ରୋଚକ ହେବ ଲଢେଇ, ସାମ୍ନାସାମ୍ନି ହେବେ ଦୁଇବନ୍ଧୁ

ମୟୂରଭଞ୍ଜ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତ ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ସରିଥିବାବେଳେ ଗତକାଲି ୪୭ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନେତାଏ। କିନ୍ତୁ କୁହାଯାଉଛି ଏଥର ମୟୂରଭଞ୍ଜ ବିଧାନସଭା ଆସନ ରୋଚକ ହେବାକୁ ଯାଉଛି। କାରଣ ଏଥର ମଇଦାନକୁ ଓହ୍ଲାଇବେ ଦୁଇ ଘନିଷ୍ଠ ବନ୍ଧୁ। ଦୁଇ ବନ୍ଧୁଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର। ମୟୂରଭଞ୍ଜ ଆସନରେ ବିଜେଡି ଓ ଭାଜପାର ଦୁଇ ପ୍ରାର୍ଥୀ ଲଢେଇ କରିବାକୁ ଯାଉଥିବାବେଳେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏହି ଦୁଇ ବନ୍ଧୁ ହେଲେ ବିଜେଡି ବିଧାୟକ ସୁଦାମ ମାରାଣ୍ଡି ଓ ଭାଜପା ବିଧାୟକ ନବଚରଣ ମାଝୀ। ସୁଦାମ ମାରାଣ୍ଡି ଏବେ ବିଜେଡିର ଗଣଶିକ୍ଷା ଓ ରାଜସ୍ୟ ମନ୍ତ୍ରୀ ଅଛନ୍ତି।

ମୟୂରଭଞ୍ଜ ଆସନରେ ହେବ ଜୋରଦାର ଲଢେଇ। ସାମ୍ନାସାମ୍ନି ହେବ ଦୁଇ ପୁରୁଣା ବନ୍ଧୁ ସୁଦାମ ଓ ନବଚରଣ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦୁଇ ନେତା ଚଳିତ ନିର୍ବାଚନରେ ପରସ୍ପର ବିରୋଧରେ ଲଢିବାକୁ ଯାଉଛନ୍ତି। ନବଚରଣ ରାଇରଙ୍ଗପୁରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ସୁଦାମ ବାଙ୍ଗିରପୋଷିରୁ ନିର୍ବାଚନ ଲଢିଥିଲେ। ପୂର୍ବରୁ ଦୁହେଁ ଗୋଟିଏ ଦଳରୁ ନିର୍ବାଚନ ଲଢୁଥିବାରୁ ଏଥର ଲଢେଇ ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇ ରହିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri