Posted inUncategorized

ଏପିକ୍‌ ନ୍ୟୁ ସ୍ବିଫ୍ଟିର ମାସ୍‌ ଡେଲିଭରି

ଭୁବନେଶ୍ୱର,୨୨।୬ (ଅଭୟ ଦାଶ): ମାରୁତି ସୁଜୁକିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଏପିକ୍‌ ନ୍ୟୁ ସ୍ବିଫ୍ଟି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ତଥା ଭୁବନେଶ୍ୱର ଓ କଟକର ମାରୁତି ସୁଜୁକି ଏରିନା ଡିଲରମାନେ ଏପିକ୍‌ ନ୍ୟୁ ସ୍ବିଫି୍ଟର ୫୦ଟି ନୂତନ କାର୍‌ ଗୋଟିଏ ଦିନରେ ପ୍ରଦାନ କରିବାର ଘୋଷଣାକରି ଗୌରବ ଅନୁଭବ କରିଛନ୍ତି। ଏହି ଅସାଧାରଣ ଉପଲବ୍ଧ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ନୂତନ ସ୍ବିଫ୍ଟିର ପ୍ରବଳ ଚାହିଦା ଓ ଲୋକପ୍ରିୟତାକୁ ଦର୍ଶାଉଛି। ଅପରପକ୍ଷରେ ଭୁବନେଶ୍ୱର ଓ କଟକର ମାରୁତି ସୁଜୁକି ଏରିନା ଡିଲରମାନେ ଗୋଟିଏ ଦିନରେ ପ୍ରଦାନ କରିଥିବା ୫୦ୟୁନିଟ୍‌ ଯାନ ମଧ୍ୟରୁ ଅଧିକାଂଶ ଡେଲିଭରିରେ ଟପ୍‌ ଏଣ୍ଡ ଭାରିଆଣ୍ଟ ରହିଛି।
ସେହିଭଳି ୫୦ଟି ସ୍ବିଫ୍ଟି କାର୍‌ର ବ୍ୟାପକ ବିତରଣ ନୂତନ ସ୍ବିଫ୍ଟ୍‌ିର ଦୃଢ଼ ଗ୍ରହଣୀୟତାକୁ ସୂଚାଉଛି, ଯାହାକି ଏହାର ୧୯ବର୍ଷର ସଫଳ ପରମ୍ପରାକୁ ଦର୍ଶାଉଛି। ଫଳରେ ଏହାର ନୂତନ ଅବତାରରେ ସ୍ବିଫ୍ଟ୍‌ିର ସ୍ପୋର୍ଟି ଡିଜାଇନ ଆଧୁନିକ ଗ୍ରାହକଙ୍କ ସୌନ୍ଦର୍ଯ୍ୟ ସମ୍ବେଦନଶୀଳତାକୁ ଆକର୍ଷିତ କରୁଥିବାବେଳେ ନୂତନ ଓ ଉନ୍ନତ ଜେଡ୍‌-ସିରିଜ୍‌ ଇଞ୍ଜିନ୍‌ ୨୫.୭୫କି.ମି./ଲିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ଇନ୍ଧନଦକ୍ଷତା ସହ ଏକ ଗତିଶୀଳ ଡ୍ରାଇଭିଂ ଅନୁଭୂତି ପ୍ରଦାନ କରିଥାଏ। ଏପରିକି ମାରୁତି ସୁଜୁକି ପାଇଁ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଓ ନୂତନ ସ୍ବିଫ୍ଟ୍‌ିରେ ୬ଟି ଏୟାରବ୍ୟାଗ୍‌, ଇଏସ୍‌ପି ଓ ହିଲ୍‌ ହୋଲ୍‌ଡ ଆସିଷ୍ଟକୁ ସମସ୍ତ ପ୍ରକାର ଷ୍ଟାଣ୍ଡାର୍ଡ ଫିଟ୍‌ମେଣ୍ଟ ଭାବେ ଅନ୍ତର୍ଭୁକ୍ତ କରିବା ସହ ଏହାର ପ୍ରତିଶ୍ରୁତିକୁ ଦୃଢ଼ କରିଛି। ସେହିପରି ୬.୪୯ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍‌)ରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ମୂଲ୍ୟ ସହ ଏପିକ୍‌ ନ୍ୟୁ ସ୍ବିଫ୍ଟ୍‌ିକୁ ଏହାର ସେଗ୍‌ମେଣ୍ଟରେ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ କରିଛି, ଯେଉଁଥିରେ ୨.୯ନିୟୁତ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି ଓ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri