Posted inଜାତୀୟ

ହାତରେ ଲାଗିଥିଲା ମେହେନ୍ଦୀ, ବସଷ୍ଟାଣ୍ଡରେ ସୁଟ୍‌କେଶ ଭିତରେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ, ରାହୁଲଙ୍କ ସହ କରିଥିଲେ ପଦଯାତ୍ରା

ନୂଆଦିଲ୍ଲୀ,୨।୩: ହରିୟାଣାରେ ପୌର ର୍ନିବାଚନ ଦିନ, ରୋହତକ ଦିଲ୍ଲୀ ରାଜପଥର ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳା ଯୁବ କଂଗ୍ରେସ ପଦାଧିକାରୀଙ୍କ ନାମ ହିମାନୀ ନରୱାଲ। ଯିଏକି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ଗଡ଼ ରୋହତକର ବାସିନ୍ଦା ଅଟନ୍ତି। କୁହାଯାଉଛି ଯେ ସେ ପାର୍ଟିରେ ବହୁତ ସକ୍ରିୟ ଭାବରେ କାମ କରୁଥିଲେ।

ଶୁକ୍ରବାର (୨୮ ଫେବୃଆରୀ, ୨୦୨୫) ଦିନ ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଏକ ବଡ଼ ନୀଳ ସୁଟକେସରେ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ପରେ ସାମ୍ପଲା ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ତାଙ୍କ ବେକରେ ଏକ ସ୍କାର୍ଫ ଗୁଡ଼ା ହୋଇଥିଲା ଏବଂ ତାଙ୍କ ହାତରେ ମେହେନ୍ଦୀ ମଧ୍ୟ ଲାଗିଥିଲା।

ହିମାନୀ ନରୱାଲ କିଏ
ସୋନିପତର କଥୁରା ଗାଁର ବାସିନ୍ଦା ହିମାନି ନରୱାଲ ଜଣେ କଂଗ୍ରେସ କର୍ମୀ ଥିଲେ। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ହିମାନି ନରୱାଲ ରୋହତକ ଏମପି ଦୀପେନ୍ଦର ହୁଡାଙ୍କ ସମେତ ଅନେକ ନେତାଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ଥିଲେ। ସେ କଂଗ୍ରେସ ରାଲି ଏବଂ ସାମାଜିକ କାର୍ଯ୍ୟକ୍ରମରେ ହରିୟାଣଭି ଲୋକ କଳାକାରଙ୍କ ସହିତ ପ୍ରଦର୍ଶନ କରିବା ପାଇଁ ଜଣାଶୁଣା ଥିଲେ। କେବଳ ଏତିକି ନୁହେଁ, ଭାରତ ଯୋଡ ଯାତ୍ରା ସମୟରେ ହିମାନୀଙ୍କୁ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା।

ହିମାନୀ ନରୱାଲଙ୍କ ହତ୍ୟା ପରେ, କଂଗ୍ରେସ ମହିଳା ଶାଖା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ହରିଆଣାର ଜଣେ ସକ୍ରିୟ କଂଗ୍ରେସ କର୍ମୀ ହିମାନି ନରୱାଲ ଜୀଙ୍କ ର୍ନିମମ ହତ୍ୟା ଖବର ଅତ୍ୟନ୍ତ ହୃଦୟବିଦାରକ। ଏକ ସୁଟକେସରେ ମହିଳାଙ୍କ ମୃତଦେହ ମିଳିବା କେବଳ ଦୁଃଖଦ ନୁହେଁ, ବରଂ ଏହା ରାଜ୍ୟର ଆଇନ ଶୃଙ୍ଖଳାର ଭୟଙ୍କର ସତ୍ୟକୁ ମଧ୍ୟ ପଦାରେ ପକାଇଛି। ଆମେ ହରିୟାଣା ସରକାରଙ୍କ ନିକଟରେ ଦାବି କରୁଛୁ ଯେ ହିମାନି ନରୱାଲଜୀଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ କଠୋର ଦଣ୍ଡ ଦିଆଯାଉ, ଯାହା ଦ୍ୱାରା ଭବିଷ୍ୟତରେ କୌଣସି ଝିଅ ଏପରି ର୍ନିମମତାର ଶିକାର ନ ହେବାକୁ ପଡ଼େ। ଭଗବାନ ହିମାନି ଜୀଙ୍କ ପରିବାରକୁ ଏହି ବିଶାଳ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ବୋଲି କଂଗ୍ରେସ ମହିଳା ଶାଖା କହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ହିମାନୀ ନରୱାଲଙ୍କ ହତ୍ୟାକାଣ୍ଡରେ ଦୁଃଖ ପ୍ରକାଶ କରି କହିଛନ୍ତି, ରୋହତକରେ ସକ୍ରିୟ କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ର୍ନିମମ ହତ୍ୟା ଖବର ଅତ୍ୟନ୍ତ ଦୁଃଖଦ ଏବଂ ମର୍ମାହତ। ମୁଁ ଦିବଙ୍ଗତ ଆତ୍ମାକୁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଜଣେ ଝିଅକୁ ଏହିପରି ହତ୍ୟା କରିବା ଏବଂ ତାଙ୍କ ମୃତଦେହ ଏକ ସୁଟକେସରେ ମିଳିବା ଅତ୍ୟନ୍ତ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri