ବିଶ୍ୱ ବଜାର ଚାପରେ ମାର୍କେଟ କ୍ରାସ୍‌; ନିବେଶକଙ୍କୁ କ୍ଷତି ୪.୨୩ ଲକ୍ଷ କୋଟି

ମୁମ୍ବାଇ: ବିଶ୍ୱର ପ୍ରମୁଖ ପୁଞ୍ଜିବଜାରରେ କାରବାର କ୍ଷତିଗ୍ରସ୍ତ ହେବା ଯୋଗୁ ଏହାର ଚାପ ଭାରତୀୟ ଶେୟାର ବଜାରରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୧୨ ପଏଣ୍ଟ ଖସିଛି। ଫଳରେ ନିବେଶକଙ୍କୁ ୪.୨୩ ଲକ୍ଷ କୋଟି କ୍ଷତି ସହିବାକୁ ପଡ଼ିଛି। କରୋନା ମହାମାରୀର ଚାପ ବଜାରରେ ଏବେ ଲାଗି ରହିଛି। ୟୁରୋପରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବଢୁଥିବା ଦେଖାଯାଇଛି। ପୁଣି ଥରେ ଲକ୍‌ଡାଉନ ଭୟରେ ଶେୟାର ବଜାର ଉପରେ ଚାପ ପଡିଛି। ୩୦ ଶେୟାର ଭିତ୍ତିକ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଲଗାତର ତୃତୀୟ ଦିନ ଲାଗି ଖସିଛି। ସୋମବାର ୮୧୧.୬୮ ପଏଣ୍ଟ(୨.୦୯%) ଖସିବା ଯୋଗୁ ଏହା ୩୮,୦୩୪.୧୪ ପଏଣ୍ଟରେ ବନ୍ଦ ହୋଇଛି।
ଅପରପକ୍ଷରେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ କାରବାର ପ୍ରଭାବିତ ସ୍ଥିତିରେ ରହିଛି। ନିଫ୍ଟି କାରବାର ୨୫୪.୪୦ ପଏଣ୍ଟ ବା ୨.୨୧% ନିମ୍ନରେ ରହି ୧୧,୨୫୦.୫୫ ପଏଣ୍ଟ ସ୍ତରରେ ରହିଛି। ଏହି ସମୟରେ ସେନ୍‌ସେକ୍ସରେ ଇଣ୍ଡସ ଇଣ୍ଡ ବ୍ୟାଙ୍କ କାରବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ୮.୬୭% ଖସିଛି। ସେହିଭଳି ଭାରତୀ ଏୟାରଟେଲ, ଟାଟା ଷ୍ଟିଲ୍‌, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି ସୁଜୁକି, ଆକ୍ସିସ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସ ଭଳି କମ୍ପାନୀଗୁଡିକର ଶେୟାର କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ କେବଳ କୋଟାକ ବ୍ୟାଙ୍କ, ଇନ୍‌ଫୋସିସ ଏବଂ ଟିସିଏସ୍‌ କାରବାର ଉନ୍ନତ ରହିଥିଲା।
କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଡେନ୍‌ମାର୍କ, ଗ୍ରୀସ୍‌ ଏବଂ ସ୍ପେନ୍‌ ଭଳି ଦେଶରେ ପୁଣି ଥରେ ଲକ୍‌ଡାଉନ କଟକଣା ଲାଗୁ କରାଯାଉଛି। ବ୍ରିଟେନ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିବାକୁ ଯାଉଛି। ଏଭଳି ବିଭିନ୍ନ ଘଟଣା ୟୁରୋପ ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ଫଳରେ ସେମାନେ ଟ୍ରାଭେଲ, ବ୍ୟାଙ୍କିଙ୍ଗ୍‌ ଏବଂ କଞ୍ଜପସନ ଭଳି ଷ୍ଟକ୍‌ଗୁଡିକରେ ଶେୟାର ବିକ୍ରି କରୁଥିବାରୁ ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କିଛି ସମୟ ପର୍ଯ୍ୟନ୍ତ ବଜାରରେ ଅସ୍ଥିରାବସ୍ଥା ଲାଗି ରହିବ ବୋଲି ଷ୍ଟକ୍‌ ବଜାର ବିଶେଷଜ୍ଞ ବିନୋଦ ନାୟାର ସୂଚନା ଦେଇଛନ୍ତି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମିଡ୍‌ କ୍ୟାପ ଏବଂ ସ୍କଲ କ୍ୟାପ ସୂଚକାଙ୍କ ୩.୬୧% ଖସିଛି। ସବୁ କ୍ଷେତ୍ରରେ ଶେୟାର କାରବାର ନିମ୍ନରେ ରହିଛି। ସେହିଭଳି ଏସିଆର ଅନ୍ୟ ପ୍ରମୁଖ ଶେୟାର ବଜାର ଯଥା ସାଂଘାଇ, ହଂକଂ ଏବଂ ସିଓଲ ଶେୟାର ବଜାର କାରବାର ନିମ୍ନରେ ରହିଛି। ୟୁରୋପ ଶେୟାର ବଜାର ୩% ଖସିଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାନ ଦର ବଢ଼ାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଯାତ୍ରୀବାହୀ ଯାନ ବର୍ଗରେ ଦର ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଇନ୍‌ପୁଟ ଖର୍ଚ୍ଚ ଏବଂ ସେମି କଣ୍ଡକ୍ଟର ମୂଲ୍ୟ...

ଶିଳ୍ପ ଜଗତର କୋଭିଡ୍‌-୧୯ ବିରୋଧୀ ଲଢ଼େଇ

ନୂଆଦିଲ୍ଲୀ, ୨।୪: କୋଭିଡ୍‌-୧୯ ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନର ସଙ୍କଟ ସ୍ଥିତି ବିରୋଧରେ ଲଢେଇ ଜାରି ରଖିବା ଲାଗି ସରକାର...

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା...

କମାଲ କରିବେ ଅମ୍ବାନୀ-ଜୁକରବର୍ଗ

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ...

ଭାରତର ଆର୍ଥତ୍କ ସୁଧାର ଆଶାଠାରୁ ଅଧିକ:ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ଏହା ଦ୍ୱାରା କବଳିତ...

୧୨ ଶହ ଟଙ୍କା କମିଲା ସୁନା

ଭୁବନେଶ୍ୱର: ମଙ୍ଗଳବାର ସୁନା ଦର ୧୨ ଶହ ଟଙ୍କା ହ୍ରାସ ଘଟିଛି। ଫଳରେ ଭୁବନେଶ୍ୱର ଓ ଏହାର ଦର ୪୯,୪୨୦ ଟଙ୍କା ସ୍ତରକୁ ଖସିଛି। ସପ୍ତାହ...

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କଲା ଖିମ୍‌ଜୀ

ଭୁବନେଶ୍ୱର,୫।୮: ବର୍ତ୍ତମାନ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର ଯୋଗଦାନ ରଖି ଆସୁଛନ୍ତି। ଏହି ଯୋଦ୍ଧାଙ୍କ କାର୍ଯ୍ୟକୁ ଖିମ୍‌ଜୀ ଗ୍ରୁପ୍‌ର ପ୍ରମୁଖ ଜୁଏଲେରି...

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି...

Advertisement
Archives

Model This Week