ଜ୍ୟୋତି ଅଲ୍ଟିଗ୍ରୀନ୍‌ର ମେଗା ଡେଲିଭରି ସେରିମନି

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଇ ଯାନ ନିର୍ମାତା ଅଲ୍ଟିଗ୍ରୀନ୍‌ ପ୍ରପ୍ୟୁଲଶନ ଲାବ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍ଟିଗ୍ରୀନ୍‌ ଏନ୍‌ଇଇଭି ହାଇ ଡେକ୍‌କୁ ଏକ ମେଗା ଡେଲିଭରି ମିଳିଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜ୍ୟୋତି-ଆଲ୍ଟିଗ୍ରୀନ୍‌ ଭୁବନେଶ୍ୱର ପୁରୀ ବାଇପାସ୍‌ ରୋଡ୍‌ ଶୋ’ରୁମ୍‌ ଜରିଆରେ ଉକ୍ତ ଡେଲିଭରି ଯୋଗାଇ ଦିଆଯିବ ବୋଲି ଜ୍ୟୋତି ଗ୍ରୁପ୍‌ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଜେଭୋ ଇଣ୍ଡିଆକୁ ୨୫ଟି ୩ଚକିଆ ଇ-କାର୍ଗୋ ଏନ୍‌ଇଇଭି ଡେଲିଭରି ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବଳକା ଗାଡି ସହ ମୋଟ ୧୫୦ଅଲ୍ଟିଗ୍ରୀନ ଏନ୍‌ଇଇଭି ହାଇ ଡେକ୍‌ ସମ୍ପୃକ୍ତ ସଂସ୍ଥାକୁ ଯୋଗାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜ୍ୟୋତି ଅଟୋମୋଟିଭର ଜ୍ୟୋତି-ଆଲ୍ଟିଗ୍ରୀନ୍‌ ଶୋ’ରୁମ୍‌ଠାରେ ଏକ ମେଗା ଡେଲିଭରି ସେରିମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜ୍ୟୋତି ଗ୍ରୁପ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ ଜ୍ୟୋତି-ଅଲ୍ଟିଗ୍ରୀନ୍‌ ଶୋ’ରୁମ୍‌ରେ ଜେଭୋ ଇଣ୍ଡିଆର ସିଇଓ ଆଦିତ୍ୟ ସିଂହ ରତ୍‌ନୁଙ୍କୁ ୨୫ଟି ଅଲ୍ଟିଗ୍ରୀନ ଏନ୍‌ଇଇଭି ହାଇ ଡେକ୍‌ର ଚାବି ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ ଜ୍ୟୋତି ଗ୍ରୁପ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ କହିଥିଲେ, ଓଡ଼ିଶା ଅଲ୍ଟିଗ୍ରୀନ୍‌ ପାଇଁ ସବୁଠାରୁ ଆଶାଜନକ ବଜାର ଏବଂ ଜ୍ୟୋତି ଅଟୋମୋଟିଭ୍‌ ଦ୍ରୁତ ଅଭିବୃଦ୍ଧି ପଥରେ ବଜାରର ନେତୃତ୍ୱ ନେଉଛି, ଅଲ୍ଟିଗ୍ରୀନ୍‌ର ବୈଦ୍ୟୁତିକ ୩ଚକିଆ ଯାନଗୁଡ଼ିକର ପ୍ରଦର୍ଶନ,ବିଶ୍ୱସନୀୟତା, ପରିସୀମା ଏବଂ ପରିବେଶ ଲାଭ ପାଇଁ ଗ୍ରାହକମାନେ ତାହାକୁ ଭଲ ଭାବେ ଗ୍ରହଣ କରିଛନ୍ତି। ସେହିଭଳି ଜେଭୋ ଇଣ୍ଡିଆର ସିଇଓ ଆଦିତ୍ୟ ସିଂହ ରତନୁ କହିଛନ୍ତି, ସମଗ୍ର ଭାରତରେ ସ୍ଥାୟୀ ପରିବହନ ସମାଧାନକୁ ପ୍ରୋତ୍ସାହିତ କରିବାରେ ଆଲ୍ଟିଗ୍ରୀନ୍‌ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସବୁଜ ଓ ସ୍ଥାୟୀ ଭବିଷ୍ୟତ ଯାତ୍ରାରେ ଏନ୍‌ଇଇଭିର ବିତରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିଲାବେଳେ ଆମେ ଆଲ୍ଟିଗ୍ରୀନ୍‌ ଏବଂ ଜ୍ୟୋତି ଅଟୋମୋଟିଭ୍‌ ସହିତ ଆମର ଭାଗୀଦାରି ଜାରି ରଖିବାକୁ ଚାହୁଁଛୁ ଏବଂ ଓଡ଼ିଶା (ଭୁବନେଶ୍ୱର)ରେ ସେବା ଯୋଗାଇବା ପାଇଁ ଆମର ବୈଦ୍ୟୁତିକ ଯାନର ଫ୍ଲିଟ୍‌କୁ ବିସ୍ତାର କରିବାକୁ ଚାହୁଁଛୁ। ସେହିପରି ଅଲ୍ଟିଗ୍ରୀନ୍‌ର ଜାତୀୟ ବିକ୍ରି ମୁଖ୍ୟ ପ୍ରଶାନ୍ତ ଶଙ୍କେଶ୍ୱର କହିଛନ୍ତି, ଆମ ସହଯୋଗୀ ଜେଭୋ ଇଣ୍ଡିଆ ଓ ଜ୍ୟୋତି ମୋଟର୍ସ ସହ ଏହି ମାଇଲଖୁଣ୍ଟ ମୁହୂର୍ତ୍ତକୁ ପାଳନକରି ଆମେ ବେଶ୍‌ ଉତ୍ସାହିତ ଅଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?