୨୧ରୁ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୯ରୁ ଖାତାଦେଖା

କଟକ,୭ା୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ମାଟ୍ରିକ୍‌ ପରୀକ୍ଷା ପାଇଁ ୫,୧୦,୭୭୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ରାଜ୍ୟର ମୋଟ୍‌ ୨,୯୭୯ କେନ୍ଦ୍ରରେ ପରୀକ୍ଷା ହେବ। ପରୀକ୍ଷା ଶେଷ ହେବା ପରେ ୪୭ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭,୭୬୬ ଜଣ ଫର୍ମ ପୂରଣ କରିଥିବାବେଳେ ୧୦୨ଟି କେନ୍ଦ୍ରରେ ପରୀକ୍ଷା ଓ ଦୁଇଟି କେନ୍ଦ୍ରରେ ଖାତାଦେଖା ହେବ। ଏଥିସହ ମଧ୍ୟମା ପରୀକ୍ଷା ପାଇଁ ୩,୭୯୨ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବାବେଳେ ୫୨ଟି କେନ୍ଦ୍ରରେ ପରୀକ୍ଷା ଓ ଦୁଇଟି କେନ୍ଦ୍ରରେ ଖାତାଦେଖା ହେବ। ତେବେ ତିନୋଟିଯାକ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ନିମନ୍ତେ ୩୦ଟି ଜିଲାରେ ୩୧୪ ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରେ ପୋଲିସ ଥାନାରେ ୨୧ଟି ନୋଡାଲ କେନ୍ଦ୍ର ଓ ବିଟ୍‌ ହାଉସ୍‌ରେ ଗୋଟିଏ କେନ୍ଦ୍ର କରାଯାଇଛି। ପୋଲିସ ଥାନା ନୋଡାଲ କେନ୍ଦ୍ର କନ୍ଧମାଳରେ ୭, କୋରାପୁଟରେ ୪, ମାଲକାନାଗିରିରେ ୧୦ ଓ ଲମତାପୁଟ ବିଟ୍‌ ହାଉସ୍‌ରେ ଗୋଟିଏ ନୋଡାଲ କେନ୍ଦ୍ର ହୋଇଛି। ତିନୋଟିଯାକ ପରୀକ୍ଷାରେ ମୋଟ୍‌ ୫,୨୨,୩୩୬ ଜଣ ପରୀକ୍ଷାଙ୍କ ନିମନ୍ତେ ୩,୧୩୩ ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ମୋଟ୍‌ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ପରୀକ୍ଷା ଖାତାଦେଖା ହେବ।
ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ମାଟ୍ରିକ୍‌ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଆସନ୍ତା ୧୦ ତାରିଖରୁ ଉପଲବ୍ଧ ହେବ। ଏହାବାଦ୍‌ ଅଫ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଆଡ୍‌ମିଟ୍‌ ପ୍ରଦାନ କରାଯିବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କୁ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ। ଭୋକେଶନାଲ ପ୍ରାକ୍ଟିକାଲ ପରୀକ୍ଷା ସମ୍ପୃକ୍ତ ବିଦ୍ୟାଳୟରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିସହ ଜିଲା ଶିକ୍ଷାଧିକାରୀ, ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖରେ ବୋର୍ଡ ମୁଖ୍ୟାଳୟରେ କରାଯିବ। ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ବୋର୍ଡ ମୁଖ୍ୟାଳୟକୁ ସିଧାସଳଖ ପରୀକ୍ଷାକେନ୍ଦ୍ର ଓ ନୋଡାଲ କେନ୍ଦ୍ରଗୁଡ଼ିକରୁ ଆସିବ ନିମନ୍ତେ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୨ ତାରିଖରୁ ନୋଡାଲ କେନ୍ଦ୍ରଗୁଡ଼ିକୁ ପରୀକ୍ଷାଖାତା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା
ଶୃଙ୍ଖଳିତ ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୭୦ଟି ଫ୍ଲାଇଂ ସ୍କ୍ବାଡ୍‌ ଗଠନ କରାଯିବ। ବୋର୍ଡ ମୁଖ୍ୟାଳୟ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ପରୀକ୍ଷା ପରିଚାଳନା ଯାଞ୍ଚ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯିବ। ଏଥିସହ ପ୍ରତି ଜିଲାରେ ବିଡିଓ, ତହସିଲଦାର ଓ ଜିଲା ପ୍ରଶାସନର ଅଧିକାରୀଙ୍କୁ ନେଇ ଜିଲାପାଳ ସ୍କ୍ବାଡ୍‌ ଗଠନ କରିବେ।
ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟବସ୍ଥା
ଏଥର ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି। ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋଡ୍‌ ସହ ୱାଟର ମାର୍କ ଓ କୋଡିଂ ସଂଖ୍ୟା ଛପାଯିବ। ଏହାଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବ।
ୱେବ୍‌ସାଇଟ୍‌ରେ ପରୀକ୍ଷା ସୂଚନା
ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ହାଇସ୍କୁଲଗୁଡ଼ିକ ଗୁରୁବାରଠାରୁ ନିଜର ସମସ୍ତ ସୂଚନା ଜାଣିପାରିବେ। କୌଣସି ହାଇସ୍କୁଲରୁ କେତେ ସଂଖ୍ୟକ ଛାତ୍ରୀଛାତ୍ର କେଉଁ କେନ୍ଦ୍ରରେ ପରୀକ୍ଷା ଦେବେ, ସମ୍ପୃକ୍ତ ହାଇସ୍କୁଲଟି ପରୀକ୍ଷା କେନ୍ଦ୍ର/ନୋଡାଲ କେନ୍ଦ୍ର ଅଥବା ମୂଲ୍ୟାୟନ କେନ୍ଦ୍ର ହୋଇଛି କି ନାହିଁ ଏବଂ ଯଦି ପରୀକ୍ଷା କେନ୍ଦ୍ର ହୋଇଛି କେତେଜଣ ପରୀକ୍ଷାର୍ଥୀ ବିଭିନ୍ନ ବିଷୟରେ ପରୀକ୍ଷା ଦେବେ ସେ ସମ୍ପର୍କିତ ତଥ୍ୟ ୱେବ୍‌ସାଇଟ୍‌ରୁ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri