ଗାଜାରୁ ଗଣପଳାୟନ

ଜେରୁଜେଲମ/ଗାଜା ସିଟି,୧୪ା୧୦: ଗାଜାର ଶାସକ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ ସ୍ଥଳସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ ହେବାକୁ ଯାଉଛି। ଏଥିପାଇଁ ୧୦ ଲକ୍ଷ ପାଲେଷ୍ଟିନୀୟ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ପାର୍ଶ୍ୱକୁ ଚାଲିଯିବା ପାଇଁ ଇସ୍ରାଏଲ୍‌ ସୈନ୍ୟବାହିନୀ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଚେତାବନୀ ପରେ ଗାଜା ଷ୍ଟ୍ରିପ୍‌ରୁ ବହୁସଂଖ୍ୟାରେ ଲୋକ ଘର ଛାଡ଼ିବା ଆରମ୍ଭ କରିଛନ୍ତି। ବହୁ ସଂଖ୍ୟାରେ ଲୋକେ କାର୍‌ ଛାତରେ ବିଛଣାପତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ପଳାଉଥିବା ଦେଖାଯାଇଛି। ଗାଜା ସିଟି, ବେଇଟ୍‌ ଲାହିଆ, ବେଇଟ୍‌ ହାନୌନ ଏବଂ ଜାବାଲିଆ ଆର୍‌ସିରୁ ବାସିନ୍ଦାମାନେ ଗଣପଳାୟନ କରୁଛନ୍ତି। ଯେଉଁମାନେ ଘର ନ ଛାଡ଼ିବେ ସେମାନେ ମାରାତ୍ମକ ପରିଣାମର ସମ୍ମୁଖୀନ ହୋଇପାରନ୍ତି ବୋଲି ଇସ୍ରାଏଲ୍‌ ସେନା ଚେତାବନୀ ଦେଇଥିଲା।
ଗାଜା ଷ୍ଟ୍ରିପ୍‌ ଉପରେ ଆକାଶ ମାର୍ଗରୁ ବୋମା ଓ ରକେଟ ମାଡ଼ କରିଚାଲିଥିବା ଇସ୍ରାଏଲ୍‌ ସେନା ଏବେ ସ୍ଥଳପଥରେ ଉକ୍ତ ଅଞ୍ଚଳକୁ ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ୩ ଲକ୍ଷ ସୈନ୍ୟଙ୍କୁ ଗାଜା ସୀମାକୁ ପଠାଯିବା ସହ ବହୁସଂଖ୍ୟାରେ ଟ୍ୟାଙ୍କ ଠୁଳ କରିଛି। ଯେକୌଣସି ମୁହୂର୍ତ୍ତରେ ସେମାନେ ଗାଜା ଭିତରେ ପ୍ରବେଶ କରିବେ। ସେଥିପାଇଁ ଉତ୍ତର ଗାଜାର ଲୋକମାନେ ସେମାନଙ୍କର ତଥା ସେମାନଙ୍କ ପରିବାର ସଦସ୍ୟମାନଙ୍କ ସୁରକ୍ଷା ଲାଗି ଦକ୍ଷିଣ ଭାଗକୁ ପଳାଇଯିବା ଲାଗି କୁହାଯାଇଛି। ହମାସ୍‌ ଆତଙ୍କବାଦୀମାନେ ନିରୀହ ଲୋକମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଥିବା ଇସ୍ରାଏଲ ସେନା କହିଛନ୍ତି। ହମାସ୍‌ ଆତଙ୍କବାଦୀମାନେ ସାଧାରଣ ଜନବସତି ମଧ୍ୟରେ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଛି।
ଉତ୍ତର ଗାଜାରୁ ଏତେ ସଂଖ୍ୟାରେ ଲୋକଙ୍କ ଗଣପଳାୟନ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଜାତିସଂଘ ସତର୍କ କରାଇଦେଇଛି। ଇସ୍ରାଏଲ୍‌ ପକ୍ଷରୁ ଉତ୍ତର ଗାଜା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆକାଶମାର୍ଗରୁ ଘନଘନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଘରଦ୍ୱାର ଛାଡ଼ି ପଳାଇଥିଲେ। ଏବେ ଇସ୍ରାଏଲ୍‌ ସମଗ୍ର ଅଞ୍ଚଳକୁ ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ତାହା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏବେ ଲୋକ ଖାଦ୍ୟ, ବିଜୁଳି, ଇନ୍ଧନ ଆଦିକୁ ଭୁଲିଗଲେଣି। କେବଳ ଜୀବନ ବଞ୍ଚାଇବାକୁ ସେମାନେ ଚିନ୍ତା କରୁଛନ୍ତି ବୋଲି ପାଲେଷ୍ଟିନୀୟ ରେଡ୍‌ କ୍ରିସେଣ୍ଟ ମୁଖପାତ୍ର ନେବାଲ ଫରସାଖ୍‌ କହିଛନ୍ତି। ଯୁଦ୍ଧରେ ଉଭୟ ପକ୍ଷରୁ ୩,୦୦୦ରୁ ଅଧିକ ଲେକାଙ୍କ ମୃତ୍ୟୁ ଘଟିବା ସହ ଉତ୍ତେଜନା ବଢ଼ିବାରେ ଲାଗିଛି। ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବାରୁ ଯୁଦ୍ଧ ଅଧିକ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ମୁସଲମାନଙ୍କ ନମାଜ ପାଠ ବେଳେ ଆଖପାଖ ଦେଶଗୁଡ଼ିକରେ ଉତ୍ତେଜନା ଦେଖାଦେଇଛି।
ଶନିବାର ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗାଜା ଉପରେ କ୍ରମାଗତ ବୋମାମାଡ଼ ଜାରି ରହିଛି। ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ ମାଡ଼ କରିବା ସହ ଏହାର ଦକ୍ଷିଣ ଭାଗରେ ଥିବା କେତେକ ସହରରେ ପ୍ରବେଶ କରି ଛୋଟ ପିଲାଙ୍କ ସମେତ ବହୁ ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ୧୫୦ ଲୋକଙ୍କୁ ଅପହରଣ କରି ଗାଜାକୁ ନେଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri