୨୫ ବର୍ଷ ଭାତ ଖାଇନାହାନ୍ତି ମାର୍କଣ୍ଡ

ଭଣ୍ଡାରିପୋଖରୀ,୩ା୪ (ସ୍ବ.ପ୍ର.): ୨୫ ବର୍ଷ ହେଲା ସେ ଭାତ ଖାଇନାହାନ୍ତି। ମୁଖ୍ୟତଃ ଫଳମୂଳକୁ ଆହାର ରୂପେ ଗ୍ରହଣ କରୁଥିବା ବେଳେ ପାଣି ସହ କେବଳ ଚା’ ତାଙ୍କର ସର୍ବୋତ୍ତମ ଶକ୍ତି ବୋଲି କହନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ସଂଲଗ୍ନ ମା’ ନେଙ୍କୁଡ଼ିଶୁଣୀଙ୍କ ପୀଠରେ ଥିବା ଜଗନ୍ନାଥ ଆଶ୍ରମ ମୁଖ୍ୟ ପୁରୋଧା ବାବା ମାର୍କଣ୍ଡ ପଣ୍ଡା(୬୫)। ତାଙ୍କ ଘର ସ୍ଥାନୀୟ ଚନ୍ଦ୍ରଭାନୁପୁର ଗ୍ରାମରେ।
ସେ କହନ୍ତି, ୩୦ ବର୍ଷ ହେବ ସେ ସଂସାର ତ୍ୟାଗ କରିଛନ୍ତି। ପ୍ରଥମେ ପୁରୀ ଯାଇ ଗୁରୁ ରାମାନନ୍ଦଙ୍କଠାରୁ ଦୀକ୍ଷିତ ହେଲା ପରେ ନିଜ ଅଞ୍ଚଳରେ ଏକ ଝାଟିମାଟି ଆଶ୍ରମ ତିଆରି କରି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଗୁରୁ ଦେଇଥିବା ନାମ ଅନୁସାରେ ସେ ମୃତ୍ୟୁଞ୍ଜୟ ଦାସ ନାମରେ ନାମିତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାର୍କଣ୍ଡ ବାବା ବୋଲି ଡାକନ୍ତି। ପ୍ରତ୍ୟେକ ଦିନ ସକାଳୁ ରୀତିନୀତି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ପୂଜା କରିବା ସହ ମଧ୍ୟାହ୍ନ ଓ ସାରେ ଭଗବାନଙ୍କୁ ନିୟମିତ ଆଳତି କରିଥାନ୍ତି। ପୂଜା ପ୍ରସାଦ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ ସେ ବର୍ଜନ କରିଥାନ୍ତି। ପାଖାପାଖି ୩୦ବର୍ଷ ହେବ ଜଗନ୍ନାଥଙ୍କ ସେବାରେ ସମର୍ପିତ ହୋଇଥିବା ବେଳେ ୨୫ ବର୍ଷ ଧରି ଅନ୍ନ ଗ୍ରହଣ କରିନାହାନ୍ତି। ଭାତ ନ ଖାଇବା ପଛରେ ସେଭଳି କିଛି କାରଣ ନାହିଁ। ତେବେ ଏହାଦ୍ୱାରା କୌଣସି ସମସ୍ୟା ହୋଇ ନାହିଁ। ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ବେଳେ ଏକ ସୁସଜ୍ଜିତ ମନ୍ଦିର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri