ଓୟୁଟିଆର୍‌ରେ ଏମ୍‌ସିଏ ପାଠ୍ୟକ୍ରମ ବନ୍ଦ ଯୋଜନା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟ ସରକାଙ୍କ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ରିସର୍ଚ୍ଚ (ଓୟୁଟିଆର୍‌)ରେ ଏମସିଏ ପାଠ୍ୟକ୍ରମ ବନ୍ଦ ପାଇଁ ଯୋଜନା କରାଯାଉଥିବା ପୁରାତନ ଛାତ୍ର ସଂଗଠନ ଅଭିଯୋଗ ଉଠାଇବା ସହ ଏହାକୁ ବିରୋଧ କରିଛି। ସଂଗଠନ ସଦସ୍ୟଙ୍କ କହିବାନୁସାରେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିଏସ୍‌ସି ଏବଂ ବିଏସ୍‌ସି ପରେ ସଫ୍ଟୱେୟାର ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଛାତ୍ର ପ୍ରଭାବିତ ହେବେ। ଓଡିଶାର ଅଗ୍ରଣୀ ବୈଷୟିକ ବିଶ୍ୱବିଦ୍ୟାଳୟ ଏମ୍‌ସିଏ ପାଠ୍ୟକ୍ରମକୁ ହଟାଇବା ଦ୍ୱାରା ଅନ୍ୟ ସମସ୍ତ ବୈଷୟିକ କଲେଜ ଏହି ଧାରାକୁ ଅନୁସରଣ କରିବେ ଏବଂ ଶେଷରେ ଏହି ପାଠ୍ୟକ୍ରମ ଅଭାବରେ ଓଡିଶାର ଛାତ୍ରୀଛାତ୍ର ବହୁରାଷ୍ଟ୍ରୀୟ ବୃତ୍ତି ସୁଯୋଗକୁ ହରାଇ ବସିବେ।
ଗତ ୩୦ ବର୍ଷ ଧରି ଏକ ସରକାରୀ ଅନୁଦାନପ୍ରାପ୍ତ ପାଠ୍ୟକ୍ରମ ଭାବେ ଏମ୍‌ସିଏ ଚାଲି ଆସିଛି। ନିକଟରେ ରାଜ୍ୟ ସରକାର ଏହି ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ୩୦ରୁ ୪୫କୁ ବୃଦ୍ଧି କରିଥିଲେ। ତେବେ ଓୟୁଟିଆର୍‌ର ନୂତନ ପ୍ରଶାସନ ଏହି ପାଠ୍ୟକ୍ରମକୁ ପ୍ରୋସତ୍ାହିତ କରିବା ପରିବର୍ତ୍ତେ କାହିଁକି ବନ୍ଦ କରୁଛନ୍ତି ବୋଲି ପୁରାତନ ଛାତ୍ର ମହେଶ ଜେନା କହିଛନ୍ତି। ପ୍ରତିବର୍ଷ ଓଡ଼ିଶା ଜେଇଇ-ଏମ୍‌ସିଏ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ତଥା ଶୀର୍ଷ ସ୍ଥାନ ଅଧିକାର କରୁଥିବା ଛାତ୍ରୀଛାତ୍ର ହିଁ ଓୟୁଟିଆର୍‌ରେ ଏମସିଏ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇଥାନ୍ତି। ଏଥିସହ ଗତ ୧୦ବର୍ଷ ଭିତରେ ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ବହୁରାଷ୍ଟ୍ରୀୟ ସଫ୍ଟୱେର୍‌ କମ୍ପାନୀରେ ଉଚ୍ଚ ପଦପଦରବୀରେ ନିଯୁକ୍ତି ପାଇ ଓଡ଼ିଶା ତଥା ବିଶ୍ୱବିଦ୍ୟାଳୟର ସମ୍ମାନ ବଢ଼ାଉଛନ୍ତି। ଏଥିସହ ଏମାନଙ୍କ ମଧ୍ୟରୁ ବହୁ ଛାତ୍ରୀଛାତ୍ର ନିଜସ୍ବ ଷ୍ଟାର୍ଟଅପ୍‌ ତିଆରି କରି ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛନ୍ତି। କେଉଁ ଆଧାରରେ ଓୟୁଟିଆର୍‌ର ଅଧିକାରୀମାନେ ଏମସିଏ ପାଠ୍ୟକ୍ରମକୁ ଅନାବଶ୍ୟକ ମନେ କରୁଛନ୍ତି ତାହାର ସନ୍ତୋଷଜନକ ଉତ୍ତର ମିଳୁ ନାହିଁ। ସେହିପରି ଏହି ପାଠ୍ୟକ୍ରମ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରାଶିର କିଭଳି ବିନିଯୋଗ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏନେଇ ୧୭ରୁ ଅଧିକ ପୁରାତନ ନୂତନ କୁଳପତିଙ୍କୁ ଭେଟି ପାଠ୍ୟକ୍ରମ ବନ୍ଦ ନ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨ ବର୍ଷ ଅବଧିର ଏହି ପାଠ୍ୟକ୍ରମ ପରିବର୍ତ୍ତେ ୪ବର୍ଷ ଅବଧିର ଏକ ନୂତନ ବିଟେକ୍‌ ପାଠ୍ୟକ୍ରମ ଖୋଲାଯିବ ବୋଲି କହି କୁଳପତି ସେମାନଙ୍କ ଦାବିକୁ ଏଡ଼ାଇଯାଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨ବର୍ଷରେ ଛାତ୍ରୀଛାତ୍ର ସମାନ ଶିକ୍ଷାଲାଭ କରୁଥିବାବେଳେ ଅଧିକ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ଏମ୍‌ସିଏ ପାଠ୍ୟକ୍ରମକୁ ବନ୍ଦ କରି ୪ବର୍ଷର ଅବଧିର ପାଠ୍ୟକ୍ରମ ଆରମ୍ଭ କରାଯାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri