Posted inଖେଳ

Mayank Agarwal Admitted ICU: କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ଆଇସିୟୁରେ ଭର୍ତ୍ତି, ପିଇବା ପାଣିରେ ବିଷାକ୍ତ ପଦାର୍ଥ ଥିବା ଆଶଙ୍କା…

ଅଗରତାଲା,୩୦।୧ : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ହଠାତ ଅସୁସ୍ଥତା ସମ୍ପର୍କରେ ମଙ୍ଗଳବାର ସୂଚନା ସାମ୍ନାକୁ ଆସିଛି। ସେ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ବିମାନରୁ ଓହ୍ଲାଯାଇ ଅଗରତାଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ସେ ତାଙ୍କ ରଣଜୀ ଦଳ କର୍ନାଟକର ଅଧିନାୟକ ଭାବେ ଖେଳୁଥିଲେ। ୨୬ ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ତ୍ରିପୁରା ବିପକ୍ଷରେ ମ୍ୟାଚ ଖେଳିବା ପରେ ସେ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି କରିବାକୁ ସୁରଟ ଯାଉଥିଲେ ।

ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅଗରତାଲାର ଆଇଏଲଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖିଛନ୍ତି। ଗଣମାଧ୍ୟମକୁ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ଦେବାକୁ ଡାକ୍ତରମାନେ ମନା କରିଦେଇଛନ୍ତି। ସେ ବିମାନରେ ଚଢ଼ିବା ପରେ ତାଙ୍କ ପାଟି ଓ ଗଳାରେ କିଛି ସମସ୍ୟା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ସେ ବିପଦ ମୁକ୍ତ ଥିବା କୁହାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ସେ ପାଣି ପିଇବା ମାତ୍ରେ ତାଙ୍କ ଗଳା ଓ ପାଟିରେ ସମସ୍ୟା ଦେଖାଦେଇଥିଲା। ପାଣିରେ କିଛି ବିଷାକ୍ତ ପଦାର୍ଥ ଥିବା ଅନୁମାନ କରାଯାଉଛି।

ବର୍ତ୍ତମାନର ରଣଜୀ ଟ୍ରଫିରେ ସେ ବହୁତ ଭଲ ଫର୍ମରେ ଅଛନ୍ତି। ସେ ଚାରିଟି ମ୍ୟାଚରେ ଦୁଇ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ସେ ହାରାହାରି ୪୪.୬ ହାରରେ ୪୬୦ ରନ ସଂଗ୍ରହ କରିଛନ୍ତି। ୨୦୨୮ ରେ ଟିମ ଇଣ୍ଡିଆ ପାଇଁ ଖେଳିଥିଲେ। ହାରାହାରି ୪୧.୩ ହାରରେ ୨୧ ଟି ଟେଷ୍ଟ ମ୍ୟାଚରେ ସେ ୧,୪୪୮ ରନ କରିଛନ୍ତି । ସେ ଶେଷ ଥର ପାଇଁ ମାର୍ଚ୍ଚ ୨୦୨୨ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ, ସେବେଠାରୁ ସେ ଦଳ ବାହାରେ ରହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri