ମରୁଛନ୍ତି ପୁରୁଷ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଓଡ଼ିଶାରେ ୧୯ ଜିଲାରୁ ଆଉ ୨୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି। ସେପଟେ ସୋମବାର ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲାର ୪୮ ଓ ୫୨ ବର୍ଷୀୟ ପୁରୁଷ। ବର୍ତ୍ତମାନ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚତ୍ଛି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ମରିଥିବା ସମସ୍ତ ୨୩ଜଣ ହେଉଛନ୍ତି ପୁରୁଷ। ଯଦିଓ ରାଜ୍ୟରେ ମହିଳାମାନେ ସଂକ୍ରମିତ ହୋଇଛନ୍ତି, କିନ୍ତୁ ଏଯାଏ କାହାର ବି ଜୀବନ ନେଇପାରିନି କୋଭିଡ୍‌-୧୯। ଗଞ୍ଜାମ ଜିଲାରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲାରେ ୫, କଟକରେ ୪, ପୁରୀ ଓ ବରଗଡ଼ରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ରାଜ୍ୟରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏବେ ଏହା ବୃଦ୍ଧି ପାଇ ୬,୮୫୯ରେ ପହଞ୍ଚତ୍ଛି। ଏମାନଙ୍କ ମଧ୍ୟରେ ୧୮ପ୍ରତିଶତ ମହିଳା ଓ ୮୨ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଏପ୍ରିଲ ୨୯ରେ ରାଜ୍ୟର ପ୍ରଥମ କରୋନାଜନିତ ମୃତ୍ୟୁ ହୋଇଥିଲା। ମେ ୨୧ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜୁନ୍‌ରେ କରୋନା ମୃତ୍ୟୁ ହଠାତ୍‌ ବଢ଼ିଯାଇଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୯୬ଜଣ ରହିଛନ୍ତି। ସେହିପରି ଯାଜପୁର ଜିଲାରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡ଼ରୁ ୧୦, ଜଗତ୍‌ସିଂହପୁର ୯, କେନ୍ଦ୍ରାପଡ଼ା ୮, କଟକ, ଗଜପତି, କେନ୍ଦୁଝର, ନବରଙ୍ଗପୁରରୁ ୭ ଲେଖାଏ, ସୁନ୍ଦରଗଡ଼ ୬, ମୟୂରଭଞ୍ଜ ୫, ଢେଙ୍କାନାଳ, ନୟାଗଡ଼ରୁ ୩ ଲେଖାଏ ଥିବା ବେଳେ ବାଲେଶ୍ୱର, ଭଦ୍ରକରୁ ୨ଜଣ ଲେଖାଏ, ଝାରସୁଗୁଡ଼ା, ରାୟଗଡ଼ା, ସୋନପୁରରୁ ଜଣେ ଲେଖାଏ ରହିଛନ୍ତି। ଏଥି ସହିତ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୨ଜଣ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଦେଖାଯାଇଛି। ଅନ୍ୟପଟେ ସୋମବାର କରୋନା ରୋଗରୁ ଆରୋଗ୍ୟ ହୋଇଛନ୍ତି ୨୦୩ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ୬୦ଜଣ ସୁସ୍ଥ ହୋଇଥିବା ବେଳେ ଗଜପତି ୨୦, ଖୋର୍ଦ୍ଧା ୧୯, କଟକ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ ୧୨, ମୟୂରଭଞ୍ଜ ୧୦, ଯାଜପୁର ୯, ବାଲେଶ୍ୱର ୮, କେନ୍ଦ୍ରାପଡ଼ା ୭, ଅନୁଗୋଳ ୪, ଢେଙ୍କାନାଳ ୩, ବଲାଙ୍ଗୀର ଓ ଜଗତସିଂହପୁରରେ ୨ଜଣ ଲେଖାଏ ଏବଂ ଦେବଗଡ଼ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଛି। ବର୍ତ୍ତମାନ ୧,୮୮୩ଜଣ ସକ୍ରିୟ ରୋଗୀ ଥିବା ବେଳେ ୨୦୮୬ଜଣ ହସ୍ପିଟାଲ ଆଇସୋଲେଶନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?