Posted inଖେଳ

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର, ଚାମ୍ପିଅନ୍ସ ଟ୍ରଫି ଲାଗି ହୋଇଥିଲା ଚୟନ

ନୂଆଦିଲ୍ଲୀ,୬।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଥିଲା। ୧୯ ଫେବୃଆରୀରୁ ଆରମ୍ଭ ହେଉଥିବା ଆଇସିସି ଟୁର୍ନାମେଣ୍ଟରେ ସେ ଖେଳିବାକୁ ଯାଉଥିଲେ। ହେଲେ ତା’ ପୂର୍ବରୁ ଅବସର ଘୋଷଣା କ କରି ଚମକାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ ODI କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଷ୍ଟୋଇନିସ ତୁରନ୍ତ ପ୍ରଭାବ ସହ ODIରୁ ଅବସର ନେଇଛନ୍ତି। ଏମିତିରେ ଅଷ୍ଟ୍ରେଲିୟ ଅଲରାଉଣ୍ଡରଙ୍କ ଏହି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ODI କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ, ଷ୍ଟୋଇନିସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବା ନେଇ ତାଙ୍କର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ସେ ଟି-୨୦ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ। ଏହାର ଅର୍ଥ ହେଉଛି ସେ କେବଳ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ODIରୁ ଅବସର ଘୋଷଣା କରି ମାର୍କସ ଷ୍ଟୋଇନିସ କହିଛନ୍ତି, ‘ଏହା ଏକ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ ODI କ୍ରିକେଟରୁ ଦୂରେଇ ଯିବା ଏବଂ ମୋ କ୍ୟାରିୟରରେ କିଛି ନୂଆ କରିବା ପାଇଁ ସଠିକ ସମୟ। ଏବେ ତାଙ୍କର ଧ୍ୟାନ କେବଳ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଉପରେ ରହିବ।’

ମାର୍କସ ଷ୍ଟୋଇନିସଙ୍କ ଅବସର ନିଷ୍ପତ୍ତି ଅଷ୍ଟ୍ରେଲିଆର ଚାମ୍ପିଅନ୍ସ ଟ୍ରଫି ଆଶାକୁ ପ୍ରଭାବିତ କରିଛି। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ମିଚେଲ ମାର୍ଶ ଏବଂ ପ୍ୟାଟ କମିନ୍ସଙ୍କ ଭଳି ଦୁଇ ବଡ଼ ଖେଳାଳିଙ୍କ ବାହାର ହେବାର ଅସୁବିଧାର ସମ୍ମୁଖୀନ ହେଉଥିଲା। ଏପରି ପରିସ୍ଥିତିରେ, ଷ୍ଟୋଇନିସ୍‌ଙ୍କ ଅବସର ତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି।

 

View this post on Instagram

 

A post shared by cricket.com.au (@cricketcomau)

କହିରଖୁଛୁ, ODI କ୍ରିକେଟରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ଷ୍ଟୋଇନିସ ଅଷ୍ଟ୍ରେଲିଆ ପାଇଁ ୭୧ଟି ଦିନିକିଆ ଖେଳି ୧ ଶତକ ଏବଂ ୬ଟି ଅର୍ଦ୍ଧଶତକ ସହିତ ୧୪୯୫ ରନ କରିଥିଲେ। ସମାନ ସଂଖ୍ୟକ ମ୍ୟାଚ୍‌ରେ ସେ ବଲ ସହିତ ୪୮ଟି ଉଇକେଟ ନେଇଥିଲେ। ଅଲରାଉଣ୍ଡର ଷ୍ଟୋଇନିସଙ୍କ ଏକଦିବସୀୟ କ୍ୟାରିଅର ଅଗଷ୍ଟ ୨୦୧୫ରେ କାର୍ଡିଫରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିଲା। ସେ ନଭେମ୍ବର ୨୦୨୪ ରେ ହୋବାର୍ଟରେ ପାକିସ୍ତାନ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri