୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ ନଂ. ୪୦୩୮ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ। କାରଣ ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଅଁାଳ ସୁରକ୍ଷା ପାଇଁ ଏହା ପାଳନ ଅନିବାର୍ଯ୍ୟ। ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ। ଏହିକ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାରଠାରୁ ବୋଟ୍‌ଗୁଡିକୁ ବର୍ଥରେ ବନ୍ଧା ଯାଇଛି। ପ୍ରାୟ ୯୦ ପ୍ରତିଶତ ବୋଟ୍‌ ବର୍ଥରେ ପହଞ୍ଚଛି। ଅବଶିଷ୍ଟ ବୋଟ୍‌ ସୋମବାର ସା ସୁଦ୍ଧା ଫେରିବ ବୋଲି ଜଣାପଡିଛି। ପହଞ୍ଚତ୍ ଥିବା ବୋଟ୍‌ର ମତ୍ସ୍ୟଜୀବୀ ଏବେ ଘରମୁହଁା ହୋଇଛନ୍ତି। ଏହି କଟକଣା ସମୟରେ ସାମୁଦ୍ରିକ ମାଛ ବଜାରରେ ଉପଲବ୍ଧ ହେବ ନାହିଁ। ମାଛଧରା ବନ୍ଦ ରହିବା ଯୋଗୁ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ଲୋକଙ୍କ ରୋଜଗାର ବାଧାପ୍ରାପ୍ତ ହେବ। ଯଦିଓ ଏହି ସମୟରେ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଚାଉଳ ଓ ଅନ୍ୟ ସହାୟତା ବ୍ୟବସ୍ଥା କରିଛନ୍ତି ସେସବୁ ସେମାନେ ପାଉନାହାନ୍ତି। କାରଣ ପାରାଦୀପ ମତ୍ସ୍ୟଜୀବୀଙ୍କ ମତ୍ସ୍ୟ ବିଭାଗ ପାଖରେ ପଞ୍ଜୀକରଣ ନାହିଁ। କେବଳ ପାରମ୍ପରିକ ମତ୍ସ୍ୟଜୀବୀ ଏହାର ସୁବିଧା ପାଇବେ। ଏହି ସମୟରେ ଆମ ପରିବାର ଲୋକେ ଅସୁବିଧା ଭୋଗୁଥିବା ସାମୁଦ୍ରିକ ମତ୍ସ୍ୟଜୀବୀ ସୁବା ରାଓ କହିଛନ୍ତି। ପ୍ରାୟ ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜୀବୀ ଏହି ୨ମାସ ନିଜ ରାଜ୍ୟ ଆନ୍ଧ୍ରପ୍ରଦେଶ ପଳାଇଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri