Posted inଫୁରସତ

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ସୁନା ଇଟା, ଖୋଲିବା ବେଳକୁ….

ଆଜିର ବ୍ୟସ୍ତବହୁଳ ଜୀବନରେ ଶପିଂ ପାଇଁ ସମୟ ଅଭାବ। ଏଣୁ ଅଧିକାଂଶ ଲୋକ ଅନ୍‌ଲାଇନ୍‌ ଶପିଂ କରିବାକୁ ପସନ୍ଦ କରିଥାନ୍ତି। ଏସବୁ ମଧ୍ୟରେ ଯଦି ଅନ୍‌ଲାଇନ୍‌ରେ କିଣିଥିବା ଜିନିଷଠାରୁ କିଛି ଅଲଗା ବାହାରେ ତେବେ ନିରାଶ ହେବାକୁ ପଡ଼ିଥାଏ। ଏଭଳି କିଛି ଘଟିଛି ଉତ୍ତରପ୍ରଦେଶର ମଥୁରାରେ।

ମଥୁରା ସହରର ଶେରଗଡ଼ ଅଞ୍ଚଳର କିଛି ଲୋକ ସୁନାର ଇଟା ଅର୍ଡର କରିଥିଲେ। ହେଲେ ସେମାନେ ପ୍ୟାକେଟ୍‌ ଖୋଲିବା ବେଳେ ଚମକି ପଡ଼ିଥିଲେ। କାରଣଟି ହେଲା ସେଥିରେ ସୁନାର ଇଟା ନ ଥାଇ ପିତ୍ତଳର ଇଟା ରହିଥିଲା। ଏହା ଜଣାପଡ଼ିବା ପରେ ଶେରଗଡ଼ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସେମାନେ ଓଏଲ୍‌ଏକ୍ସରେ ନକଲି ସୁନା ଇଟା ବିକୁଥିବା ସ୍ବିକାର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କଠାରୁ ଆଠ ଲକ୍ଷ ଟଙ୍କା, ତିନୋଟି ଆଧାର କାର୍ଡ, ଗୋଟିଏ ନକଲି ସୁନା ଇଟା, ନଅଟି ସିମ୍‌ କାର୍ଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି।

ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଓଏଲ୍‌ଏକ୍ସରେ ପିତ୍ତଳକୁ ଅସଲି ସୁନା କହି ବିକି ଆସୁଥିଲେ। ପୋଲିସ ଦୀର୍ଘଦିନ ଧରି ସେମାନଙ୍କ ଉପରେ ନଜର ରଖିଥିଲା। ଶେଷରେ ସେମାନେ ଗିରଫ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମରିସସ୍‌ରେ ଥିବା ସୁଉଚ୍ଚ ଦୁର୍ଗା ମୁର୍ତ୍ତି, ଉଚ୍ଚତା ୧୦୮ ଫୁଟ

ଭାରତରେ ଅନେକ ମଠ, ମନ୍ଦିର, ସ୍ଥାପତ୍ୟ ନିଜର ନିର୍ମାଣ ଶୈଳୀ ଲାଗି ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି। କିଛି ମୂର୍ତ୍ତି ନିଜର କଳାକୃତି ଲାଗି ପ୍ରସିଦ୍ଧି ଲାଭ...

ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା।...

୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ

୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ...

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

ପୁଣି ଲେଉଟିଲା କରୋନା: ବିବାହ ଉତ୍ସବରେ ଲୋକଙ୍କୁ ଏପରି କରାଯାଉଛି ସାନିଟାଇଜ୍‌

କରୋନା ଭାଇରସ ଯୋଗୁ ଅନେକ ଦେଶରେ ପୁଣିଥରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେଣୁ ୟୁରୋପର ଅନେକ ଦେଶ ସାଙ୍ଗକୁ ଇଂଲଣ୍ଡରେ ମଧ୍ୟ ପୁଣିଥରେ ଲକ୍‌ଡାଉନ୍‌ ଜାରି...

୧୦ ଘଣ୍ଟା ଧରି ଉଠାଇଲେ ଆବର୍ଜନା, ଉପହାରରେ ମିଳିଲା କାର

ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳିଛି।...

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର...

Advertisement


Archives

Model This Week