Posted inଜାତୀୟ

ମହିଳା ଖଣ୍ଡପୀଠରେ ବୈବାହିକ ମାମଲା

ନୂଆଦିଲ୍ଲୀ,୨ା୧୨: ୪ ବର୍ଷର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଏକ ଖଣ୍ଡପୀଠ ଗଠନ କରିଛନ୍ତି, ଯେଉଁଠି ୨ ଜଣ ମହିଳା ବିଚାରପତି ବୈବାହିକ ବିବାଦ ଓ ଜାମିନ ପ୍ରସଙ୍ଗରେ ସ୍ଥାନାନ୍ତର ଆବେଦନର ଶୁଣାଣି କରିବେ। ୨ ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀ। ମହିଳା ବିଚାରପତି ଦ୍ୱୟଙ୍କ ଖଣ୍ଡପୀଠ ଗୁରୁବାର ସର୍ବୋଚ୍ଚ ଅଦାଲତଙ୍କ କୋର୍ଟ ନଂ.୧୧ରେ ଶୁଣାଣି କରିଥିଲେ। ପୂର୍ବରୁ ତାଲିକାଭୁକ୍ତ ହୋଇଥିବା ୩୨ଟି ମାମଲା ହାତକୁ ନେଇଥିଲେ। ତହିଁରୁ ବୈବାହିକ ବିବାଦ ଓ ଜାମିନ ସମ୍ପର୍କିତ ୧୦ଟି ଲେଖାଏ ଟ୍ରାନ୍ସଫର ପିଟିଶନର ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ଏହା ହେଉଛି ଏହି ଧରଣର ତୃତୀୟ ଖଣ୍ଡପୀଠ। ପୂର୍ବରୁ ୨୦୧୩ରେ ଜଷ୍ଟିସ୍‌ ଜ୍ଞାନସୁଧା ମିଶ୍ରା ଓ ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ ଏବଂ ୨୦୧୮ରେ ଜଷ୍ଟିସ୍‌ ଆର୍‌. ଭାନୁମତି ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ କେବଳ ମହିଳାଙ୍କ ଖଣ୍ଡପୀଠ ଗଠିତ ହୋଇଥିଲା। ସୁପ୍ରିମକୋର୍ଟରେ ପ୍ରଥମ ୩୯ ବର୍ଷ ଧରି କୌଣସି ମହିଳା ବିଚାରପତି ନ ଥିଲେ। ୧୯୮୯ରେ ଜଷ୍ଟିସ୍‌ ଫାତିମା ବିବି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ପାଇଥିଲେ। ସେହିପରି ଗତ ୭୨ ବର୍ଷର ଇତିହାସରେ ସର୍ବୋଚ୍ଚ ଅଦାଲତରେ ମାତ୍ର ୧୧ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି। ୧୯୫୦ରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବା ପରଠାରୁ ଅଦ୍ୟାବଧି କେବେହେଲେ ଏକକାଳୀନ ୪ରୁ ଊର୍ଦ୍ଧ୍ୱ ମହିଳା ବିଚାରପତି ରହିନାହାନ୍ତି। ବର୍ତ୍ତମାନ ଜଷ୍ଟିସ୍‌ କୋହଲି, ଜଷ୍ଟିସ୍‌ ତ୍ରିବେଦୀ ଏବଂ ଜଷ୍ଟିସ୍‌ ବି.ଭି. ନାଗରନତ୍ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ୍‌ ନାଗରନତ୍ ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ସୁପ୍ରିମକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ରହିବା ସ୍ଥାନରେ ବର୍ତ୍ତମାନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ମିଶାଇ ମାତ୍ର ୨୭ ଜଣ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri