ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…

ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍‌ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍‌କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ ହୋଇଯିବା ଦେଖିଥିଲେ। ଗୋଟିଏ ପରେ ଗୋଟିଏ ବ୍ୟବସାୟକୁ ଅନ୍ୟ କମ୍ପାନୀ କିଣିନେଇଥିଲେ। ଶୁକ୍ରବାର ପୁଣି ଗ୍ରୁପ୍‌ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରାଇଭେଟ୍‌ ହେଲ୍ଥ କେୟାର ପ୍ରୋଭାଇଡର ମ୍ୟାକ୍ସ ହେଲ୍ଥ କେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଲିମିଟେଡ୍‌ ସାହାରା ହସ୍ପିଟାଲକୁ କିଣିଛି। ପ୍ରାୟ ୧୨୫ କୋଟି ଟଙ୍କାରେ ସେ ଷ୍ଟାରଲିଷ୍ଟ ମେଡିକାଲ ସେଣ୍ଟର ପ୍ରାଇଭେଟ୍‌ ଲିମିଟେଡ୍‌ର ୧୦୦% ଅଂଶଧନକୁ ମ୍ୟାକ୍ସ କିଣି ଚୁକ୍ତିରେ ଦସ୍ତଖତ କରିଛି। ଏହାପରେ ମାକ୍ସ ମାଲିକାନାରେ ହିଁ ଉକ୍ତ ଡାକ୍ତରଖାନା ଚାଲିବ। ଲକ୍ଷ୍ନୌର ଗୋମତି ନଗରରେ ୨୭ ଏକର ଜମିରେ ଏହି ଡାକ୍ତରଖାନା ରହିଛି। ଏଥିରେ ବିଭିନ୍ନ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏହାର ପରିସରରେ ଏକ ନର୍ସିଂ କଲେଜ ମଧ୍ୟ ରହିଛି, ଯାହାକି ୧୦୦ରୁ ଅଧିକ ଛାତ୍ରୀଙ୍କୁ ପ୍ରତି ବର୍ଷ ଟ୍ରେନିଂ ଦେଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ରାଜନାଥ

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ…

ରାତି ଅଧରେ ବିଦ୍ୟାଳୟରୁ ଚାଉଳ ଚୋରା ଚାଲାଣ ଉଦ୍ୟମ, ହଠାତ୍‌ ପହଞ୍ଚିଗଲେ ଲୋକେ, ଆଉ ତା’ ପରେ…

ଲାଞ୍ଜିଗଡ଼,୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଚାଉଳ ଚୋରା ଚାଲାଣ ହେଉଥିବା ଖବର ପ୍ରକାଶିତ ହେଉଥିବା ବେଳେ ପୁଣି…

ଦିନରେ ଦେଖାଯିବ ରାତି ଭଳି ଦୃଶ୍ୟ, ଏହି ଦିନ ହେବ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୬ା୩: ଜ୍ୟୋତିର୍ବିଜ୍ଞାନ ଘଟଣା ଦୃଷ୍ଟିରୁ ୨୦୨୬ ବର୍ଷ ଏପର୍ଯ୍ୟନ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ବର୍ଷ ଗୋଟିଏ ସୂର୍ଯ୍ୟପରାଗ ଏବଂ ଗୋଟିଏ ଚନ୍ଦ୍ରଗ୍ରହଣ ଦେଖାଯାଇଛି ।…

ପୋଖରୀରୁ ମାଛ ଧରିବାକୁ ନେଇ ରାଣିଗାଁ ଅଶାନ୍ତ: ମହିଳା ସଂଘକୁ ଗ୍ରାମବାସୀଙ୍କ ବିରୋଧ, ପୂରା ଘଟଣା ଜାଣିଲେ…

ପୁରୁଷୋତ୍ତମପୁର,୬।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ରକରି ତିନିଦିନ ହେଲା ଲାଗିରହିଥିବା ବିବାଦ ଶୁକ୍ରବାର ଉଗ୍ର ରୂପ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ମାମଲାରେ ଗିରଫ ହୋଇ…

ସୁନ୍ଦରଗଡ଼,୬ା୩(ଜୟନାରାୟଣ ମେଣ୍ଡୁଳି): ଜିଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସରୋଜ ରାଉତ ଓରଫ…

ଆଶ୍ଚର୍ଯ୍ୟ କରୁଛି ଭାଜପାର ଆୟ! କଂଗ୍ରେସ ଅପେକ୍ଷା ସାତ ଗୁଣ ଅଧିକ ରୋଜଗାର କରିଛି ଦଳ, କଂଗ୍ରେସ ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିଛି

ନୂଆଦିଲ୍ଲୀ,୬।୩: ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜାତୀୟ ଦଳଗୁଡ଼ିକର ଆୟ ପ୍ରକାଶ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ, ଭାଜପାର ମୋଟ ଆୟ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ଇରାନ ଯୁଦ୍ଧର ପ୍ରଭାବ, ଫସି ରହିଛି ‘ଧଳା ସୁନା’! ଭାରତୀୟ ବଜାରରେ କମିବାରେ ଲାଗିଛି ଦାମ୍‌

ନୂଆଦିଲ୍ଲୀ,୬।୩: ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ବାସୁମତୀ ଚାଉଳ ରପ୍ତାନି ବିଶେଷ ଭାବରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri