ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି । ୪ଟି ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲେ ହେଁ ଖବର ଲେଖାଯିବା ସୁଦ୍ଧା ନିଆଁ ସମ୍ପୁର୍ଣ୍ଣ ଲିଭିପାରି ନାହିଁ । ତେବେ ଭୟଙ୍କର ଅଗ୍ନିକାଣ୍ଡରେ  ୧୦ରୁ ଉର୍ଦ୍ଧ୍ବ ଦୋକାନ ସହ ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି ।

ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିଲେ ସୁଦ୍ଧା ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ପ୍ରଥମେ ଗିଫ୍ଟ ଦୋକାନରୁ ନିଆଁ ଲାଗି ଅନ୍ୟ ଦୋକାନକୁ ବ୍ୟାପିଥିବା ସୂଚନା ମିଳିଛି। କେଉଁ ଦୋକାନରେ କଣ କ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

 

Dharitri – Odisha’s No.1 Odia Daily

Share