Posted inଜାତୀୟ

ଅବୈଧ ବାଲ୍ୟ ବିବାହ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କଲେ ୪୦ ବର୍ଷୀୟ ବ୍ୟକ୍ତି

ହାଇଦ୍ରାବାଦ,୩୧।୭: ତେଲଙ୍ଗାନାରେ ଜଣେ ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏକ ୪୦ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କ ସହ ବିବାହ କରାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅବୈଧ ଘଟଣାକୁ ନେଇ ସମାଜସେବୀ ଓ ଅଭିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି।

ଛାତ୍ରୀଙ୍କ ସ୍କୁଲର ଜଣେ ଶିକ୍ଷକ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତ ବ୍ୟକ୍ତି, ତାଙ୍କ ସ୍ତ୍ରୀ, ବିବାହ କାର୍ଯ୍ୟକ୍ରମରେ ପୂଜା କରାଇଥିବା ପୁରୋହିତ ଏବଂ ଏହି ଅବୈଧ ବିବାହ ଆୟୋଜନରେ ସହାୟତା କରିଥିବା ଜଣେ ମଧ୍ୟସ୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାଟି ହାଇଦ୍ରାବାଦଠାରୁ ୫୫ କିମି ଦୂରରେ ଥିବା ନନ୍ଦିଗାମାରେ ଘଟିଥିଲା।

ପୋଲିସକୁ ପ୍ରଦାନ କରାଯାଇଥିବା ଭିଡିଓ ଫୁଟେଜରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଜଣଙ୍କ ମାଲା ଧରି ୪୦ ବର୍ଷୀୟ ବ୍ୟକ୍ତିଙ୍କ ସାମ୍ନାରେ ଠିଆ ହୋଇଥିବା ଦେଖାଯାଇଛି। ସେମାନଙ୍କ ପାଖରେ ଅଭିଯୁକ୍ତଙ୍କ ସ୍ତ୍ରୀ ଓ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ।

କୈଳାସ ସତ୍ୟାର୍ଥି ଚିଲଡ୍ରେନ୍ସ ଫାଉଣ୍ଡେସନର ରିପୋର୍ଟ ଅନୁଯାୟୀ, ଭାରତରେ ବାଲ୍ୟ ବିବାହ ଶିଶୁଙ୍କ ବିରୋଧରେ ହେଉଥିବା ଏକ ଗୁରୁତର ଅପରାଧ। ୨୦୦୬ ମସିହାରେ ପ୍ରଣୟନ ହୋଇଥିବା ‘ବାଲ୍ୟ ବିବାହ ନିଷେଧ ଆଇନ’ ସତ୍ତ୍ୱେ କିଛି ରାଜ୍ୟରେ ଏହା ଏବେ ମଧ୍ୟ ଚାଲିଛି। ବାଲ୍ୟ ବିବାହ ଶିଶୁଙ୍କ ଶୈଶବ ଶେଷ କରିଦେଇ ସେମାନଙ୍କୁ ହିଂସା, ଶୋଷଣ ଓ ନିର୍ଯାତନାର ଶିକାର କରୁଛି। ଏହା ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଅଧିକାରକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛି।

ଇଣ୍ଡିଆ ଚାଇଲ୍ଡ ପ୍ରୋଟେକ୍ସନର ଜୁଲାଇ ୨୦୨୪ ରିପୋର୍ଟ ଅନୁଯାୟୀ, ଆସାମରେ ବାଲ୍ୟ ବିବାହ ବିରୋଧୀ ଅଭିଯାନ ଅତ୍ୟନ୍ତ ସଫଳ ହୋଇଛି। ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଆସାମର ୨୦ଟି ଜିଲାରେ ବାଲ୍ୟ ବିବାହରେ ୮୧ ପ୍ରତିଶତ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri