ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରି ଗତବର୍ଷ ମେ’ ମାସରେ ଓପିଏସସି ଦ୍ୱାରା ୫୨୮୪ ପଦବୀ ଆହ୍ୱାନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।

ଏଥିରୁ ୧୮୪୦ ଜଣ ପ୍ରାର୍ଥୀ ପାସ୍‌ କରିଥିଲେ। କୃତକାର୍ଯ୍ୟ ହୋଇଥିବା ସମସ୍ତ ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ପରେ ୮୨୨ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଆହୁରି ୧୦୧୮ ଜଣଙ୍କୁ ନିଯୁକ୍ତିପତ୍ର ମିଳି ପାରିନାହିଁ ବୋଲି ଡାକ୍ତରୀ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି।

ଏହି ସମ୍ପର୍କରେ ଓପିଏସସି ସଚିବ ବିଜୟ ଖଣ୍ଡାୟତ ରାଏଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସବୁ ନିୟମ ଅନୁସାରେ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୮୨୨ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

Share