ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌ ମିଳିବ। ସାର୍ଟିଫିକେଟ୍‌ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନ୍‌ଲାଇନ୍‌ରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଓକାକ୍‌ ଏବଂ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ବିକଶିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।