ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା

ପଦ୍ମପୁର,୧୧ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁରରେ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିଭିନ୍ନ ସ୍କୁଲର ୮ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ଶିକ୍ଷକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଥିବା ବେଳେ ଗାଇସିଲେଟ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

ସେହିପରି ବୁଧବାର ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସମେତ ରାଜବୋଡ଼ାସମ୍ବର ହାଇସ୍କୁଲ ଓ ସରକାରୀ ବାଳିକା ବିଦ୍ୟାଳୟର କିଛି ଶିକ୍ଷକଙ୍କୁ ଡାକି ପଚରାଉଚରା କରାଯାଇଛି। ଦରକାର ପଡ଼ିଲେ ଆହୁରି ଶିକ୍ଷକଙ୍କୁ ଡାକି ତଦନ୍ତ କରାଯିବ ବୋଲି ପଦ୍ମପୁର ଆଇଆଇସି କ୍ରିସେନସିଆ ସାମାରିଆ କହିଛନ୍ତି।

ସେହିପରି ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର କହିଛନ୍ତି। ତେବେ ଏହି ପ୍ରଶ୍ନ ପତ୍ର ଲିକ୍‌ର ଚେର ନବରଙ୍ଗପୁର ଯାଏ ଲମ୍ବିଥିବା ଜଣାପଡ଼ିଛି ।

Share