‘ଟୟୋଟା ଇନୋଭା ହାଇକ୍ରସ୍‌’ର ବଜାର ପ୍ରବେଶ

ଭୁବନେଶ୍ୱର, ୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇନୋଭା ହାଇକ୍ରସ୍‌’ ଗାଡ଼ିକୁ ଟୟୋଟାର ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗଙ୍କ ଉପସ୍ଥିତିରେ ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ଥିବା ଟୟୋଟା ଶୋ’ରୁମ୍‌ରେ ବିଧିବଦ୍ଧ ଭାବେ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଗର୍ଗ କହିଲେ, ପଞ୍ଚମ ପିଢ଼ିର ଏହି ହାଇବ୍ରିଡ୍‌ ଇଞ୍ଜିନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଗାଡ଼ି ଯାତାୟାତରେ ସମ୍ପୂର୍ଣ୍ଣ ନିରାପଦ ।

ଉଲ୍ଲେଖଯୋଗ୍ୟ, ଉକ୍ତ ଯାନଟି ୨ଟି ଭିନ୍ନ ଜ୍ଞାନକୌଶଳରେ ଗ୍ରାହକଙ୍କୁ ସୁହାଇଲା ଭଳି ନିର୍ମାଣ କରାଯାଇଛି। ଗୋଟିଏ ପେଟ୍ରୋଲଜନିତ ଇଞ୍ଜିନ୍‌ ହୋଇଥିବା ବେଳେ ଅନ୍ୟଟି ହାଇବ୍ରିଡ୍‌ ଯୁକ୍ତ ଇଞ୍ଜିନ୍‌। ପେଟ୍ରୋଲ ଇଞ୍ଜିନଯୁକ୍ତ ଗାଡ଼ି ଏକ୍ସ ଶୋ’ରୁମ୍‌ ମୂଲ୍ୟ ପ୍ରାୟ ୧୮ ଲକ୍ଷ ୩୦ ହଜାର ଟଙ୍କା ହୋଇଥିବା ବେଳେ ହାଇବ୍ରିଡ୍‌ ଇଞ୍ଜିନଯୁକ୍ତ ଗାଡ଼ିର ମୂଲ୍ୟ ୨୮ ଲକ୍ଷ ୯୭ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏପରିକି ହାଇବ୍ରିଡ୍‌ ଇଞ୍ଜିନ୍‌ ଗାଡ଼ିରେ ୧ ଲିଟର ତେଲ ପ୍ରତି ୨୪ କି.ମି. ରାସ୍ତା ଅତିକ୍ରମ ହୋଇପାରିବ। ଏହା ବିଶ୍ୱର ପଞ୍ଚମ ପିଢ଼ି ଜ୍ଞାନକୌଶଳରେ ପ୍ରଥମ ଅତ୍ୟାଧୁନିକ ଗାଡ଼ି ହୋଇଥିବାରୁ ଗ୍ରାହକମାନଙ୍କର ଅଧିକ ପସନ୍ଦ ରହିଛି। ଟୟୋଟା ନ୍ୟୁ ଗ୍ଲୋବାଲ ଆର୍କିଟେକ୍‌ଚର(ଟିଏନ୍‌ଜିଏ) ଦ୍ୱାରା ଏହାର ବଡି ନିର୍ମାଣ ହୋଇଥିବାରୁ ଏଥିରେ ଯାତାୟାତ ସମ୍ପୂର୍ଣ୍ଣ ନିରାପଦ। ତେବେ ଗାଡିର ଡିଜାଇନ, ଏହାର ଭିତରେ ଜାଗାର ଅଭାବ ନ ଥିବାରୁ ସିଟ୍‌ ଗୁଡ଼ିକ ଚଉଡ଼ା ରହିଛି। ତେଣୁ ୬ ସିଟ୍‌ ବିଶିଷ୍ଟ ଉକ୍ତ ଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀମାନେ ଆରାମ ଅନୁଭବ କରିବେ।

ବିଶେଷକରି ଟୟୋଟା ସେଫ୍ଟିସେନ୍ସ(ଏଡିଏଏସ୍‌)ର ୬ଟି ଫିଚର ଯୋଗୁ ଗାଡ଼ି ଚଳାଇଲା ବେଳେ ଚାଳକଙ୍କୁ କୌଣସି ଅସୁବିଧା ହୁଏ ନାହିଁ। ଗାଡ଼ିର ଡାଇନାମିକ୍‌ ରାଡାର କ୍ରୁଜ୍‌ କଣ୍ଟ୍ରୋଲ ସୁଇଚ୍‌ ଅନ୍‌ କଲେ ସାମ୍ନାରେ ଯାଉଥିବା ଗାଡ଼ି ହଠାତ୍‌ ବ୍ରେକ୍‌ ମାରିଲେ ମଧ୍ୟ ଇନୋଭା ହାଇକ୍ରସ୍‌ ଗାଡିଟି ଅଟୋମେଟିକ୍‌ ସ୍ଥିର ହୋଇଯାଏ। ସେହିପରି ଗାଡ଼ି ଚାଳକ ଯଦି କୌଣସି କାରଣବଶତଃ ଯାଉଥିବା ଲେନ୍‌ରୁ ଦିଗହରା ହୋଇପଡ଼ନ୍ତି, ତେବେ ସେଥିରେ ଲାଗିଥିବା ଲେନ୍‌ଟ୍ରେସ୍‌ ଚାଳକକୁ ଜାଗ୍ରତ କରାଇଦିଏ। ଫଳରେ ହଠାତ୍‌ ଦୁର୍ଘଟଣାକୁ ଏଡ଼ାଇ ଦେଇହୁଏ। ସେହିପରି ଗାଡ଼ିଟି ପଛକୁ ଗତିକଲା ବେଳେ ରିୟଲ କ୍ରସ୍‌ ଟ୍ରାଫିକ୍‌ ଆଲର୍ଟ ଯୋଗୁ ଏହା ପଛରେ କେଉଁ ଯାନ ରହିଛି, ତାହା ଡ୍ରାଇଭର ଖୁବ୍‌ ସହଜରେ ଜାଣିପାରିଥାନ୍ତି। ଏହା ସହ ଗାଡ଼ିରେ ବ୍ଲାଇଣ୍ଡ ସ୍ପଟ୍‌ ମନିଟର କାର୍ଯ୍ୟକ୍ଷମ ଥିବାରୁ ଚାଳକଙ୍କ ଡାହାଣ ଓ ବାମପାର୍ଶ୍ୱରେ ନିକଟତର ହୋଇଥିବା ଗାଡ଼ିଗୁଡ଼ିକର ଗତିବିଧି ସହଜରେ ଜାଣିହୁଏ ଏବଂ ବ୍ରେକ୍‌ ସିଷ୍ଟମ୍‌ରେ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଗାଡ଼ିରେ ବ୍ୟବହାର କରାଯାଇଛି, ବ୍ରେକ୍‌ ମାରିଲେ ମଧ୍ୟ ଗାଡ଼ିଟି ଭାରସାମ୍ୟ ହରାଇ ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୬ ସିଟ୍‌ ବିଶିଷ୍ଟ ଉକ୍ତ ଗାଡ଼ିରେ ୬ଟି ପୃଥକ୍‌ ଭାବେ ଏୟାରବ୍ୟାଗ୍‌ ଏବଂ ଆଡଭାନ୍ସ ବ୍ରେକ୍‌ ସିଷ୍ଟମ ରଖାଯାଇଛି। ଏପରିକି ଚାହିଦା ଥିବା ଯୋଗୁ ଇନୋଭା ହାଇକ୍ରସ୍‌ ଗାଡ଼ି ବର୍ତ୍ତମାନ ସୁଦ୍ଧା ୧୭୦ଟି ବିକ୍ରି ହୋଇଥିବା କହିଛନ୍ତି ଶୋ’ରୁମ୍‌ ଏଜିଏମ୍‌ ଚମ୍ପକ କୁମାର ଦାସ। କାର୍ଯ୍ୟକ୍ରମରେ କମ୍ପାନୀର ବହୁ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri