Posted inଖେଳ

ମୀନା ସାନ୍ତାଙ୍କୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୧୩।୭(ତପନ ସ୍ବାଇଁ): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ସହ ମୋଟ ୧୦ ପଦକ ହାସଲ କରିଛନ୍ତି। ଶୁକ୍ରବାର ୬ଟି ଇଭେଣ୍ଟ ମଧ୍ୟରୁ ଏକାକୀ ମୀନା ସାନ୍ତା ୫ଟି ଇଭେଣ୍ଟରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ଓଡ଼ିଶା ହାଇପରଫର୍ମାନ୍ସ ସେଣ୍ଟରେ ଟ୍ରେନିଂ ନେଉଥିବା ମୀନା ସାନ୍ତା ୩ ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୀମା ଭୋଇ ୧ ସ୍ବର୍ଣ୍ଣ, ସ୍ନେହା ସୋରେନ ୧ ରୌପ୍ୟ ଏବଂ ମୀନା ସିଂ, ବିଦୁସ୍ମିତା ଭୋଇ ଓ ଅଲିସା ବେହେରା ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ଦିବସରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୫ ପଦକ ମିଳିଥିଲା। ଫଳରେ ଓଡ଼ିଶା ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।

ଜୁନିୟର ମହିଳା ୫୫ କେଜିରେ ମୀନା ସାନ୍ତା ସ୍ନାଚ୍‌ରେ ୮୨ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୯୬ ଏହିପରି ମୋଟ ୧୭୮ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ଅରୁଣାଚଳ ପ୍ରଦେଶର ବୋନି ମଙ୍ଗଖ୍ୟା ୧୭୩ (୭୫+୯୮) କେଜି ସହ ରୌପ୍ୟ ଏବଂ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (ଏନ୍‌ସିଓଇ)ରୁ ପ୍ରତିନିଧିତ୍ୱ କରୁଥିବା ଆସାମର ଐସଙ୍ଗଫା ଗୋଗୋଇ ୧୬୭ (୭୩+୯୪) କେଜି ଉଠାଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସିନିୟର ୫୫ କେଜିରେ ଓଡ଼ିଶାର ସ୍ନେହା ସୋରେନ ୧୮୮ (୮୦+୧୦୮) ଓ ମୀନା ସାନ୍ତା ୧୭୮ (୮୨+୯୬) କେଜି ଉତ୍ତୋଳନକରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ପଶ୍ଚିମବଙ୍ଗର ଶ୍ରାବଣୀ ଦାସ ୧୮୯ (୮୦+୧୦୯) କେଜି ଉଠାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅର୍ଥାତ୍‌ ସ୍ନେହା ମାତ୍ର ୧ କେଜି କମ୍‌ ଉଠାଇଥିବାରୁ ସ୍ବର୍ଣ୍ଣ ମିସ୍‌ କରିଛନ୍ତି। ୟୁଥ୍‌ ମହିଳା ୫୫ କେଜିରେ କିନ୍ତୁ ବାଜି ମାରିଛନ୍ତି ମୀନା ସାନ୍ତା। ସେ ୧୭୮ (୮୨+୯୬) କେଜି ଉତ୍ତୋଳନକରି ପ୍ରଥମ ସ୍ଥାନରେ ରହିଥିବାବେଳେ ଅନ୍ୟତମ ଓଡ଼ିଶା ଭାରୋତ୍ତୋଳିକା ମୀନା ସିଂ ୧୫୬ (୭୧+୮୫) କେଜି ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (ଏନ୍‌ସିଓଇ)ରୁ ପ୍ରତିନିଧିତ୍ୱ କରୁଥିବା ଆସାମର ଐସଙ୍ଗଫା ଗୋଗୋଇ ୧୬୭ (୭୩+୯୪) କେଜି ସହ ରୌପ୍ୟ ପଦକ ପାଇଛନ୍ତି।

ଜୁନିୟର ମହିଳା ୫୯ କେଜିରେ ମୀନା ସାନ୍ତା ୧୬୪ (୭୩+୯୧) ଓ ବିଦୁସ୍ମିତା ଭୋଇ ୧୬୪ (୭୨+୯୨) କେଜି ଉତ୍ତୋଳନ କରିଥିଲେ। ତେବେ ମୀନାଙ୍କୁ ରୌପ୍ୟ ଓ ବିଦୁସ୍ମିତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ପଶ୍ଚିମବଙ୍ଗର ରାଜଶ୍ରୀ ବିଶ୍ୱାସ ୧୭୪ (୭୬+୯୮) କେଜି ଉଠାଇ ସ୍ବର୍ଣ୍ଣ ପାଇଥିଲେ। ସିନିୟର ମହିଳା ୫୯ କେଜିରେ ଓଡ଼ିଶାର ରୀମା ଭୋଇ ୧୮୫ (୮୨+୧୦୩) କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅରୁଣାଚଳ ପ୍ରଦେଶର ଲିଜା କମ୍‌ସା ୧୭୯ (୭୩+୧୦୬) ଓ ପଶ୍ଚିମବଙ୍ଗର ରାଜଶ୍ରୀ ବିଶ୍ୱାସ ୧୭୪ (୭୬+୯୮) କେଜି ଉତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପାଇଛନ୍ତି। ୟୁଥ୍‌ ମହିଳା ୫୯ କେଜିରେ ମୀନା ସାନ୍ତା ୧୬୪ (୭୩+୯୧) ସ୍ବର୍ଣ୍ଣ ଏବଂ ଅନ୍ୟତମ ଓଡ଼ିଶା ପ୍ରତିଯୋଗୀ ଅଲିସା ବେହେରା ୧୪୨ (୬୧+୮୧) ବ୍ରୋଞ୍ଜ ପଦକ ଜିତିଛନ୍ତି। ଝାଡ଼ଖଣ୍ଡର ସୀମା ମାରାଣ୍ଡି ୧୪୩ (୬୦+୮୩) କେଜି ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri