ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆତଙ୍କ ଖେଳିଯାଇଥିଲା।

ମନ୍ଦିର ପରିସରରେ ଏକ ବିଶାଳ ସାପ ବୁଲୁଥିବା ଜଣେ ଗ୍ରାମବାସୀ ପ୍ରଥମେ ଦେଖିବାକୁ ପାଇଥିଲେ। ସାପଟି ଭୟଙ୍କର ଗର୍ଜନ କରିବାରୁ ସେ ଭୟଭୀତ ହୋଇ ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଏକ ଧାନ ବିଲକୁ ଆଣି କାବୁ କରିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ଏହି ବିଶାଳ ସାପକୁ ଦେଖିବା ପାଇଁ ମନ୍ଦିର ଓ ରାସ୍ତା କଡ଼ରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନର ତ୍ୱରିତ ପଦକ୍ଷେପ ଯୋଗୁଁ ଉଭୟ ସାପ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri