ନୂଆଦିଲ୍ଲୀ,୮ା୪: ଅଲିମ୍ପିକ୍ ବ୍ରୋଞ୍ଜ ମେଡାଲିଷ୍ଟ ତଥା ବକ୍ସିଂ ଆଇକନ ମେରୀ କମ ତାଙ୍କ ସ୍ବାମୀ କେ ଅନଲରଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ଅନଲରଙ୍କ ପାର୍ଥତ୍ତ୍ୱ ଦାଖଲ ପରଠାରୁ ଦୁହିଁଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା। ନିର୍ବାଚନରେ ବିଫଳତା ସତ୍ତ୍ୱେ ସେମାନଙ୍କ ସମ୍ପର୍କରେ ସୁଧାର ଅସି ନ ଥିଲା। ପରିବାର ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, ମେରୀ ୪ ଛୁଆଙ୍କ ସହ ଫରିଦାବାଦ ଶିପ୍ଟ ହୋଇଯାଇଥିବା ବେଳେ ଅନଲର ତାଙ୍କ ପରିବାର ସଦସ୍ୟଙ୍କ ସହ ଦିଲ୍ଲୀରେ ରହୁଛନ୍ତି। ନିର୍ବାଚନରେ ହୋଇଥିବା ଆର୍ଥିକ କ୍ଷତି ଯୋଗୁ ମେରୀ ଅସନ୍ତୁଷ୍ଟ ଥିଲେ।
ଏହି ରିପୋର୍ଟ ମୁତାବକ, ଅନଲର ପ୍ରାରମ୍ଭିକ ଭାବେ ରାଜନୀତିରେ ପ୍ରବେଶ କରିବା ଲାଗି ଇଚ୍ଛୁକ ନ ଥିଲେ। ତାଙ୍କୁ ମେରୀ ବୁଝାଇବା ପରେ ସେ ରାଜି ହୋଇଥିଲେ। କିନ୍ତୁ ନିର୍ବାଚନରେ ପରାଜୟ ଓ ଆର୍ଥିକ କ୍ଷତି ସେମାନଙ୍କ ବିଚ୍ଛେଦ ହେବାର କାରଣ ପାଲଟିଥିଲା।


