୨୫ ବର୍ଷ ଭାତ ଖାଇନାହାନ୍ତି ମାର୍କଣ୍ଡ

ଭଣ୍ଡାରିପୋଖରୀ,୩ା୪ (ସ୍ବ.ପ୍ର.): ୨୫ ବର୍ଷ ହେଲା ସେ ଭାତ ଖାଇନାହାନ୍ତି। ମୁଖ୍ୟତଃ ଫଳମୂଳକୁ ଆହାର ରୂପେ ଗ୍ରହଣ କରୁଥିବା ବେଳେ ପାଣି ସହ କେବଳ ଚା’ ତାଙ୍କର ସର୍ବୋତ୍ତମ ଶକ୍ତି ବୋଲି କହନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ସଂଲଗ୍ନ ମା’ ନେଙ୍କୁଡ଼ିଶୁଣୀଙ୍କ ପୀଠରେ ଥିବା ଜଗନ୍ନାଥ ଆଶ୍ରମ ମୁଖ୍ୟ ପୁରୋଧା ବାବା ମାର୍କଣ୍ଡ ପଣ୍ଡା(୬୫)। ତାଙ୍କ ଘର ସ୍ଥାନୀୟ ଚନ୍ଦ୍ରଭାନୁପୁର ଗ୍ରାମରେ।
ସେ କହନ୍ତି, ୩୦ ବର୍ଷ ହେବ ସେ ସଂସାର ତ୍ୟାଗ କରିଛନ୍ତି। ପ୍ରଥମେ ପୁରୀ ଯାଇ ଗୁରୁ ରାମାନନ୍ଦଙ୍କଠାରୁ ଦୀକ୍ଷିତ ହେଲା ପରେ ନିଜ ଅଞ୍ଚଳରେ ଏକ ଝାଟିମାଟି ଆଶ୍ରମ ତିଆରି କରି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଗୁରୁ ଦେଇଥିବା ନାମ ଅନୁସାରେ ସେ ମୃତ୍ୟୁଞ୍ଜୟ ଦାସ ନାମରେ ନାମିତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାର୍କଣ୍ଡ ବାବା ବୋଲି ଡାକନ୍ତି। ପ୍ରତ୍ୟେକ ଦିନ ସକାଳୁ ରୀତିନୀତି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ପୂଜା କରିବା ସହ ମଧ୍ୟାହ୍ନ ଓ ସାରେ ଭଗବାନଙ୍କୁ ନିୟମିତ ଆଳତି କରିଥାନ୍ତି। ପୂଜା ପ୍ରସାଦ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ ସେ ବର୍ଜନ କରିଥାନ୍ତି। ପାଖାପାଖି ୩୦ବର୍ଷ ହେବ ଜଗନ୍ନାଥଙ୍କ ସେବାରେ ସମର୍ପିତ ହୋଇଥିବା ବେଳେ ୨୫ ବର୍ଷ ଧରି ଅନ୍ନ ଗ୍ରହଣ କରିନାହାନ୍ତି। ଭାତ ନ ଖାଇବା ପଛରେ ସେଭଳି କିଛି କାରଣ ନାହିଁ। ତେବେ ଏହାଦ୍ୱାରା କୌଣସି ସମସ୍ୟା ହୋଇ ନାହିଁ। ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ବେଳେ ଏକ ସୁସଜ୍ଜିତ ମନ୍ଦିର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri