୨୧ରୁ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୯ରୁ ଖାତାଦେଖା

କଟକ,୭ା୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ମାଟ୍ରିକ୍‌ ପରୀକ୍ଷା ପାଇଁ ୫,୧୦,୭୭୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ରାଜ୍ୟର ମୋଟ୍‌ ୨,୯୭୯ କେନ୍ଦ୍ରରେ ପରୀକ୍ଷା ହେବ। ପରୀକ୍ଷା ଶେଷ ହେବା ପରେ ୪୭ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭,୭୬୬ ଜଣ ଫର୍ମ ପୂରଣ କରିଥିବାବେଳେ ୧୦୨ଟି କେନ୍ଦ୍ରରେ ପରୀକ୍ଷା ଓ ଦୁଇଟି କେନ୍ଦ୍ରରେ ଖାତାଦେଖା ହେବ। ଏଥିସହ ମଧ୍ୟମା ପରୀକ୍ଷା ପାଇଁ ୩,୭୯୨ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବାବେଳେ ୫୨ଟି କେନ୍ଦ୍ରରେ ପରୀକ୍ଷା ଓ ଦୁଇଟି କେନ୍ଦ୍ରରେ ଖାତାଦେଖା ହେବ। ତେବେ ତିନୋଟିଯାକ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ନିମନ୍ତେ ୩୦ଟି ଜିଲାରେ ୩୧୪ ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରେ ପୋଲିସ ଥାନାରେ ୨୧ଟି ନୋଡାଲ କେନ୍ଦ୍ର ଓ ବିଟ୍‌ ହାଉସ୍‌ରେ ଗୋଟିଏ କେନ୍ଦ୍ର କରାଯାଇଛି। ପୋଲିସ ଥାନା ନୋଡାଲ କେନ୍ଦ୍ର କନ୍ଧମାଳରେ ୭, କୋରାପୁଟରେ ୪, ମାଲକାନାଗିରିରେ ୧୦ ଓ ଲମତାପୁଟ ବିଟ୍‌ ହାଉସ୍‌ରେ ଗୋଟିଏ ନୋଡାଲ କେନ୍ଦ୍ର ହୋଇଛି। ତିନୋଟିଯାକ ପରୀକ୍ଷାରେ ମୋଟ୍‌ ୫,୨୨,୩୩୬ ଜଣ ପରୀକ୍ଷାଙ୍କ ନିମନ୍ତେ ୩,୧୩୩ ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ମୋଟ୍‌ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ପରୀକ୍ଷା ଖାତାଦେଖା ହେବ।
ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ମାଟ୍ରିକ୍‌ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଆସନ୍ତା ୧୦ ତାରିଖରୁ ଉପଲବ୍ଧ ହେବ। ଏହାବାଦ୍‌ ଅଫ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଆଡ୍‌ମିଟ୍‌ ପ୍ରଦାନ କରାଯିବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କୁ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ। ଭୋକେଶନାଲ ପ୍ରାକ୍ଟିକାଲ ପରୀକ୍ଷା ସମ୍ପୃକ୍ତ ବିଦ୍ୟାଳୟରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିସହ ଜିଲା ଶିକ୍ଷାଧିକାରୀ, ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖରେ ବୋର୍ଡ ମୁଖ୍ୟାଳୟରେ କରାଯିବ। ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ବୋର୍ଡ ମୁଖ୍ୟାଳୟକୁ ସିଧାସଳଖ ପରୀକ୍ଷାକେନ୍ଦ୍ର ଓ ନୋଡାଲ କେନ୍ଦ୍ରଗୁଡ଼ିକରୁ ଆସିବ ନିମନ୍ତେ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୨ ତାରିଖରୁ ନୋଡାଲ କେନ୍ଦ୍ରଗୁଡ଼ିକୁ ପରୀକ୍ଷାଖାତା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା
ଶୃଙ୍ଖଳିତ ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୭୦ଟି ଫ୍ଲାଇଂ ସ୍କ୍ବାଡ୍‌ ଗଠନ କରାଯିବ। ବୋର୍ଡ ମୁଖ୍ୟାଳୟ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ପରୀକ୍ଷା ପରିଚାଳନା ଯାଞ୍ଚ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯିବ। ଏଥିସହ ପ୍ରତି ଜିଲାରେ ବିଡିଓ, ତହସିଲଦାର ଓ ଜିଲା ପ୍ରଶାସନର ଅଧିକାରୀଙ୍କୁ ନେଇ ଜିଲାପାଳ ସ୍କ୍ବାଡ୍‌ ଗଠନ କରିବେ।
ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟବସ୍ଥା
ଏଥର ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି। ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋଡ୍‌ ସହ ୱାଟର ମାର୍କ ଓ କୋଡିଂ ସଂଖ୍ୟା ଛପାଯିବ। ଏହାଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବ।
ୱେବ୍‌ସାଇଟ୍‌ରେ ପରୀକ୍ଷା ସୂଚନା
ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ହାଇସ୍କୁଲଗୁଡ଼ିକ ଗୁରୁବାରଠାରୁ ନିଜର ସମସ୍ତ ସୂଚନା ଜାଣିପାରିବେ। କୌଣସି ହାଇସ୍କୁଲରୁ କେତେ ସଂଖ୍ୟକ ଛାତ୍ରୀଛାତ୍ର କେଉଁ କେନ୍ଦ୍ରରେ ପରୀକ୍ଷା ଦେବେ, ସମ୍ପୃକ୍ତ ହାଇସ୍କୁଲଟି ପରୀକ୍ଷା କେନ୍ଦ୍ର/ନୋଡାଲ କେନ୍ଦ୍ର ଅଥବା ମୂଲ୍ୟାୟନ କେନ୍ଦ୍ର ହୋଇଛି କି ନାହିଁ ଏବଂ ଯଦି ପରୀକ୍ଷା କେନ୍ଦ୍ର ହୋଇଛି କେତେଜଣ ପରୀକ୍ଷାର୍ଥୀ ବିଭିନ୍ନ ବିଷୟରେ ପରୀକ୍ଷା ଦେବେ ସେ ସମ୍ପର୍କିତ ତଥ୍ୟ ୱେବ୍‌ସାଇଟ୍‌ରୁ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri