ଭୁବନେଶ୍ୱର,୧୦।୭: ସୁନ୍ଦରଗଡ଼ ବସୁନ୍ଧରା ଏରିଆ MCL ଜେନେରାଲ ମ୍ୟାନେଜର(ମାଇନିଂ) ଅଖିଳେଶ କୁମାର ବର୍ମା ଗୁରୁବାର CBI ଜାଲରେ ପଡିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଖିଳେଶ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡିଥିଲେ।
ଏନେଇ CBI ପକ୍ଷରୁ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା CBI ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଜନେରାଲ ମ୍ୟାନେଜର ଅଖିଳେଶ ଜଣେ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବିସ୍ଥାପିତ ଜଣକ CBI ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଗୁରୁବାର ଯୋଜନା ମୁତାବକୁ ଜନେରାଲ ମ୍ୟାନେଜର ଅଖିଳେଶ ବିସ୍ଥିପିତଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ CBI ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ।