ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି

ଜଣକ ଉପରେ ଆକ୍ରମଣ ହେଲେ ଏହାକୁ ଅନ୍ୟ ୨ଦେଶ ନିଜ ଉପରେ ଆକ୍ରମଣ ବିବେଚନାକରି ସମୂହ ଏକବଂଶଜ ରୂପେ ପ୍ରତିରୋଧ କରିବେ। ଏଭଳି ଏକ ପ୍ରତିରକ୍ଷାମତ୍କ ତ୍ରିପକ୍ଷୀୟ ଚୁକ୍ତି ପାକିସ୍ତାନ-ସାଉଦି ଆରବ-ତୁର୍କୀ ମଧ୍ୟରେ ୦୭ା୦୮ା୨୦୨୬ରେ ସାଉଦି ଆରବର ମକ୍କାରେ ଅଲ୍‌-ସାଫା ପ୍ୟାଲେସ୍‌ ବୈଠକରେ ସ୍ବାକ୍ଷର ହୋଇଛି। ଏହାକୁ ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’ ନାମରେ ନାମିତ କରାଯାଇଛି। ଏହି ଚୁକ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫ୍‌, ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଓ ତୁର୍କୀ ରାଷ୍ଟ୍ରପତି ରେସିପ୍‌ ତାଇପେ ଏର୍ଡୋଗାନ୍‌ଙ୍କ ଉପସ୍ଥିତିରେ ହୋଇଛି। ପରମାଣୁ ଶକ୍ତିସମ୍ପନ୍ନ ଦେଶ ପାକିସ୍ତାନ ଓ ତା’ର ସୈନ୍ୟବାହିନୀ, ବିପୁଳ ତୈଳ ସମ୍ପଦ ଓ ଆର୍ଥିକ ଶକ୍ତିସମ୍ପନ୍ନ ଦେଶ ସାଉଦି ଆରବ ଓ ଆଧୁନିକ ଡ୍ରୋନ୍‌ ନିର୍ମାଣ, ସାମରିକ ସାମଗ୍ରୀ ଉପତ୍ାଦନ ତଥା ପ୍ରତିରକ୍ଷା କ୍ଷେତ୍ରରେ ପ୍ରଗତିଶୀଳ ଦେଶ ତୁର୍କୀ ମଧ୍ୟରେ ଏହି ତ୍ରିପାକ୍ଷିକ ସୁରକ୍ଷା ବ୍ୟବସ୍ଥାର ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଇସ୍‌ଲାମୀୟ ଏକତା, ସଂହତି ଓ ଭ୍ରାତୃତ୍ୱ ଭାବକୁ ପ୍ରତିପାଦନ କରିବା ସହ ୩ଦେଶ ମଧ୍ୟରେ ରହିଥିବା ଐତିହାସିକ ସମ୍ପର୍କ ବାନ୍ଧି ରଖିଥିବା ଭ୍ରାତୃଭାବକୁ ଆହୁରି ଆଗେଇନେବାରେ ପ୍ରୋତ୍ସାହନ ଦେବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମନ୍ତବ୍ୟ। ୨୦୨୫ ସେପ୍ଟେମ୍ବର ୭ରେ ଏଭଳି ଏକ ଦ୍ୱିପାକ୍ଷିକ ପାରସ୍ପରିକ ସାମରିକ ପ୍ରତିରକ୍ଷା ବୁଝାମଣା ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ପାରସ୍ପରିକ ରଣନୈତିକ ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା, ଯାହା ଏବେ ତୁର୍କୀକୁ ସାମିଲକରି ତ୍ରିପାକ୍ଷିକ କରାଗଲା। ଏହାକୁ ମଧ୍ୟ ‘ଇସ୍‌ଲାମିକ୍‌ ନାଟୋ’ ବା ‘ମୁସ୍‌ଲିମ୍‌ ନାଟୋ’ ଭାବରେ କୁହାଯାଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଭାରତର ଦୁଇଟି ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ତୁର୍କୀ ମିଳିତ ହୋଇଛନ୍ତି। ଆମେରିକା- ଇସ୍ରାଏଲ – ଇରାନ୍‌ ମଧ୍ୟରେ ହେଉଥିବା ଯୁଦ୍ଧର ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହି ୩ ଦେଶ ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଆମେରିକା-ଇରାନ୍‌ ଯୁଦ୍ଧ ସମୟରେ ଇରାନ୍‌ ବାରମ୍ବାର ସାଉଦି ଆରବ ଉପରେ ଆକ୍ରମଣକରି ଚାଲିଥିଲେ ମଧ୍ୟ ପାକିସ୍ତାନ ଏହାର ପ୍ରତିରୋଧ କରିବା ପାଇଁ କୌଣସି ପଦକ୍ଷେପ ନେଉନାହିଁ।
ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍‌ କହିଛନ୍ତି, ଏହି ଚୁକ୍ତିରେ ସ୍ବାକ୍ଷର କରିଥିବା ଦେଶଗୁଡ଼ିକର ସ୍ଥଳସେନା, ନୌସେନା ଓ ବାୟୁସେନାର ମିଳିତ ଅଭ୍ୟାସ କରାଯିବ, ଯେଉଁଥିରେ ମାନବହୀନ ବାୟୁଯାନ (ଡ୍ରୋନ୍‌) ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଏୟାର ଡିଫେନ୍ସ ସିଷ୍ଟମ) ଅନ୍ତର୍ଭୁକ୍ତ ହେବ। ଏତଦ୍‌ବ୍ୟତୀତ ଏହି ଚୁକ୍ତି ଅନୁଯାୟୀ ସେମାନଙ୍କର ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ସାମରିକ ମୁଖ୍ୟ ଓ ସଶସ୍ତ୍ର ବାହିନୀର କମାଣ୍ଡରମାନଙ୍କ ମଧ୍ୟରେ ନିୟମିତ ବୈଠକ ଅନୁଷ୍ଠିତ ହୋଇ ସାମରିକ, ରାଜନୈତିକ ଓ ରଣନୈତିକ ଚିନ୍ତାଧାରାକୁ ପାରସ୍ପରିକ ଆଦାନ ପ୍ରଦାନ କରିବା ସହ ୩ ଦେଶର ସର୍ବୋଚ୍ଚ ସ୍ତରରେ ସମନ୍ବୟ ପ୍ରତିଷ୍ଠା କରାଯିବ। ଏମାନଙ୍କର ସହଯୋଗ ପରିସର ଜଳ-ସ୍ଥଳ-ଆକାଶରେ ମିଳିିତ ସୈନ୍ୟାଭ୍ୟାସ, ଗୋଇନ୍ଦା ତଥ୍ୟ ବିନିମୟ, କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଓ ଇଲେକ୍‌ଟ୍ରୋନିକ୍ସ ଯୁଦ୍ଧ ଯେଉଁଥିରେ ଶତ୍ରୁପକ୍ଷର ସଞ୍ଚାର ଓ ରାଡାରକୁ ନିଷ୍କ୍ରିୟ କରିଦେବାର ଚୁମ୍ବକୀୟ ପଦ୍ଧତି ପ୍ରୟୋଗର କୌଶଳ ଅନ୍ତର୍ଭୁକ୍ତ। ଏହି ଚୁକ୍ତିନାମାରେ ଇଜିପ୍ଟ୍‌ ଯୋଗଦେବାର ସବୁଜ ସଂକେତ ମିଳିଥିବା ତୁର୍କୀ ଆଭାସ ଦେଇଛି ଓ କୁଏଟ୍‌କୁ ସାମିଲକରିବା ପାଇଁ ପାକିସ୍ତାନ ଆଲୋଚନା କରୁଛି।
ଏବେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ଏମାନଙ୍କର କୌଣସି ମିଳିତ ସୈନ୍ୟଶକ୍ତି କିମ୍ବା ଏକୀକୃତ ନିୟନ୍ତ୍ରଣ ନିର୍ଦ୍ଦେଶ କ୍ଷମତା ନାହିଁ। ଏହି ୩ ଦେଶ ନିଜ ନିଜର ଭିନ୍ନ ଭିନ୍ନ ପ୍ରାଥମିକତାକୁ ପ୍ରାଧାନ୍ୟ ଦିଅନ୍ତି। ତୁର୍କୀର ନଜର ବ୍ୟାପକ ଭାବରେ ପଶ୍ଚିମ ଏସିଆ କେନ୍ଦ୍ରିତ ଓ ମୁସ୍‌ଲିମ୍‌ ଦେଶଗୁଡ଼ିକର ମୁଖ୍ୟ ଭାବରେ ନେତୃତ୍ୱ ନେବାର ପ୍ରଚ୍ଛନ୍ନ ଆକାଂକ୍ଷା, ସାଉଦି ଆରବର ଧ୍ୟାନ ଗଲ୍ଫ ଦେଶଗୁଡ଼ିକୁ ନେଇ ଓ ପାକିସ୍ତାନର ପ୍ରାଥମିକତା ମୁଖ୍ୟତଃ ସର୍ବଦା ଭାରତ ବିରୋଧୀ। ୩ ଦେଶର ଅଲଗା ଅଲଗା ପ୍ରାଥମିକତା ଥିଲାବେଳେ ଏହି ସଂଗଠନ ପୂର୍ଣ୍ଣକାଳୀନ ଓ ଦୀର୍ଘକାଳୀନ ସହଯୋଗ ସୀମିତ ହୋଇପାରେ। ଭୂ-ରାଜନୈତିକ ପରିସ୍ଥିତି, ଇରାନ୍‌ ସହ ସମ୍ବନ୍ଧ ଓ ବୈଶ୍ୱିକ ମହାଶକ୍ତିଙ୍କ ମନୋବୃତ୍ତି ଏହି ଚୁକ୍ତିର ସ୍ଥାୟିତ୍ୱ ଉପରେ ପ୍ରଭାବ ପକାଇପାରେ । ଯଦି ଏହି ତ୍ରିଶକ୍ତି ନିୟମିତ ସୈନ୍ୟାଭ୍ୟାସ ଓ ଗୋଇନ୍ଦା ତଥ୍ୟ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରନ୍ତି ଏହା ମଜଭୁତ ହେବ ଏବଂ ପଶ୍ଚିମ ଏସିଆର ଏକ ପ୍ରଭାବଶାଳୀ ସୁରକ୍ଷାକ୍ଷେତ୍ର ହୋଇପାରିବ। ନଚେତ୍‌ ଏହା ଏକ କୂଟନୈତିକ ଘୋଷଣାପତ୍ରରେ ସୀମିତ ହୋଇ ରହିଯିବ। ତୁର୍କୀ ଘୋଷଣା କରିଛି ଯେ, ଇଜିପ୍ଟ୍‌ ଏହି ଚୁକ୍ତିରେ ସ୍ବାକ୍ଷର କରିବ, କିନ୍ତୁ ଏଥିରେ ଇଜିପ୍ଟ୍‌ ଯୋଗଦାନର ଭବିଷ୍ୟତ ସନ୍ଦେହରେ, କାରଣ ‘ଇଜିପ୍ଟ୍‌ – ଇସ୍ରାଏଲ୍‌ ଶାନ୍ତି ଚୁକ୍ତି’ ପୂର୍ବରୁ ୧୯୭୯ ମାର୍ଚ୍ଚ ୨୬ରେ ଆମେରିକା ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ମଧ୍ୟସ୍ଥତାରେ ୱାଶିଂଟନରେ ହୋଇଛି ଓ ଇଜିପ୍ଟ୍‌ ହିଁ ପ୍ରଥମ ଆରବ ରାଷ୍ଟ୍ର ଯିଏ କି ଇସ୍ରାଏଲ୍‌ର ଅସ୍ତିତ୍ୱକୁ ବୈଧାନିକ ସ୍ବୀକୃତି ଦେଇ ଦୀର୍ଘ ୩୦ବର୍ଷର ପାରସ୍ପରିକ ଯୁଦ୍ଧକୁ ସମାପ୍ତ କରିଛି। ଏଣୁ ଇଜିପ୍ଟ୍‌ ଏହି ଚୁକ୍ତିରେ କୋହଳ ଓ ସନ୍ତୁଳିତ ମନୋଭାବ ପ୍ରକାଶ କରିବା ସମ୍ଭାବନା ରହିଛି। ପାକିସ୍ତାନ ହିଁ ଏକମାତ୍ର ମୁସ୍‌ଲିମ୍‌ ରାଷ୍ଟ୍ର ଯିଏ କି ପରମାଣୁ ଶକ୍ତିସମ୍ପନ୍ନ ଓ ଏହି ଶକ୍ତି ବଳରେ ସେ ମୁସ୍‌ଲିମ୍‌ ରାଷ୍ଟ୍ରଗୁଡ଼ିକୁ ଛତ୍ରଛାୟା ତଳେ ରଖି ନେତୃତ୍ୱର ଭୂମିକାକୁ ପ୍ରଚ୍ଛନ୍ନରେ ଆଗେଇନେବାରେ ଚେଷ୍ଟିତ। ବିଷ୍ଳେଶକଙ୍କ ମତରେ ପାକିସ୍ତାନର ପରମାଣୁ ଶକ୍ତି ରାଷ୍ଟ୍ରର ସର୍ବୋଚ୍ଚ ନେତୃତ୍ୱଙ୍କ ଆଦେଶ ଓ ନିୟନ୍ତଣରେ, ଯାହା ନିଜସ୍ବ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ। ଏହାର ସମ୍ପ୍ରସାରିତ ସୁବିଧା ସୁଯୋଗ ସାଉଦି ଆରବ କିମ୍ବା ତୁର୍କୀକୁ ମିଳିବା ଏକ ପ୍ରଶ୍ନବାଚୀ। ୦୧ା୦୭ା୧୯୬୮ରେ ଆରମ୍ଭ ହୋଇଥିବା ପରମାଣୁ ଅପ୍ରସାର ଚୁକ୍ତି (ଏନ୍‌ପିଟି)ରେ ପାକିସ୍ତାନ ଚୁକ୍ତିବଦ୍ଧ ହୋଇନାହିଁ। ଗୁରୁତର ଆର୍ଥିକ ଅନଟନ ଓ ଋଣଭାରରେ ବୁଡ଼ିଥିବା ପାକିସ୍ତାନ ପରମାଣୁ ସୂତ୍ରର ଗୁପ୍ତ ହସ୍ତାନ୍ତର ଚିନ୍ତାଧାରା ଅନାକଳନୀୟ ଓ ଅନନୁମେୟ ମଧ୍ୟ।
ବାଂଲାଦେଶ ଏ ପର୍ଯ୍ୟନ୍ତ ଏହି ମିଳିତ ପ୍ରତିରକ୍ଷା ଚୁକ୍ତିରେ ଯୋଗଦେଇ ନାହିଁ ସତ, କିନ୍ତୁ ଅନ୍ତିମ ନିଷ୍ପତ୍ତି ରାଷ୍ଟ୍ରର ସ୍ବାର୍ଥ, ବୈଶ୍ୱିକ ଅର୍ଥନୀତି, ବାଣିଜ୍ୟ ଓ ଭୂ-ରାଜନୈତିକ ପରିବର୍ତ୍ତନ ଉପରେ ନିର୍ଭରଶୀଳ। ବାଂଲାଦେଶର ବୈଦେଶିକ ବ୍ୟାପାର ବିଭାଗ ରାଜ୍ୟମନ୍ତ୍ରୀ ହୁମାୟୁନ୍‌ କବୀରଙ୍କ ବକ୍ତବ୍ୟ ଏହି ଯେ, ଚୁକ୍ତିରେ ଆର୍ଥିକ ଓ ସାମରିକ ସହଯୋଗର ସକାରାମତ୍କ ଚିନ୍ତାଧାରାକୁ ଢାକା ସମର୍ଥନକରେ। ବାଂଲାଦେଶର ପୂର୍ବତନ ମେଜର ଜେନେରାଲ ଫୈଜଲ୍‌ ଇଲାହି ଆକ୍‌ବର ମକ୍କାଚୁକ୍ତିକୁ ନେଇ କହିଛନ୍ତି, ମକ୍କା ମଦିନା ଶବ୍ଦ ପ୍ରତି ବାଂଲାଦେଶ ଜନଗଣଙ୍କର ଏକ ସ୍ବତନ୍ତ୍ର ଆମତ୍ିକ ଭାବପ୍ରବଣତା ରହିଛି। ଦୁର୍ବଳ ଗୋଇନ୍ଦା ସଂସ୍ଥା ଓ ଆମତ୍ପ୍ରତିରକ୍ଷା ପାଇଁ ଆମର କୌଣସି ନିଜସ୍ବ କ୍ଷମତା ନାହିଁ। ଆମ ଚତୁଃପାର୍ଶ୍ୱରେ କୌଣସି ମୁସ୍‌ଲିମ୍‌ ରାଷ୍ଟ୍ର ନାହିଁ। ଏଭଳି ଏକ ଅସୁରକ୍ଷିତ ଆମତ୍ବିଶ୍ୱାସହୀନ ପରିସ୍ଥିତିରେ ଆମର ସାର୍ବଭୌମତ୍ୱ ଓ ସ୍ବାଭିମାନର ସୁରକ୍ଷା ପାଇଁ ଆସିିଥିବା ପ୍ରସ୍ତାବକୁ ସ୍ବୀକାର କରାଯିବା ଉଚିତ। ୫୫ବର୍ଷର ସ୍ବାଧୀନତା ପରେ ବର୍ତ୍ତମାନ ଆମକୁ ଚିନ୍ତା କରିବାକୁ ପଡ଼ିବ ଆମର ବନ୍ଧୁ କିଏ ?
ମକ୍କାଚୁକ୍ତି ପରେ ପାକିସ୍ତାନ ସାଉଦି ଆରବକୁ ଧୋକାଦେଇଛି। ଇରାନ୍‌ ସମର୍ଥିତ ୟେମେନ୍‌ ହାଉତି ବିଦ୍ରୋହୀଙ୍କ ସାଉଦି ଆରବ ଉପରେ ଆକ୍ରମଣକୁ ନେଇ ପାକିସ୍ତାନ ପ୍ରତ୍ୟକ୍ଷ ଭାବରେ ହାଉତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉଛି। ଏହାପରେ ସାଉଦି ଆରବ ଇସ୍ରାଏଲ୍‌ର ସହଯୋଗ ଲୋଡ଼ିଛି। ପାକିସ୍ତାନର ଜଳ ସଙ୍କଟ, ଆଭ୍ୟନ୍ତରୀଣ ବିବାଦ, ଗୃହଯୁଦ୍ଧ ଓ ଅପରେଶନ ସିନ୍ଦୂର – ୨କୁ ଲକ୍ଷ୍ୟ ରଖି କାଳେ ଭାରତ ପଟୁ ଆକ୍ରମଣ ହେବ ତେଣୁ ଭୟଭୀତ ହୋଇ ତୁର୍କୀ ଓ ସାଉଦି ଆରବର ଶରଣାପନ୍ନ ହୋଇ ଏହି ମକ୍କାଚୁକ୍ତିରେ ସ୍ବାକ୍ଷର କରିଛି। ଆଜି ପର୍ଯ୍ୟନ୍ତ ଭାରତ ପ୍ରତି ପାକିସ୍ତାନର ମନୋଭାବ ସର୍ବଦା ନକାରାମତ୍କ। ଏହି ପ୍ରତିରକ୍ଷା ଚୁକ୍ତିକୁ ଆଳ କରି ପାକିସ୍ତାନ ଏବେ ସାଉଦି ଆରବ ଓ ତୁର୍କୀଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର, ଏଆଇ ଗାଇଡେଡ୍‌ କ୍ରୁଜ୍‌ ମିଜାଇଲ, ଡ୍ରୋନ୍‌ ପ୍ରଭୃତି ଆଣି ଠୁଳ କରୁଛି। ଏହା ସହ ତୁର୍କୀ ମଧ୍ୟ ପାକିସ୍ତାନରେ ଥିବା ଏଫ୍‌-୧୬ ଯୁଦ୍ଧ ବିମାନକୁ ଆଧୁନିକୀକରଣ କରିବାରେ ସହାୟତା କରୁଛି। ଏପରି ସ୍ଥିତିରେ ଭାରତ ଉପସାଗରୀୟ ଦେଶଗୁଡ଼ିକ ସହ ସକ୍ରିୟ କୂଟନୈତିକ ସମ୍ପର୍କ ରଖି ସତର୍କତାର ସହ ନିଜର ସୁରକ୍ଷାକୁ ସୁଦୃଢ଼ କରିବା ଆବଶ୍ୟକ।

ଜ୍ୟୋତିପ୍ରକାଶ କର
ମୋ: ୯୪୩୮୫୩୨୪୫୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?