ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା: ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା…

ଭୁବନେଶ୍ୱର,୫।୧୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି।

ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ।୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି।

Dharitri – The Largest & Most Trusted Odia Daily

Share