ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର, ୧୭।୧୦: ଇଣ୍ଡିଆନ୍‌ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବ୍ୟାଙ୍କର ସମସ୍ତ ଶାଖା ପ୍ରବନ୍ଧକ, ବିସି ସୁପରଭାଇଜର ଓ ବିସିମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ନେଇ ଏକ ସମ୍ବେଦନଶୀଳ ବୈଠକ ଆୟୋଜିତ ହୋଇଥିଲା। ଏପରିକି ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେସନ୍‌ ଏମ୍‌ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ପରିଚାଳିତ ହୋଇଥିଲାବେଳେ ଉକ୍ତ ବୈଠକରେ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌. ଏବଂ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଶଚିକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଆବଶ୍ୟକତା ଏବଂ ଗ୍ରାହକମାନଙ୍କ ପାଇଁ ଏହାର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୧ଲକ୍ଷ ଆକାଉଣ୍ଟ ଖୋଲିଥିବାବେଳେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ କାର୍ଯ୍ୟକ୍ରମ ୨୦୨୩ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର…

ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚତ୍ବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା ଯୁଦ୍ଧକୁ…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ସ୍ବୀକୃତି: ଜାଣନ୍ତୁ ଲିଷ୍ଟରେ କେଉଁ ସ୍କୁଲ…

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ…

ପାଠ୍ୟପୁସ୍ତକରେ ରହିବ ବାର୍‌କୋଡ୍‌

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ତ୍ରୁଟିଶୂନ୍ୟ କରାଯାଇ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିକଳ୍ପ ସମ୍ପର୍କରେ ସୋମବାର ଲୋକସେବା ଭବନରେ ଗଣଶିକ୍ଷା…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ସଂଶୋଧନ ହେଲା ୬୪ ସ୍ଥାନର ଇଂଲିଶ ବନାନ, ତାଲିକାରେ…

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍‌ ଭୁଲ୍‌ ଅଛି ତାକୁ ବଦଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri