ମରୁଛନ୍ତି ପୁରୁଷ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଓଡ଼ିଶାରେ ୧୯ ଜିଲାରୁ ଆଉ ୨୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି। ସେପଟେ ସୋମବାର ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲାର ୪୮ ଓ ୫୨ ବର୍ଷୀୟ ପୁରୁଷ। ବର୍ତ୍ତମାନ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚତ୍ଛି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ମରିଥିବା ସମସ୍ତ ୨୩ଜଣ ହେଉଛନ୍ତି ପୁରୁଷ। ଯଦିଓ ରାଜ୍ୟରେ ମହିଳାମାନେ ସଂକ୍ରମିତ ହୋଇଛନ୍ତି, କିନ୍ତୁ ଏଯାଏ କାହାର ବି ଜୀବନ ନେଇପାରିନି କୋଭିଡ୍‌-୧୯। ଗଞ୍ଜାମ ଜିଲାରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲାରେ ୫, କଟକରେ ୪, ପୁରୀ ଓ ବରଗଡ଼ରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ରାଜ୍ୟରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏବେ ଏହା ବୃଦ୍ଧି ପାଇ ୬,୮୫୯ରେ ପହଞ୍ଚତ୍ଛି। ଏମାନଙ୍କ ମଧ୍ୟରେ ୧୮ପ୍ରତିଶତ ମହିଳା ଓ ୮୨ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଏପ୍ରିଲ ୨୯ରେ ରାଜ୍ୟର ପ୍ରଥମ କରୋନାଜନିତ ମୃତ୍ୟୁ ହୋଇଥିଲା। ମେ ୨୧ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜୁନ୍‌ରେ କରୋନା ମୃତ୍ୟୁ ହଠାତ୍‌ ବଢ଼ିଯାଇଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୯୬ଜଣ ରହିଛନ୍ତି। ସେହିପରି ଯାଜପୁର ଜିଲାରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡ଼ରୁ ୧୦, ଜଗତ୍‌ସିଂହପୁର ୯, କେନ୍ଦ୍ରାପଡ଼ା ୮, କଟକ, ଗଜପତି, କେନ୍ଦୁଝର, ନବରଙ୍ଗପୁରରୁ ୭ ଲେଖାଏ, ସୁନ୍ଦରଗଡ଼ ୬, ମୟୂରଭଞ୍ଜ ୫, ଢେଙ୍କାନାଳ, ନୟାଗଡ଼ରୁ ୩ ଲେଖାଏ ଥିବା ବେଳେ ବାଲେଶ୍ୱର, ଭଦ୍ରକରୁ ୨ଜଣ ଲେଖାଏ, ଝାରସୁଗୁଡ଼ା, ରାୟଗଡ଼ା, ସୋନପୁରରୁ ଜଣେ ଲେଖାଏ ରହିଛନ୍ତି। ଏଥି ସହିତ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୨ଜଣ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଦେଖାଯାଇଛି। ଅନ୍ୟପଟେ ସୋମବାର କରୋନା ରୋଗରୁ ଆରୋଗ୍ୟ ହୋଇଛନ୍ତି ୨୦୩ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ୬୦ଜଣ ସୁସ୍ଥ ହୋଇଥିବା ବେଳେ ଗଜପତି ୨୦, ଖୋର୍ଦ୍ଧା ୧୯, କଟକ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ ୧୨, ମୟୂରଭଞ୍ଜ ୧୦, ଯାଜପୁର ୯, ବାଲେଶ୍ୱର ୮, କେନ୍ଦ୍ରାପଡ଼ା ୭, ଅନୁଗୋଳ ୪, ଢେଙ୍କାନାଳ ୩, ବଲାଙ୍ଗୀର ଓ ଜଗତସିଂହପୁରରେ ୨ଜଣ ଲେଖାଏ ଏବଂ ଦେବଗଡ଼ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଛି। ବର୍ତ୍ତମାନ ୧,୮୮୩ଜଣ ସକ୍ରିୟ ରୋଗୀ ଥିବା ବେଳେ ୨୦୮୬ଜଣ ହସ୍ପିଟାଲ ଆଇସୋଲେଶନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା...

ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀରେ କୁଆପଥର ବର୍ଷା। ଶନିବାର ଅପରାହ୍ନ ୧ଟା ପରଠାରୁ ପ୍ରବଳ ବର୍ଷା ସହ କୁଆପଥର ପଡ଼ୁଥିବା ଦେଖିବାକୁ ମିଳିଛି। ପାଗରେ ହଠାତ୍‌ ପରିବର୍ତ୍ତନ ଫଳରେ...

ଏଥର ଭୁବନେଶ୍ୱରରେ ମହିଳା ମେୟର!

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ମେୟର ପଦବୀ...

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ...

ରାଜ୍ୟବାସୀଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଛି। ମାତ୍ର ଓ ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ...

ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ...

ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୭-୮: ପଣ୍ଡିଚେରୀଠାରେ ଅନୁଷ୍ଠିତ ଜାତୀୟ ସାଇବର ସିକ୍ୟୁରିଟି ହାକାଥନରେ ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଜାତୀୟ ସାଇବର ସିକ୍ୟୁରିଟି...

ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି।...

Advertisement
Archives

Model This Week