Posted inଜାତୀୟ

ବିବାହିତ ଲିଭ୍‌-ଇନ୍‌ରେ ରହିଲେ ବହୁବିବାହ ବଢ଼ିବ: ହାଇକୋର୍ଟ

ଚଣ୍ଡିଗଡ଼,୨୮ା୭(ପି.ଟି.): ଯୋଡ଼ିଙ୍କ ସହ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିବାକୁ ଚାହୁଁଥିବା ବିବାହିତଙ୍କୁ ସୁରକ୍ଷା ଦେବା ଦୋଷୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ଦେଶରେ ବହୁବିବାହ ପ୍ରଥା ବଢ଼ିବ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ନିଜ ମାତାପିତାଙ୍କ ଘରୁ ପଳାଇଯାଉଥିବା ଏଭଳି ଦମ୍ପତି କେବଳ ସେମାନଙ୍କ ପରିବାରର ବଦନାମ କରି ନ ଥାନ୍ତି, ସେମାନଙ୍କ ମାଆବାପାଙ୍କ ମର୍ଯ୍ୟାଦା ଓ ସମ୍ମାନର ସହ ବଞ୍ଚିବା ଅଧିକାରର ମଧ୍ୟ ଉଲ୍ଲଂଘନ କରିଥାନ୍ତି ବୋଲି ଜଷ୍ଟିସ୍‌ ସନ୍ଦିପ୍‌ ମୌଦଗିଲ୍‌ଙ୍କ ଖଣ୍ଡପୀଠ କହିଛନ୍ତି।

ପରିବାରରୁ ବିପଦ ଥିବା ଅଭିଯୋଗ କରି ଜଣେ ୪୦ ବର୍ଷୀୟ ମହିଳା ଓ ୪୪ ବର୍ଷୀୟ ପୁରୁଷ ସୁରକ୍ଷା ପାଇଁ ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ଉଭୟ ବିବାହିତ ଏବଂ ସେମାନଙ୍କର ପିଲା ଥିବା ସତ୍ତ୍ୱେ ସେମାନେ ଲିଭ୍‌-ଇନ୍‌ରେ ରହୁଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଥିଲେ। କୋର୍ଟ କହିଛନ୍ତି, ଉଭୟ ଆବେଦନକାରୀ ବିବାହିତ ହୋଇଥିବାରୁ ଲିଭ୍‌-ଇନ୍‌ରେ ରହିପାରିବେ ନାହିଁ ବୋଲି ପୂର୍ବରୁ ଅବଗତ ଥିଲେ। ପୁରୁଷ ଜଣକ ତାଙ୍କ ପୂର୍ବ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେଇନାହାନ୍ତି। ତେଣୁ ସେମାନଙ୍କର ଏକାଠି ସମ୍ପର୍କରେ ରହିବା ବୈବାହିକ ସମ୍ପର୍କ ନୁହେଁ।

ଏହାକୁ ବୈବାହିକ ସମ୍ପର୍କ ବୋଲି ବିଚାରକୁ ନିଆଗଲେ ପୁରୁଷ ଆବେଦନକାରୀଙ୍କୁ ସ୍ତ୍ରୀ ଓ ପିଲାମାନଙ୍କ ପାଇଁ ଅନ୍ୟାୟ ହେବ ବୋଲି ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଶାନ୍ତି ଓ ସମ୍ମାନର ସହ ବଞ୍ଚତ୍ବା ଅଧିକାର ପ୍ରତ୍ୟେକଙ୍କର ରହିଛି। ତେଣୁ ଏଭଳି ପିଟିଶନକୁ ଅନୁମତି ଦେବା ଦ୍ୱାରା ଅପରାଧୀମାନେ ପ୍ରୋତ୍ସାହିତ ହେବେ ଏବଂ ବହୁବିବାହ ବଢ଼ାଇବ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri