ଆଜି ହୋଇପାରେ ମେଣ୍ଟ ଘୋଷଣା

ଭୁବନେଶ୍ୱର,୭ା୩ (ଅନିଲ ଦାସ):ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ୨ ଦିନ ହେବ ଚର୍ଚ୍ଚା ଲାଗିରହିଛି। ବୁଧବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ଓ ସନ୍ଧ୍ୟାରେ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଭାଜପା ନେତାଙ୍କ କୋର୍‌ କମିଟି ବୈଠକ ହୋଇଥିଲା। ତେବେ ବୈଠକରେ କ’ଣ ନିଷ୍ପତ୍ତି ହୋଇଛି ସେ ନେଇ ଉଭୟ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ଆସନ ବୁଝାମଣା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରିବା ନେଇ ଉଭୟେ ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଛି।
ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା କେବଳ ଔପଚାରିକ ଘୋଷଣା ବାକି ରହିଛି। ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା କରାଯାଇପାରେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଓ ୨୦୦୯ରେ ହୋଇଥିବା ମେଣ୍ଟଠାରୁ ନୂଆ ମେଣ୍ଟ ଭିନ୍ନ ହେବ। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେଲେ ମଧ୍ୟ କେହି ସରକାରରେ ସାମିଲ ହେବେ ନାହିଁ। ଅର୍ଥାତ୍‌ ବିଜେଡି କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ସେହିପରି ରାଜ୍ୟରେ ଭାଜପା ବିଜେଡି ସହିତ ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ। ବାହାରେ ରହି ଉଭୟ ଉଭୟଙ୍କୁ ସମର୍ଥନ କରିବେ। ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri