ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୧୪l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସମବାୟ ସମିତି ଲିମିଟେଡ଼(ଆବେଦନକାରୀ)ତରଫରୁ ଦାୟର ହୋଇଥିବା ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି l କେସ ନଂ ଡବ୍ଲ୍ୟୁପି(ସି)-୬୭୮୧/୨୦୨୫ ଅଟେ l ଉକ୍ତ ମାମଲାରେ ଆରସିଏସ ଓଡିଶା, ଡିଆରସିଏସ ବାଲେଶ୍ୱର ଡିଭିଜନଙ୍କୁ ପକ୍ଷ କରାଯାଇଛି l ପ୍ରକ୍ରିୟା(ପ୍ରୋସିଡିଂ) ଚାଲିବ, କିନ୍ତୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଅନ୍ତରୀଣ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି l ପରବର୍ତ୍ତୀ ଶୁଣାଣି ପାଇଁ ୧୮ ମାର୍ଚ୍ଚ ୨୦୨୫କୁ ଦିନ ଧାର୍ଯ୍ୟ ହୋଇଛି l

ସୂଚନାଯୋଗ୍ୟ, ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ନେଇ ସମିତି ସମ୍ପାଦକ ଶରତ ସେଠି ଛନ୍ଦି ହୋଇଥିଲେ l କେନ୍ଦୁଝର ଡିଆରସିଏସ ଶୁଭ୍ରକାନ୍ତି ତୁଙ୍ଗ ମରୈଗାଁ ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିକୁ ଜବାବ/ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ l ପରେ ୬ ମାସ ପାଇଁ କମିଟିକୁ ରଦ୍ଦ କରିଥିଲେ l ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟର ଅଧିକାରୀ ନିତ୍ୟାନନ୍ଦ ଦେହୁରୀଙ୍କୁ ସମ୍ପୃକ୍ତ ମରୈଗାଁ ସମିତିର ଏମଆଇସି(ମ୍ୟାନେଜମେଣ୍ଟ ଇନ ଚାର୍ଜ) ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ l

କିନ୍ତୁ ଅଧିକାରୀ ଦେହୁରୀ ସମ୍ପୃକ୍ତ ସମିତିକୁ ଦାୟିତ୍ୱ ନେବାକୁ ଯାଇଥିବା ବେଳେ ସମ୍ପାଦକ ଶରତ ସେଠି କୌଣସି ରେକର୍ଡ ପତ୍ର ତାଙ୍କୁ ପ୍ରଦାନ ନକରି ଫେରାଇ ଦେଇଥିଲେ l ଫଳରେ ଉକ୍ତ ଘଟଣାରେ ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟ ତରଫରୁ ସମିତିର ସମ୍ପାଦକ ଶରତ ସେଠିଙ୍କୁ ଏ ବାବଦରେ ସତର୍କ କରାଇବା ସହ ରେକର୍ଡ ପତ୍ର ଏମଆଇସିଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଚିଠି ଜାରି ହୋଇଥିଲା l କିନ୍ତୁ ସମ୍ପାଦକ ସେଠି ଛୁଟି ପାଇଁ ଏକ ଦରଖାସ୍ତ ଦେଇଥିଲେ l ରେକର୍ଡ ପତ୍ର ହସ୍ତାନ୍ତର ନକରି ସମ୍ପାଦକ ସେଠିଙ୍କୁ ଏପରି ସ୍ଥଳେ ଛୁଟି ମଞ୍ଜୁର କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକା ଦିଗରେ ନାନା ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?