Posted inଜାତୀୟ

ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଆରଜେଡି ଏମ୍‌ପି, କେନ୍ଦ୍ରଠାରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ମନୋଜ ଚଳିତ ମାସରେ ଅଟାରୀ-ୱାଘା ସୀମା ଦେଇ ଲାହୋର ଯିବାକୁ ଚାହୁଁଥିଲେ। ସେଠାରେ ସେ ମାନବାଧିକାର କର୍ମୀ ଆସମା ଜାହଙ୍ଗୀରଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଇଥାନ୍ତେ। କିନ୍ତୁ ତାଙ୍କ ଗସ୍ତକୁ କେନ୍ଦ୍ର ଅନୁମୋଦନ କରି ନ ଥିଲା। ଏଭଳି ପରିସ୍ଥିତିରେ ତାଙ୍କର ପ୍ରସ୍ତାବିତ ପାକ ଗସ୍ତକୁ ବାତିଲ କରାଯାଇଛି। ମନୋଜ ନିଜେ ଏହା ନିଶ୍ଚିତ କରିଛନ୍ତି।
ମନୋଜ କହିଛନ୍ତି, ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ରାଜନୈତିକ ଅନୁମୋଦନ ଦେବାକୁ ମନା କରି ଦେଇଛନ୍ତି। ୨୩ ଅକ୍ଟୋବରରେ ଲାହୋରରେ ଆସମା ଜାହାଙ୍ଗୀରଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ‘ଗଣତାନ୍ତ୍ରିକ ଅଧିକାରର ରକ୍ଷା କ୍ଷେତ୍ରରେ ରାଜନୈତିକ ଦଳର ଭୂମିକା’ ପ୍ରସଙ୍ଗରେ ସମ୍ବୋଧନ ପାଇଁ ଯିବାର ଥିଲା। ଏହି ଗସ୍ତ ତାଙ୍କୁ ଗଣତାନ୍ତ୍ରିକ ଅଧିକାର ପାଇଁ ସଂଗ୍ରାମରେ ଭାରତୀୟ ରାଜନୈତିକ ଦଳର ମହାନ ପରମ୍ପରାକୁ ସୂଚାଇବାର ସୁଯୋଗ ଦେଇଥାନ୍ତା। ଆସମା ଜାହଙ୍ଗୀର ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ଲଢୁୁଥିବା ଜଣେ କାର୍ଯ୍ୟକର୍ତ୍ତା ଥିଲେ। ୨୦୧୮ରେ ତାଙ୍କର ଦେହାନ୍ତ ହୋଇଥିଲା।
ପାକିସ୍ତାନ ଗସ୍ତ ପାଇଁ ଗୃହ ମନ୍ତ୍ରଣାଳୟରୁ ମନୋଜଙ୍କୁ ଅନୁମୋଦନ ମିଳିଥିଲା, କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ରାଜନୈତିକ ଅନୁମୋଦନ ଦେଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri