ମେଗା ପ୍ରକଳ୍ପ ଜଳରେ ପରିବା ଚାଷ

କାଳିଆପାଣି,୨୮ା୨(ଡି.ଏନ୍‌.ଏ.):ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଧିରେ ଧିରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ନଦୀ,ପୋଖରୀ,କୂଅ ଓ ନଳକୂପରୁ ଜଳ ଶୁଖିବା ଆରମ୍ଭ ହୋଇଛି। ଏଣେ ସ୍ଥାନୀୟ ଲୋକମାନେ ଗତ ୫ ବର୍ଷ ହେବ ମେଗା ପାନୀୟ ଜଳ ପ୍ରକଳ୍ପକୁ ଅପେକ୍ଷା କରିଛନ୍ତି ା ସେହି ପ୍ରକଳ୍ପରୁ ପାଣି ବାଲ୍‌ଟି ପାଇବା ବୋଧହୁଏ ଖଣି ଅଞ୍ଚଳ ଲୋକଙ୍କ ପାଇଁ ଦିବାସ୍ବପ୍ନ ହୋଇଛି ା ଏପରି ସ୍ଥିତିରେ କେତେଜଣ ବ୍ୟକ୍ତି ମୋଗା ପାନୀୟ ଜଳ ପ୍ରକଳ୍ପ ପାଣିରେ ପରିବା ଚାଷ କରୁଥିବା ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ ଓ ରାଂସୋଳ ଆଦି ୪ ପଞ୍ଚାୟତରେ ୭ କ୍ରୋମାଇଟ ଖଣି କ୍ରିୟାଶୀଳ ରହିଛି ା ଏହି ଖଣିଗୁଡ଼ିକ ଅତ୍ୟଧିକ ଗଭୀରତା ହେତୁ ଉପରୋକ୍ତ ୪ ପଞ୍ଚାୟତରେ ଜଳସଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ରହିଛି ା ଏହି ୪ ପଞ୍ଚାୟତର ଯେ କୌଣସି ଏକ ସ୍ଥାନରେ ଜଳ ସଂରକ୍ଷଣ ବିଶୋଧନ ପ୍ଲାଣ୍ଟ ନିର୍ମାଣ ହୋଇଥିଲେ ଖଣିଅଞ୍ଚଳବାସୀ ଉପକୃତ ହୋଇପାରିଥାଆନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ହେଲେ ଉପରୋକ୍ତ ୪ ପଞ୍ଚାୟତଠାରୁ ପ୍ରାୟ ୧୦ରୁ ୨୫ କିମି ଦୂରତା କାଙ୍କଡ଼ପାଳଠାରେ ଜଳ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏହି ପ୍ଲାଣ୍ଟ ପାଇଁ ୨୦୧୮ରେ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ୬୪ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା ା ୭ ହଜାର ପରିବାରକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି କାମ ଆରମ୍ଭ କରାଯାଇଥିଲା। ୨୦୨୧ ନଭେମ୍ବରରୁ ଉକ୍ତ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯାଇ ପର୍ଯ୍ୟାୟ କ୍ରମେ ଅଦ୍ୟାବଧି ୬୯୦୦ଟି ପରିବାରକୁ ଜଳ ଯୋଗାଇ ଦିଆଯାଇଥିବା ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି । ହେଲେ କେତେଜଣ ହିତାଧିକାରୀ ସେହି ପାଣିକୁ ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଛି ା ପାନୀୟ ଜଳକୁ ସେମାନେ ନିଜ ବାଡ଼ିବଗିଚା କରିଥିବା ପରିବା ଚାଷ ପାଇଁ ବ୍ୟବହାର କରୁଛନ୍ତି ା ଏଥିପାଇଁ ଉଚ୍ଚସ୍ଥାନରେ ଥିବା ଘରକୁ ପାଣି ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଛି । ଅଦ୍ୟାବଧି ସଂଯୋଗ ହୋଇଥିବା ପାଣି ପାଇପରୁ ହାତଗଣତି କେତେଜଣ ଲୋକ ସୁବିଧା ପାଉଥିବା ବେଳେ ଅନ୍ୟମାନେ ବାଲ୍‌ଟିଏ ପାଣି ପାଇ ଚାତକ ପରି ଅପେକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରାହ୍ନଣୀ ନଦୀର ଜଳକୁ ପାଇପ ଯୋଗେ ଅଣାଯାଇ କାଙ୍କଡ଼ପାଳଠାରେ ତାକୁ ବିଶୋଧନ କରାଯାଉଛି । ଉକ୍ତ ପ୍ଲାଣ୍ଟକୁ ଦୈନିକ ୧୮ ଘଣ୍ଟା ଚାଲୁ କରାଯାଇ ୪୫ ଲକ୍ଷ ଲିଟର ପାଣି ବିଶୋଧନ କରାଯାଇ ମୁଣ୍ଡପିଛା ୭୦ ଲିଟର ହିସାବରେ ୧୦ ପଞ୍ଚାୟତର ୬୪ ହଜାର ଲୋକ ପାନୀୟ ଜଳ ସୁବିଧା ପାଇବା କଥା ା କିନ୍ତୁ କାଗଜକଲମରେ ଏସବୁ ହିସାବ ରହିଥିବା ବେଳେ ବାସ୍ତବିକ ସ୍ଥିତି ଭିନ୍ନ ବୋଲି ଅଭିଯୋଗ ହୋଇଛି ା ପ୍ରାୟ ୫ଶହ ପରିବାର ପାଖରେ ପାଣି ପହଞ୍ଚି ପାରି ନ ଥିବା ସୂଚନା ମିଳିଛି। ଏପରି ସମସ୍ୟାକୁ ସମାଧାନ କରିବା ପାଇଁ ତତ୍କାଳୀନ ଜିଲାପାଳ ସତ୍ୟ ରଞ୍ଜନ ମଲିକ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ୬୪ କୋଟି ୬୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ା ହେଲେ ଜିଲା ପ୍ରଶାସନର ଅସହଯୋଗ କାରଣରୁ ଏହି ପ୍ରକଳ୍ପର ସୁଫଳ ଖଣି ଅଞ୍ଚଳ ଲୋକଙ୍କୁ ମିଳିପାରିନାହିଁ ା ତୁରନ୍ତ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri