ମାନଚିତ୍ର ବଦଳିଯାଇପାରେ

ଭାରତକୁ ବିଶ୍ୱସ୍ତରରେ ଅନ୍ୟତମ କ୍ଷମତାଶାଳୀ ଦେଶ ଭାବେ ଏଠାକାର ରାଷ୍ଟ୍ରୀୟ ନେତାମାନେ ପ୍ରଦର୍ଶନ କରିଚାଲିଛନ୍ତି। ବିଭିନ୍ନ ମଞ୍ଚରେ ଭାରତର ଉତ୍ଥାନ ବିଷୟରେ ଅନେକ ନେରେଟିଭ୍‌ ବା ବ୍ୟାଖ୍ୟାନ କରାଯାଉଛି। କେତେକେ ଭାରତ ଭୂମିର ସଫଳତାର ଊର୍ଦ୍ଧ୍ୱକୁ ଉଠି ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ବଖାଣୁଛନ୍ତି। ଏତେ ଭିତରେ ଅଶାନ୍ତ ମଣିପୁର ବିଷୟଟି ଅନ୍ଧାରରେ ଦୀର୍ଘ ଦେଢ଼ବର୍ଷ ଧରି ଘାଣ୍ଟି ହେଉଥିଲେ ମଧ୍ୟ ସେଥିପ୍ରତି ଜାତୀୟଠାରୁ ପ୍ରାନ୍ତୀୟ ସ୍ତରଯାଏ କାହାରି ନଜର ପଡ଼ୁ ନ ଥିଲା ଭଳି ମନେ ହେଉଛି। ୨୦୨୩ ମେ’ରୁ ହିଂସା କବଳିତ ମଣିପୁର ଦେଶର ଅନେକ ରାଜ୍ୟରେ ହୋଇଥିବା ନିର୍ବାଚନଠାରୁ ୨୦୨୪ ଲୋକ ସଭା ନିର୍ବାଚନ ଭଳି ସର୍ବଭାରତୀୟ ଭୋଟ ବ୍ୟାଙ୍କ ରାଜନୀତି ଦେଖିସାରିଲାଣି। ଏବେ ଝାଡ଼ଖଣ୍ଡ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ନିର୍ବାଚନ ହେବାକୁ ଯାଉଛି। ହେଲେ ମଣିପୁର ହିଂସା କୁନ୍ଥେଇ ମୁନ୍ଥେଇ କେଉଁଠି କେମିତି ନିର୍ବାଚନୀ ପ୍ରସଙ୍ଗ ପାଲଟି ପୁଣି ମିଳେଇ ଯାଉଛି। ଏଭଳି ଜନମାନସିକତାକୁ ଦେଖିଲେ ମନେ ହେଉଛି ସତେ ଯେମିତି ମଣିପୁର ଭାରତ ଭିତରେ ନାହିଁ। ଏହା ଜଣାଶୁଣା ଯେ ମଣିପୁର ସମେତ ଉତ୍ତର ପୂର୍ବାଞ୍ଚଳବାସୀଙ୍କ ପ୍ରତି ଅବଶିଷ୍ଟ ଭାରତୀୟଙ୍କ ଏକ ଭିନ୍ନ ଦୃଷ୍ଟି ଥିବାରୁ ସେଠାକାର ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥାଆନ୍ତି। ଭାରତ ସରକାର ସହି ଅଂଶକୁ ଅଣଦେଖା କରୁଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି।
ସଦ୍ୟ ହିଂସାକୁ ଦେଖିଲେ ମଣିପୁରରେ ମେଇତିଙ୍କ ଉପରେ କୁକି ଉଗ୍ରପନ୍ଥୀମାନେ ଭାରିପଡ଼ିଲେଣି। ଜରିବାମ୍‌ ଜିଲାରୁ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ୧୧ ନଭେମ୍ବରରେ ୬ ଜଣଙ୍କୁ ଅପହରଣ କରି ନେବାର ୫ ଦିନ ପରେ ସେମାନଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ହୋଇଥିବା ବେଳେ ଆଉ ୩ ଜଣ ଶିଶୁ। ଏହି ଘଟଣାକୁ ନେଇ ୧୬ ତାରିଖରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା କରିବା ସହ ଇମ୍ଫାଲରେ ଥିବା ୩ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଛନ୍ତି। ଏପରି କି ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ବାସଭବନ ଆଡ଼କୁ ସେମାନେ ପ୍ରବେଶ ଉଦ୍ୟମ କରିଥିଲେ। ସାନି ହିଂସା ବ୍ୟାପିବା ପଛରେ ଜରିବାମ ଅଞ୍ଚଳରେ ନଭେମ୍ବର ୧୧ରେ କିଛି ଲୋକ ଥାନା ଉପରେ ଆକ୍ରମଣ କରିଥିବା ଦେଖାଯାଇଥିଲା। ସୁରକ୍ଷାକର୍ମୀ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ପ୍ରତିଆକ୍ରମଣ କରିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ସେମାନେ କୁକି ଉଗ୍ରପନ୍ଥୀ ଥିଲେ ବୋଲି କୁହାଯାଉଛି। ପରବର୍ତ୍ତୀ ସମୟରେ ଉଗ୍ରପନ୍ଥୀ ଗୋଷ୍ଠୀ ପ୍ରତିହିଂସାପରାୟଣ ହୋଇ ମେଇତିମାନେ ରହୁଥିବା ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ୬ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ସକାଶେ ଇମ୍ଫାଲ ନିକଟବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍‌କୁ ବନ୍ଦ କରି ଦିଆଯାଇଛି। ଇତିମଧ୍ୟରେ କୋଅର୍ଡିନେଟିଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି (କୋକୋମି) ହିଂସା ଘଟାଇଥିବା ଉଗ୍ରପନ୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବିଭିନ୍ନ ଜିଲାରେ ଚଳିତ ମାସ ପ୍ରାରମ୍ଭରୁ ପୁନଃଲାଗୁ କରାଯାଇଥିବା ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଆଫ୍‌ସା) ହଟେଇ ଦେବାକୁ ଦାବି କରିଛି। ଉଲ୍ଲେଖଯୋଗ୍ୟ, ଏହି କଠୋର ଆଇନ ଲାଗୁ ହୋଇଥିବା ଅଞ୍ଚଳରେ ସେନା ଲୋକଙ୍କ ଉପରେ ଜୁଲମ କରିଥିବାର ଇତିହାସ ଅନେକ ରହିଆସିଛି।
ଦେଶରେ ଆଭ୍ୟନ୍ତରୀଣ ବ୍ୟାପାର ପରିଚାଳନା ଦାୟିତ୍ୱ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ଥାଏ। ଦେଢ଼ ବର୍ଷ ହେଲାଣି ମଣିପୁର ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ସତେ ଯେମିତି ବିଭିନ୍ନ ଅପଶକ୍ତି ଏହି ରାଜ୍ୟକୁ ହିଂସାର ପ୍ରୟୋଗଶାଳା କରିଦେଲେଣି। ସେଠାକାର ସ୍ଥିତି ଯାଞ୍ଚ କରିବା ଲାଗି ୧୭ ନଭେମ୍ବରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ(ସିଆର୍‌ପିଏଫ୍‌) ମହାନିର୍ଦ୍ଦେଶକ ଅନିସ ଦୟାଲ ସିଂ ଇମ୍ଫାଲରେ ପହଞ୍ଚତ୍ଛନ୍ତି। ତେଣୁ ହିଂସା ଯେଭଳି ଉଗ୍ର ହେବାରେ ଲାଗିଛି କେନ୍ଦ୍ର ତାହାକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାର ସହିତ ଉଭୟ ଗୋଷ୍ଠୀକୁ ଶାନ୍ତି ଟେବୁଲକୁ ଡାକି ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଉଚିତ। ଏପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ନିଆଯାଉଥିବାର ଖବର ମିଳୁନାହିଁ। ପ୍ରତ୍ୟେକ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ନିଆଁ ଲିଭାଇବାର ସବୁ ପ୍ରକାର ଉଦ୍ୟମ କରାଗଲେ ଏହି ଉତ୍ତର ପୂର୍ବାଞ୍ଚଳ ଭାରତ ସାଙ୍ଗରେ ରହିବ। ନଚେତ୍‌ ଭବିଷ୍ୟତର ମାନଚିତ୍ର ବଦଳିଯିବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?