହିଁ, ତାହା ମଧ୍ୟ ସ୍ବଷ୍ଟ ଜଣାପଡ଼ୁନାହିଁ। ବିପଦସଂକୁଳ ଭାବେ ବସ୍ତି ଘରଗୁଡ଼ିକ ପାଣି ମଧ୍ୟରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳୁଛି। ଉପରମୁ୍‌ଣ୍ଡରୁ ବହିଆସୁଥିତ୍ବା ଅଳିଆ ଆବର୍ଜନା ଏହିଠାରେ ଠୁଳ ହେବାରେ ଲାଗିଛି। ଏକାଧିକ ସ୍ଥାନରେ ଏପରି ଜବରଦଖଲ ଦେଖିବାକୁ ମିଳୁଛି। ସବୁ ଦେଖି ମଧ୍ୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଚୁପ୍‌ ବସୁଛନ୍ତି। ଏହି ବିଷାକ୍ତ ପାଣି ଦୟାରେ ମିଶୁଥିବାରୁ ପରିବେଶବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପଟେ ଏହି କେନାଲର ନନ୍ଦନକାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଅଂଶ ଜବରଦଖଲରେ ରହିଛି। କେନାଲ ପାର୍ଶ୍ୱରେ ଏକାଧିକ ବେଆଇନ୍‌ ବସ୍ତି ଗଢ଼ିଉଠିଥିବାରୁ କେନାଲର ପୁନରୁଦ୍ଧାର ଏପରିକି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri