ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଥୁଆମୁଳ ରାମପୁର ଗ୍ରାମ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଅଟକଳ ୫ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ଗତ ୨୦୨୨/୨୩ ଆର୍ଥିକ ବର୍ଷରେ ଉକ୍ତ କାମ ଦର୍ଶାଇ ସରକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ, ଗାଁ ସାଥି, ଠିକା ସଂସ୍ଥା କର୍ମଚାରୀ ମିଶି ଆତ୍ମସାତ କରିଥିବା ଘଟଣା ଜଣାପଡିଛି। କାର୍ଯ୍ୟସ୍ଥଳରେ ଯେଉଁଭଳି ଏଲବିସିଡିର ପଥର ବନ୍ଧେଇ କାମ ହେବା କଥା ତାହା ହୋଇ ନାହିଁ l ଯାହାବି ହୋଇଛି ତାହା ସଂପୂର୍ଣ୍ଣ ଭୁଶୁଡ଼ି ଗଲାଣି ଏବଂ ପୁରୁଣା ପଥର ବ୍ୟବହାର ସହ କାମ ନିମ୍ନମାନର ହୋଇଛି l ଯେଉଁ ଉଦ୍ଦେଶ୍ୟରେ ଉକ୍ତ କାମ କରାଯାଇଛି ତାହା ସଂପୂର୍ଣ୍ଣ ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି।
ଠିକା ସଂସ୍ଥା କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି କାମର ମାତ୍ର ୩ ଲକ୍ଷ ଟଙ୍କା ଜବ୍‌ ଖାତା ହିତାଧିକାରୀ ବା କୁଲି ମଜୁରୀଙ୍କ ଆକାଉଣ୍ଟକୁ ସିଧା ଯାଇଛି। କିନ୍ତୁ ଯେଉଁମାନଙ୍କ ଖାତାକୁ ଟଙ୍କା ଯାଇଛି ଅଧାରୁ ଅଧିକ ସରକାରଙ୍କ ପକ୍ଷରୁ ପେନସନ ପାଉଥିବା ହିତାଧିକାରୀଙ୍କ ନାମ ଜବ ଡିମାଣ୍ଡ କରାଯାଇଛି l ତାହା ସଂପୂର୍ଣ୍ଣ ସରକାରୀ ନିୟମ ଉଲଘଂନ ହୋଇଛି l ଘଟଣାର ସଠିକ ତଦନ୍ତ କରାଯାଏ ତେବେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ଏବଂ ଏମିତି ଅନେକ ଦୁର୍ନୀତି ପର୍ଦ୍ଦାଫାଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍‌ ଧରିଛି l ଏନେଇ ଘଟଣା ଉପରେ ଅଧିକ ତଥ୍ୟ ଜାଣିବା ନେଇ ପଞ୍ଚାୟତ କର୍ମଚାରୀ ଓ ଉକ୍ତ ଗ୍ରାମର ମେଟଙ୍କ ସହିତ ସମ୍ବାଦିକ ଯୋଗଯୋଗ କରିଥିଲେ। ହେଲେ ମେଟ ସୁରେନ୍ଦ୍ର ନାଏକ ସମ୍ବାଦିକଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରି ଜନଗହଳି ସ୍ଥାନରେ ଦୁର୍ନୀତିକୁ ସମ୍ପର୍କରେ ଘଣ୍ଟ ଘୋଡେଇବା ଉଦ୍ଦେଶ୍ୟରେ ଗଣ୍ଡୋଗଲ କରି ଧମକ ଚମକ ଦେଇଥିବା ଜଣାପଡିଛି l ମେଟ ଜଣକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଥିବା କାରଣରୁ ସହଜରେ ଅନୁମାନ କରାଯାଏ ଯେ, ଏହି ମାନେ ଅଞ୍ଚଳର ବିକାଶ ପଥଭ୍ରଷ୍ଠ କରୁଥିବା ସ୍ପଷ୍ଟ ଗନ୍ଧ ବାହାରୁଛି। ସ୍ଥାନୀୟ କିଛି ଲୋକ ଅଞ୍ଚଳରେ ବିଭିନ୍ନ କାମର ଆଳ ଦେଖାଇ ସରକାରୀ ଅର୍ଥକୁ ହରିଲୁଟ କରୁଥିବା ଏବେ ଜଣାପଡୁଛି। ଯଦିବା ସେମାନେ ଅଞ୍ଚଳର ବିକାଶ ଚାହାନ୍ତି ତେବେ ଏଭଳି ନିମ୍ନମାନର କାର୍ଯ୍ୟ ଓ ବିନା କାମରେ ଅର୍ଥ ଉଠାଣ ଭଳି ସଙ୍ଗୀନ କାର୍ଯ୍ୟ କରନ୍ତେ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ପଞ୍ଚାୟତର ବିଭିନ୍ନ କାମରେ ସେମାନେ ହାତ କରି ଅର୍ଥ ଆଦାୟ କରାଯାଉଥିବା ଘଟଣାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ ଆମ ପାଖରେ ପୁରୁଣା ତଥ୍ୟ ନାହିଁ, ଯାହାବି କାମ ହୋଇଛି ପୂର୍ବ ଗ୍ରାମ ରୋଜଗାର ସେବକ ସବୁ ହେରଫେର କରିଛନ୍ତି ବୋଲି କହିବା ସହ ଗଣମାଧ୍ୟମକୁ ଏହି ଖବର ପ୍ରକାଶ ନ କହିଛନ୍ତି। ଯଦି ଆପଣମାନେ ଏମିତି ଖବର କରି ବସିବେ,ତେବେ ଆମେ ସମସ୍ତ ଅଧିକାରୀ ଫସିଯିବୁ ଆଉ ବହୁତ ହଇରାଣ ହେବୁ ବୋଲି କହିଛନ୍ତି l ଏଥିରୁ ସିଧା ଅନୁମାନ କରାଯାଉଛି, କେମିତି ଭାବରେ ସରକାରୀ ଟଙ୍କା ଲୁଟ ଚାଲିଛି। ଏଣୁ ଏହି ଘଟଣାକୁ ଜିଲା ବିଭାଗ କିମ୍ବା ଜିଲା ଭିଜିଲାନ୍ସ ଅଧିକାରୀ ସଠିକ ତଦନ୍ତ ନ କରନ୍ତି ତେବେ ଆଗାମୀ ଦିନରେ ଏହା ବ୍ୟାପକ ଭାବରେ ଘୋଟାଲା ବଢ଼ିଯିବାର ଆଶଙ୍କା କରାଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?