ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ

ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ଗୋଟିଏ ଅନୁର୍ବର ଭୂମି ହୋଇ ରହିଛି। ଯଦିଓ ମଙ୍ଗଳରେ ଅମ୍ଳଜାନ ଅଛି ହେଲେ, ମନୁଷ୍ୟ ବଞ୍ଚି ରହିବା ଲାଗି ତାହା ପର୍ଯ୍ୟାପ୍ତ ନୁହେଁ। ଅପରପକ୍ଷେ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ସେଠାକୁ ନେବା ଅଧିକ ଖର୍ଚ୍ଚାନ୍ତ। ତେଣୁ ବିକଳ୍ପ ଉପାୟରେ ସେଠାରେ କିପରି ଅମ୍ଳଜାନ ପ୍ରସ୍ତୁତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

ଏହି କ୍ରମରେ ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ(ନାସା)ର ପେରସଭେରନ୍ସ ରୋଭର ୨୦୨୧ରୁ ମଙ୍ଗଳ ପୃଷ୍ଠରେ ଘୂରି ବୁଲୁଛି। ବର୍ତ୍ତମାନ ଏହା ଅମ୍ଳଜାନ ପ୍ରସ୍ତୁତ କରୁଥିବା ମୋକ୍ସି ମିଶନକୁ ସଫଳତାର ସହ ସମାପ୍ତ କରିଛି। ଏହା ଏକ ଯନ୍ତ୍ର, ଯାହାକୁ ପେରସଭେରନ୍ସ ସହ ସଂଲଗ୍ନ କରାଯାଇଛି। ମାରସ୍‌ ଅକ୍ସିଜେନ୍‌ ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ(ମୋକ୍ସି)ବର୍ତ୍ତମାନ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏହି ଯନ୍ତ୍ରକୁ ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି) ବିକଶିତ କରିଛି। ମୋକ୍ସିର ସଫଳ ପ୍ରଦର୍ଶନ ଏକଥା ଦର୍ଶାଉଛି, ଏହା ମଙ୍ଗଳର ବାୟୁମଣ୍ଡଳରୁ ଅମ୍ଳଜାନ ପ୍ରସ୍ତୁତ କରିପାରିବ। ଫଳରେ ଏହା ଭବିଷ୍ୟତରେ ମହାକାଶଚାରୀଙ୍କ ଶ୍ୱାସକ୍ରିୟା ଲାଗି ଉପାଦେୟ ହେବ ବୋଲି ନାସାର ପ୍ରଶାସକ ପାମ୍‌ ମେଲ୍‌ରୋୟ କହିଛନ୍ତି।

ସେହିପରି ଉନ୍ନତ କାରିଗରୀ କୌଶଳ ବ୍ୟବହାର କରି ଚନ୍ଦ୍ର ଓ ମଙ୍ଗଳରେ ଦୀର୍ଘ ସମୟ ଲାଗି ଶକ୍ତି ଉତ୍ପନ୍ନ କରିବା ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ୨୦୨୧ରେ ମୋକ୍ସି ଯେତେବେଳେ ମଙ୍ଗଳରେ ଅବତରଣ କରିଥିଲା, ସେତେବେଳେ ମାତ୍ର ୧୨୨ ଗ୍ରାମ୍‌ର ଅମ୍ଳଜାନ ପ୍ରସ୍ତୁତ କରିପାରିଥିଲା।

ଏତିକି ପରିମାଣର ଅମ୍ଳଜାନରେ ଏକ କୁକୁର ଛୁଆ ୧୦ ଘଣ୍ଟା ବଞ୍ଚିପାରିବ। ତେଣୁ ମୋକ୍ସି ସହାୟତାରେ ସେଠାରେ ଯେପରି ଅଧିକ ପରିମାଣର ଅମ୍ଳଜାନ ଉତ୍ପନ୍ନ କରାଯାଇପାରିବ ତାହା ନାସାର ମୂଳ ଲକ୍ଷ୍ୟ ଥିଲା। ତେବେ ବର୍ତ୍ତମାନ ଯେଉଁ ଅମ୍ଳଜାନ ଉତ୍ପନ୍ନ ହୋଇଛି ତାହା ୯୦% ଶୁଦ୍ଧ। ଅଗଷ୍ଟ ୭ରେ ମୋକ୍ସି ପୂର୍ବ ଅପେକ୍ଷା ଅଧିକ ପରିମାଣର ଅମ୍ଳଜାନ ପ୍ରସ୍ତୁତ କରିଥିଲା। ମୋକ୍ସି ସହାୟତାରେ ଆମେ ଅଧିକ ପରିମାଣର ଅମ୍ଳଜାନ ପ୍ରସ୍ତୁତ କରିପାରିଥିବାରୁ ଗର୍ବିତ। ଏହା ଭବିଷ୍ୟତର ମିଶନ ଲାଗି ଅଧିକ ସହାୟକ ହେବ ବୋଲି ସ୍ପେଶ୍‌ ଟେକ୍ନୋଲୋଜି ମିଶନ ଡାଇରେକ୍ଟୋରେଟ(ଏସ୍‌ଟିଏମ୍‌ଡିି)ର ନିର୍ଦ୍ଦେଶକ ତ୍ରୁଡି କୋରଟେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri