ଅହମଦାବାଦ,୧୮।୧୧: ଗୁଜରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଗୁଜରାଟର ଆରଭାଲ୍ଲୀ ଜିଲା ମୋଦାସା ସହର ନିକଟରେ ଏକ ଆମ୍ବୁଲାନ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଣେ ନବଜାତ ଶିଶୁ ଏବଂ ଡାକ୍ତରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।
ପୋଲିସ ସୂଚନା ମୁତାବକ, ଶିଶୁଟି ଜନ୍ମ ହେବାର ଦିନକ ପରେ ଅସୁସ୍ଥ ହେବାରୁ ଅଧିକ ଚିକିତ୍ସା ପାଇଁ ମୋଦାସା ସ୍ଥିତ ଏକ ହସ୍ପିଟାଲରୁ ଅହମଦାବାଦର ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଥିଲା। ସେତିକିବେଳେ ମୋଦାସା-ଧନସୁରା ରାସ୍ତାରେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା।
ଅଗ୍ନିକାଣ୍ଡରେ ନବଜାତକ ଶିଶୁ, ଶିଶୁଙ୍କ ବାପା ଜିଗ୍ନେଶ ମୋଚି(୩୮), ଡାକ୍ତର ଶାନ୍ତିଲାଲ ରେଣ୍ଟିଆ(୩୦) ଏବଂ ନର୍ସ ଭୁରିବେନ ମନତ(୨୩)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ନିଆଁରେ ଅନ୍ୟ ୩ଜଣ ଫୋଡି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


