ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୬।୩(ସତ୍ୟଜିତ୍‌ ରାଉତ): ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ପୁଅକୁ ବିବାହ କରିବା ଆଳରେ ଓଡ଼ିଶା ଝିଅ ଓ ତାଙ୍କ ମା’ ସୁନା ଓ ରୁପା ଅଳଙ୍କାର, ଟଙ୍କା ଆଦି ଠକି ନେଇଛନ୍ତି। ଏହି ମାମଲାରେ ଠକ ମା’ ଓ ଝିଅଙ୍କୁ ନୟାପଲ୍ଲୀ ଥାନା ପୋଲିସ ବୁଧବାର ଗିରଫ କରିଛି।

ଅଭିଯୁକ୍ତା ମା’ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିବା ନୟାଗଡ଼ ଓ଼ଡ଼ଗାଁ ଥାନା ଅଞ୍ଚଳର ମମତା ଦାସ ଓ ଝିଅ ସସ୍ମୀତା ଦିଗଲ। ସେମାନଙ୍କଠୁ ସୁନା ଓ ରୁପା ଅଳଙ୍କାର ଆଦି ପୋଲିସ ଜବତ କରିଛି। ଅଭିଯୁକ୍ତାଦ୍ୱୟଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ କୋର୍ଟକୁ ଚାଲାଣ କରାଯାଇଥିଲା। ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମାମଲା ଅନୁଯାୟୀ, ପିଡ଼ିତ ପୁଅ ହେଲେ ଆନ୍ଧ୍ରରେ ଏକ ଫାଇନାନ୍ସ ସଂସ୍ଥାରେ ଚାକିରି କରୁଥିବା ଏମ୍‌.ବି ଶଙ୍କର। ମଧ୍ୟସ୍ଥୀ ଦ୍ୱାରା ସେ ଝିଅ ଘର ପକ୍ଷଙ୍କ ସହ ପରିଚୟ ହୋଇଥିଲେ। ମାର୍ଚ୍ଚ ୧୯ରେ ଶଙ୍କର ଓ ତାଙ୍କ ପରିବାର ଲୋକମାନେ ଭୁବନେଶ୍ୱର ପହଞ୍ଚିଥିଲେ। ନୟାପଲ୍ଲୀ ରେଣ୍ଟାଲ କଲୋନୀରେ ରହୁଥିବା ଝିଅ ଘର ପରିବାରକୁ ସେମାନେ ଭେଟିବା ପରେ ବିବାହ ନେଇ ଆଲୋଚନା ହୋଇଥିଲା। ଶଙ୍କର ଟଙ୍କା ଖର୍ଚ୍ଚ କରି ବିବାହ ପାଇଁ ନିଜର ଓ ଝିଅ ପାଇଁ ସପିଂ କରେଇଥିଲେ। ପରେ ୨୧ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ନିର୍ବନ୍ଧ ହୋଇଥିଲା।

ତେବେ ଆନ୍ଧ୍ରପ୍ରଦେଶର ପରମ୍ପରା ଅନୁଯାୟୀ ନିର୍ବନ୍ଧ ବେଳେ ପୁଅ ଘର ପକ୍ଷରୁ ଝିଅକୁ ୩ ଲକ୍ଷ ୫୦ ହଜାର ଟଙ୍କାର ବିଭିନ୍ନ ସୁନା ଅଳଙ୍କାର, ନଗଦ ୫୦ ହଜାର ଟଙ୍କା, ୨୦ ହଜାର ଟଙ୍କାର ରୁପା ଗହଣା ଆଦି ଦିଆଯାଇଥିଲା। ୨୩ ତାରିଖରେ କୋର୍ଟରେ ବିବାହ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ବିବାହ ପାଇଁ ଝିଅ ଘର ପକ୍ଷ ନ ଆସିବାରୁ ଶଙ୍କରଙ୍କ ସନ୍ଦେହ ହୋଇଥିଲା।

ଅଧିକ ବୁଝିବାରୁ ଝିଅ ସସ୍ମୀତା ପୂର୍ବରୁ ବିବାହିତ ବୋଲି ଜଣାପଡିଥିଲା। ଏପରିକି ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ବିବାହ ବିଚ୍ଛେଦ ପାଇଁ ସ୍ବାମୀଙ୍କ ସହ ବିବାଦ ଚାଲିଥିବା ଜଣାପ଼ଡ଼ିଥିଲା। ତେବେ ସୁନା ଅଳଙ୍କାର ଓ ଟଙ୍କା ଠକିବା ଉଦ୍ଧେଶ୍ୟରେ ଝିଅ ଓ ମା’ ଏଭଳି ଚାଲ୍‌ ଖେଳିଥିବା ଜଣାପଡ଼ିବା ପରେ ଶଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ନୟାପଲ୍ଲୀ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri