Posted inଜାତୀୟ

ବିବାହିତ ଲିଭ୍‌-ଇନ୍‌ରେ ରହିଲେ ବହୁବିବାହ ବଢ଼ିବ: ହାଇକୋର୍ଟ

ଚଣ୍ଡିଗଡ଼,୨୮ା୭(ପି.ଟି.): ଯୋଡ଼ିଙ୍କ ସହ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିବାକୁ ଚାହୁଁଥିବା ବିବାହିତଙ୍କୁ ସୁରକ୍ଷା ଦେବା ଦୋଷୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ଦେଶରେ ବହୁବିବାହ ପ୍ରଥା ବଢ଼ିବ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ନିଜ ମାତାପିତାଙ୍କ ଘରୁ ପଳାଇଯାଉଥିବା ଏଭଳି ଦମ୍ପତି କେବଳ ସେମାନଙ୍କ ପରିବାରର ବଦନାମ କରି ନ ଥାନ୍ତି, ସେମାନଙ୍କ ମାଆବାପାଙ୍କ ମର୍ଯ୍ୟାଦା ଓ ସମ୍ମାନର ସହ ବଞ୍ଚିବା ଅଧିକାରର ମଧ୍ୟ ଉଲ୍ଲଂଘନ କରିଥାନ୍ତି ବୋଲି ଜଷ୍ଟିସ୍‌ ସନ୍ଦିପ୍‌ ମୌଦଗିଲ୍‌ଙ୍କ ଖଣ୍ଡପୀଠ କହିଛନ୍ତି।

ପରିବାରରୁ ବିପଦ ଥିବା ଅଭିଯୋଗ କରି ଜଣେ ୪୦ ବର୍ଷୀୟ ମହିଳା ଓ ୪୪ ବର୍ଷୀୟ ପୁରୁଷ ସୁରକ୍ଷା ପାଇଁ ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ଉଭୟ ବିବାହିତ ଏବଂ ସେମାନଙ୍କର ପିଲା ଥିବା ସତ୍ତ୍ୱେ ସେମାନେ ଲିଭ୍‌-ଇନ୍‌ରେ ରହୁଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଥିଲେ। କୋର୍ଟ କହିଛନ୍ତି, ଉଭୟ ଆବେଦନକାରୀ ବିବାହିତ ହୋଇଥିବାରୁ ଲିଭ୍‌-ଇନ୍‌ରେ ରହିପାରିବେ ନାହିଁ ବୋଲି ପୂର୍ବରୁ ଅବଗତ ଥିଲେ। ପୁରୁଷ ଜଣକ ତାଙ୍କ ପୂର୍ବ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେଇନାହାନ୍ତି। ତେଣୁ ସେମାନଙ୍କର ଏକାଠି ସମ୍ପର୍କରେ ରହିବା ବୈବାହିକ ସମ୍ପର୍କ ନୁହେଁ।

ଏହାକୁ ବୈବାହିକ ସମ୍ପର୍କ ବୋଲି ବିଚାରକୁ ନିଆଗଲେ ପୁରୁଷ ଆବେଦନକାରୀଙ୍କୁ ସ୍ତ୍ରୀ ଓ ପିଲାମାନଙ୍କ ପାଇଁ ଅନ୍ୟାୟ ହେବ ବୋଲି ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଶାନ୍ତି ଓ ସମ୍ମାନର ସହ ବଞ୍ଚତ୍ବା ଅଧିକାର ପ୍ରତ୍ୟେକଙ୍କର ରହିଛି। ତେଣୁ ଏଭଳି ପିଟିଶନକୁ ଅନୁମତି ଦେବା ଦ୍ୱାରା ଅପରାଧୀମାନେ ପ୍ରୋତ୍ସାହିତ ହେବେ ଏବଂ ବହୁବିବାହ ବଢ଼ାଇବ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri