ରାୟଗଡ଼ା/ଗୁଡ଼ାରୀ,୬/୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ସେହି ସମୟରେ ୩ ଜଣ ଯୁବକ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଏହି କଥା କାହାକୁ ପ୍ରକାଶ କଲେ ମାରିଦେବେ ବୋଲି ଧମକ ଦେଇଥିବା ନେଇ ଯୁବତୀଜଣକ କହିଛନ୍ତି । ତେବେ ଏନେଇ ପରିବାରବର୍ଗ ଥାନାରେ ଏତଲା ଦେବା ପରେ ଗୁଡ଼ାରୀ ଆଇଆଇସି ସମର୍ପିତା ସ୍ୱାଇଁ ମାମଲା ରୁଜୁ କରି ପଦକ୍ଷେପ ଗ୍ରହଣ ପୂର୍ବକ ତଦନ୍ତ ଆରମ୍ଭ କରିଥିବା ସହିତ ଏହି ମାମଲାରେ ଜଣକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।