୪.୩% ଦର ବୃଦ୍ଧି କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୧୬।୧: ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଶନିବାର କହିଛି, ଇନ୍‌ପୁଟ ମୂଲ୍ୟ ବୃଦ୍ଧିର ପ୍ରଭାବକୁ ଆଂଶିକ ବନ୍ଦ କରିବା ପାଇଁ ଏହାର ମଡେଲର ମୂଲ୍ୟ ୪.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ବିଭିନ୍ନ ଇନ୍‌ପୁଟ୍‌ ମୂଲ୍ୟରେ ବୃଦ୍ଧି ହେତୁ କମ୍ପାନୀ ଏହାର ମଡେଲଗୁଡ଼ିକରେ ୦.୧% ରୁ ୪.୩ % ମଧ୍ୟରେ ମୂଲ୍ୟ ବୃଦ୍ଧି କରିଛି। ଅଟୋ ମେଜର ଏକ ନିୟାମକପତ୍ରରେ କହିଛନ୍ତି, ମଡେଲଗୁଡିକରେ ଏକ୍ସ-ଶୋରୁମ୍‌ ମୂଲ୍ୟ (ଦିଲ୍ଲୀ)ରେ ହାରାହାରି ମୂଲ୍ୟ ବୃଦ୍ଧି ୧.୭ % । ଏହି ନୂତନ ମୂଲ୍ୟ ଶନିବାରଠାରୁ କାର୍ଯ୍ୟକାରୀ ହେବ । ଏମ୍‌ଏସ୍‌ଆଇ ଅଲ୍ଟୋଠାରୁ ଏସ୍‌-କ୍ରସ୍‌ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍‌ ଯଥାକ୍ରମେ ୩.୧୫ ଲକ୍ଷରୁ ୧୨.୫୬ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରିକରେ। ଅଟୋ ମେଜର ଗତ ବର୍ଷ ଜାନୁୟାରୀରେ ୧.୪%, ଏପ୍ରିଲରେ ୧.୬% ଏବଂ ସେପ୍ଟେମ୍ବରରେ ୧.୯ % ବୃଦ୍ଧି କରି ମୋଟ କ୍ୱାଣ୍ଟମକୁ ୪.୯% ବୃଦ୍ଧି କରିସାରିଛି। ଗତ ଏକବର୍ଷ ମଧ୍ୟରେ ଇସ୍ପାତ, ଆଲୁମିନିୟମ, ତମ୍ବା, ପ୍ଲାଷ୍ଟିକ ଏବଂ ମୂଲ୍ୟବାନ୍‌ ଧାତୁ ଭଳି ଅନେକ ଅତ୍ୟାବଶ୍ୟକ ଉତ୍ପାଦର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ବୃଦ୍ଧି କରିବାକୁ ବାଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍‌

ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ‘ଟ୍ରାଭେଲ ଫେୟାର’...

ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ...

୨୦୩୦ ସୁଦ୍ଧା ଭାରତୀୟ ରେଳ ହେବ ‘ଗ୍ରୀନ୍‌ ରେଲଓ୍ବେ’

ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା...

ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ

ନୂଆଦିଲ୍ଲୀ,୧୨।୪:  ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ...

ଟୟୋଟା ପକ୍ଷରୁ ରେସ୍‌ପେକ୍ଟ ପ୍ୟାକେଜ

ନୂଆଦିଲ୍ଲୀ, ୧୩।୯ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ କମ୍ପାକ୍ଟ ଏସ୍‌ୟୁଭି ସେଗ୍‌ମେଣ୍ଟ ଅନ୍ତର୍ଗତ ଅଲ୍‌ ନିୟୁ ଟୟୋଟା ଅର୍ବାନ କ୍ରୁଏଜରର...

୫୭ ବର୍ଷରେ ବି ଫିଟ୍‌ ଅଛନ୍ତି ନୀତା ଅମ୍ବାନୀ: ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଯୁବର୍ଗଙ୍କ ପାଇଁ ମୋଟାପଣ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କ ଲୋକମାନଙ୍କ ମେଦ ବୃଦ୍ଧ ଘଟିଲେ ସେମାନେ ଓଜନ କମ୍‌ କରିବାକୁ...

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା...

ପରିଚୟ ଦେଇଛି ‘ଫୁଡ୍‌ ଷ୍ଟାର୍ଟଅପ୍‌’

ଭୁବନେଶ୍ୱର,୧୭।୫ ଦେଶର ବଡ଼ ବଡ଼ କମ୍ପାନୀ ଓ ହୋଟେଲରେ କାମ କରୁଥିବା ୪ ଓଡ଼ିଆ ଯୁବକ କୋଭିଡ ସଂକ୍ରମଣରେ ନିଜ ଜୀବନ ବଞ୍ଚାଇବା ସହ ଜୀବିକା...

Advertisement
Archives

Model This Week