ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।
ଦୁଇ ଥରର ଦିନିକିଆ ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟ ହେଡେନ ନିଜ ସମୟରେ ଅନ୍ୟତମ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ ଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୨୭୩ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୫ ହଜାରରୁ ଊର୍ଦ୍ଧ୍ୱ ରନ କରିଛନ୍ତି। ସେ ମୁଖ୍ୟ କୋଚ୍ ଆଶିଷ ନେହେରାଙ୍କ ଅଧୀନରେ କାର୍ଯ୍ୟ କରିବେ।

