ବଜାରରେ ମର୍ସିଡିଜ୍‌-ବେଞ୍ଜ୍‌ର ନୂଆ ଜିଏଲ୍‌ସି

ଭୁବନେଶ୍ୱର,୧୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ (ଲକ୍‌ଜୁରି) କାର୍‌ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମିଡ୍‌-ସାଇଜ୍‌ ଏସ୍‌ୟୁଭି ‘ଜିଏଲ୍‌ସି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟି ଆଣ୍ଡ ଟି ମୋଟର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସନ୍ତୋଷ ଆୟର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟି ଆଣ୍ଡ ଟି ମୋଟର୍ସର ଅଧ୍ୟକ୍ଷ ବିଦୁର ତଲ୍‌ୱାରଙ୍କ ସମେତ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆୟର କହିଛନ୍ତି,ଆମେ ଆମର ବେଷ୍ଟ୍‌-ସେଲିଂ ଏସ୍‌ୟୁଭି,ବହୁ ପ୍ରତୀକ୍ଷିତ ନୂଆ ଜିଏଲ୍‌ସିର ଉନ୍ମୋଚନ କରିଛୁ। ଏପରିକି ଆମେ ଜିଏଲ୍‌ସି ପାଇଁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରୁଛୁ ଏବଂ ଜିଏଲ୍‌ସିର ବଜାର ସଫଳତାକୁ ନେଇ ନିଶ୍ଚିତ ରହିଛୁ। ବିଶେଷକରି ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆର ଏସ୍‌ୟୁଭି ପୋର୍ଟଫୋଲିଓକୁ ଏହା ଆହୁରି ସୁଦୃଢ କରିବ; ଯେଉଁଥିରେ ଜିଏଲ୍‌ଏ,ଜିଏଲ୍‌ସି,ଜିଏଲ୍‌ଇ,ଜିଏଲ୍‌ଏସ୍‌, ଜିଏଲ୍‌ଏସ୍‌ ମେବ୍ୟାକ୍‌ ଓ ଜି-କ୍ଲାସ୍‌ ଆଦି ସାମିଲ ରହିଛି। ଅନେକ ଉନ୍ନତ ଫିଚରକୁ ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ, ନୂତନ ପିଢ଼ିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହ ନୂଆ ଜିଏଲ୍‌ସି ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି। ସେହିଭଳି ନୂଆ ଜିଏଲ୍‌ସି ଏକ ସେକେଣ୍ଡ-ଜେନେରେଶନ ଇଣ୍ଟିଗ୍ରେଟେଡ୍‌ ଷ୍ଟାର୍ଟର ଜେନେରେଟର (ଆଇଏସ୍‌ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍‌ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍‌ ୪-ସିଲିଣ୍ଡର ଇଞ୍ଜିନ ସହ ଆସୁଛି। ଉନ୍ନତ ମନୋରଞ୍ଜନ ଫିଚରଗୁଡିକ ସହିତ ଦ ଡ୍ରାଇଭର ଓ ସେଣ୍ଟ୍ରାଲ ଡିସ୍‌ପ୍ଲେ ରହିଛି। ନୂଆ ଜିଏଲ୍‌ସି ସେକେଣ୍ଡ ଜେନେରେଶନ ୪୮ଭି ଇଣ୍ଟିଗ୍ରେଟେଡ୍‌ ଷ୍ଟାର୍ଟର ଜେନେରେଟର (ଆଇଏସ୍‌ଜି) ରହିଛି। ଉକ୍ତ ମଡେଲରେ ୭ଟି ଏୟାରବ୍ୟାଗ୍‌, ପ୍ରି-ସେଫ୍‌, ବ୍ଲାଇଣ୍ଡ ସ୍ପଟ୍‌-ଆସିଷ୍ଟ,ଆକ୍ଟିଭ୍‌ ଲେନ୍‌ କିପିଙ୍ଗ୍‌ ଆସିଷ୍ଟ,ଆଟେନ୍‌ସନ ଆସିଷ୍ଟ, ଆକ୍ଟିଭ୍‌ ବ୍ରେକ୍‌ ଆସିଷ୍ଟ ଏବଂ ଆକ୍ଟିଭ୍‌ ପାର୍କିଂ ଆସିଷ୍ଟ ଭଳି ଫିଚର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?