Posted inଜାତୀୟ

‘ଓମକାରା’ ଫିଲ୍ମରେ ମୋ ଝିଅ କାମ କରିନାହିଁ: ସ୍ପଷ୍ଟ କଲେ ମେହବୁବା ମୁଫତି

ଶ୍ରୀନଗର,୨୮।୮: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଇ ଇରଟିକା ମୁଫତି ଓମକାରା ଫିଲ୍ମରେ ଅଭିନୟ କରିନାହାଁନ୍ତି। ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ମେହବୁବା। ସୋସିଆଲ ମିଡିଆ ୟୁଜର୍ସ ଇମତିଆଜ ମେହମୁଦଙ୍କୁ ଟାର୍ଗେଟ କରି ମୁଫତି କହିଛନ୍ତି ଯେ, ମୁଁ ଗର୍ବିତ ଯେ ମୋ ଭାଇ ତସଦୁକ ଓମକାରା ଫିଲ୍ମରେ ସିନେମାଟୋଗ୍ରାଫର୍‌ ଥିଲେ, କିନ୍ତୁ ମୋ ବଡ଼ ଝିଅ ଏଥିରେ ଅଭିନୟ କରି ନ ଥିଲେ।
ଇମତିଆଜ ମେହମୁଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି୍‌ଥିଲେ। ଏଥିରେ ସେ ମେହବୁବା ମୁଫତି ଏବଂ ତାଙ୍କ ଝିଅମାନେ ଏକ ଅଣ-ଇସଲାମିକ ଜୀବନଯାପନ କରୁଥିବା କହିଥିଲେ। ପୋଷ୍ଟରେ ମେହବୁବାଙ୍କ ଦୁଇ ଝିଅଙ୍କ ଫଟୋ ସହିତ ଲେଖାଯାଇଛି ଯେ, ଇରଟିକା ଏବଂ ଇଲଟିଜା ମୁଫତିଙ୍କର ଦୁଇ ଝିଅ। ଜଣେ ଆଇଏଫଏସ୍‌ ହୋଇଗଲେ ଏବଂ ବର୍ତ୍ତମାନ ଲଣ୍ଡନରେ କାର୍ଯ୍ୟ କରୁଛନ୍ତି। ଅନ୍ୟଜଣେ ଓମକାରା ଫିଲ୍ମରେ କାମ କରୁଛନ୍ତି। ଉଭୟ ସାଧାରଣ ଜୀବନଯାପନ କରନ୍ତି। କିନ୍ତୁ ମେହବୁବା ମୁଫତି ଚାହୁଁଛନ୍ତି ଯେ ସମସ୍ତ କଶ୍ମୀରୀ ଝିଅ ବୁର୍ଖା ପିନ୍ଧନ୍ତୁ।

ଏଥି ସହିତ ମେହବୁବା ମୁଫତି କହିଛନ୍ତି ଯେ, ଏସବୁ ମିଥ୍ୟା ବିସ୍ତାର କରିଛି। ମୋର ସାନ ଝିଅ ଇଲଟିଜା ଲଣ୍ଡନରେ ଆଇଏଫ୍‌ଏସ୍‌ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି। ସେ ୨୦୧୫ରୁ କଶ୍ମୀରରେ ଅଛନ୍ତି। ମୁଁ ଗର୍ବିତ ଯେ ମୋ ଭାଇ ତସଦୁକ ଓମକାରାରେ ସିନେମାଟୋଗ୍ରାଫର ଭାବରେ କାମ କରିଥିଲେ। କିନ୍ତୁ ମୋର ବଡ଼ ଝିଅ ଇରଟିଜା ଏଥିରେ ଅଭିନୟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri