ମେଘାନଙ୍କୁ ଫ୍ଲଏଡ୍‌ ସଜାଇଲା ଶାର୍ଲି ଏବ୍‌ଡୋ

ପ୍ୟାରିସ୍‌/ଲଣ୍ଡନ,୧୫।୩: ଫ୍ରାନ୍ସର କାର୍ଟୁନ ମାଗାଜିନ ଶାର୍ଲି ଏବ୍‌ଡୋ ପୁଣି ବିବାଦରେ। ଏଥର ଉକ୍ତ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ବ୍ରିଟେନ ରାଜପରିବାରକୁ ବ୍ୟଙ୍ଗ କରାଯାଇଛି। ଏଥିରେ ମହାରାଣୀ ଏଲିଜାବେଥ ଦ୍ୱିତୀୟ ତାଙ୍କ ନାତୁଣୀ ବୋହୂ ମେଘାନ ମର୍କେଲଙ୍କ ବେକକୁ ନିଜ ଆଣ୍ଠୁରେ ଚାପି ଧରିଥିବା ଦେଖିବାକୁ ମିଳିଛି। ମେଘାନଙ୍କ ରାଜପ୍ରାସାଦ ତ୍ୟାଗକୁ ଗତବର୍ଷ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟା ସହ ତୁଳନା କରାଯାଇଛି। କାର୍ଟୁନରେ ପ୍ରଶ୍ନ କରାଯାଇଛି, ମେଘାନ ମର୍କେଲ ବକିଂହାମ୍‌ ପ୍ୟାଲେସ କାହିଁକି ଛାଡ଼ିଲେ? ମେଘାନ ଉତ୍ତର ଦେଉଛନ୍ତି, କାରଣ ମୁଁ ଅଣନିଃଶ୍ୱାସୀ ହୋଇଯାଇଥିଲି।
ମେ ୨୫ରେ ଶ୍ୱେତାଙ୍ଗ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡ୍‌ଙ୍କ ବେକକୁ ପ୍ରାୟ ୯ ମିନିଟ ଧରି ନିଜ ଆଣ୍ଠୁରେ ଚାପି ଧରିଥିଲେ। ଫ୍ଲଏଡ୍‌ ତାଙ୍କୁ ଛାଡ଼ିଦେବା ପାଇଁ ନେହୁରା ହୋଇ ବାରମ୍ବାର ଅନୁରୋଧ କରୁଥିଲେ। ହେଲେ ଚଉଭିନ୍‌ ଛାଡ଼ି ନ ଥିଲେ। ଫଳରେ ଫ୍ଲଏଡ୍‌ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁପୂର୍ବରୁ କୃଷ୍ଣକାୟ ଫ୍ଲଏଡ୍‌ ଦୋହରାଉଥିଲେ, ଆଇ କାଣ୍ଟ୍‌ ବ୍ରେଦ୍‌ ଅର୍ଥାତ୍‌ ମୁଁ ଅଣନିଃଶ୍ୱାସୀ ହୋଇଯାଇଛି। ଫ୍ଲଏଡ୍‌ଙ୍କ ମୃତ୍ୟୁ ବେଳର ସେହି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା। ଉକ୍ତ ଭିଡିଓର ବହୁଳ ପ୍ରସାର ଘଟିବାରୁ କେବଳ ଆମେରିକା ନୁହେଁ, ବିଶ୍ୱର ବିଭିନ୍ନ ଭାଗରେ ପୋଲିସ ବର୍ବରତା ଓ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ପରିଚିତ।
ଏବ୍‌ଡୋର ଏହି କଭର ପେଜ୍‌ କାର୍ଟୁନକୁ ସୋସିଆଲ ମିଡିଆରେ ପ୍ରବଳ ନିନ୍ଦା କରାଯାଇଛି। ବ୍ରିଟେନର ବର୍ଣ୍ଣବୈଷମ୍ୟ ବିରୋଧୀ ବିଚାର ଗୋଷ୍ଠୀ ରନିମେଡ୍‌ ଟ୍ରଷ୍ଟର ସିଇଓ ହାଲିମା ବେଗମ୍‌ ଟୁଇଟ୍‌ କରି ଏହି ବ୍ୟଙ୍ଗଚିତ୍ରକୁ ସବୁ ଦିଗରୁ ଭୁଲ୍‌ ବୋଲି କହିଛନ୍ତି। ମହାରାଣୀଙ୍କୁ ଏଥିରେ ଭୁଲ୍‌ ରୂପେ ଚିତ୍ରଣ କରାଯାଇଥିବାରୁ ଅନେକେ ସମାଲୋଚନା କରିଛନ୍ତି।
ଯେ, ସସେକ୍ସ ଡ୍ୟୁକ୍‌ ପ୍ରିନ୍ସ ହାରି ଓ ତାଙ୍କ ସ୍ତ୍ରୀ ତଥା ଡଚେସ୍‌ ମେଘାନ ମର୍କେଲ ନିକଟରେ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ଓପ୍ରାହ ୱିନ୍‌ଫ୍ରେଙ୍କୁ ଦେଇଥିବା ସାକ୍ଷାତ୍‌କାର ସାରା ବିଶ୍ୱରେ ଚହଳ ପକାଇଦେଇଛି। ସେମାନଙ୍କ ଶିଶୁର କୃଷ୍ଣବର୍ଣ୍ଣକୁ ନେଇ ରାଜପରିବାର ସନ୍ତୁଷ୍ଟ ନ ଥିଲା ବୋଲି ମେଘାନ ଏଥିରେ ପ୍ରଘଟ କରିଥିଲେ। ଏପରି କି ଏହାକୁ ନେଇ ରାଜପରିବାରର ବ୍ୟବହାର ତାଙ୍କୁ ନିଃସଙ୍ଗ କରିବା ସହ ଆମତ୍ହତ୍ୟା କରିବା ପାଇଁ ପ୍ରେରିତ କରିଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ଫ୍ରାନ୍ସରେ ଶାର୍ଲି ଏବ୍‌ଡୋ ଅଭିବ୍ୟକ୍ତି ସ୍ବାଧୀନତାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ ଭାବେ ପରିଗଣିତ। ୨୦୧୫ରେ ଏହି ପତ୍ରିକାରେ ପ୍ରକାଶିତ ପ୍ରଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଶାର୍ଲି ଏବ୍‌ଡୋ ଅଫିସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୧୧ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ। ଏହା ପରେ ମଧ୍ୟ ଶାର୍ଲି ଏବ୍‌ଡୋ ଅନେକ ବ୍ୟଙ୍ଗଚିତ୍ର ନିଜ ପ୍ରଚ୍ଛଦ ପୃଷ୍ଠାରେ ଛାପି ବିବାଦୀୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri