ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍‌ ଛାପୁଛନ୍ତି ମାଓବାଦୀ, ଜାଲ୍‌ ନୋଟ୍‌ ସହ ମେଶିନ ଜବତ

ମାଲକାନଗିରି,୨୩ା୬(ଦୁର୍ଯ୍ୟୋଧନ ପାତ୍ର): ଅସ୍ତ୍ରଶସ୍ତ୍ର ବଦଳରେ ଲାଲ୍‌ବାହିନୀ ଏବେ ତିଆରି କରୁଛନ୍ତି ନକଲି ଟଙ୍କା। ମାଓବାଦୀ ଶିବିରରେ ଛପା ହେଉଛି ଏହି ନକଲି ନୋଟ୍‌। ଛତିଶଗଡ଼ରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରୋଧୀ ଅପରେଶନ ପରେ ଦୁର୍ବଳ ହୋଇପଡିଛି ମାଓବାଦୀ ସଂଗଠନ। କୁହାଯାଉଛି ଯେ, ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ। ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ଯାଉଛନ୍ତି ଲାଲ୍‌ବାହିନୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାର ଏକ ମାଓବାଦୀ ଶିବିର ଉପରେ ଚଢ଼ାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ୍‌ପି।

ଶନିବାର ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାରେ ହୋଇଛି ବଡ଼ଧରଣର ମାଓବାଦୀ ବିରୋଧୀ ଅପରେଶନ। ପ୍ରଥମଥର ଲାଗି ମାଓବାଦୀ ଶିବିରରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି ମେଶିନ ଓ ଅନ୍ୟାନ୍ୟ ଉପକରଣ। ୫୦ ଟଙ୍କାଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ୍‌ ଛପା ଯାଉଥିଲା ଏହି କ୍ୟାମ୍ପରେ। ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପୀଡ଼ିତ ଥିବା ଲାଲ୍‌ବାହିନୀ ବଜାରରେ ନକଲି ନୋଟ୍‌ ବ୍ୟବହାର କରୁଥିଲେ। କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡ଼ା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓବାଦୀ କ୍ୟାମ୍ପ ଉପରେ ସିଆର୍‌ପିଏଫ୍‌, ଡିଆର୍‌ଜି ଓ ବସ୍ତର ଫାଇଟରସର ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏମିତି କିଛି ଖୁଲାସା କରିଛନ୍ତି ସୁକୁମା ଏସ୍‌ପି. କିରନ ଚୌହାନ।

ବହୁ ପରିମାଣର ନକଲି ଟଙ୍କା ସହ ୨୦୦ ବୋତଲ ନୋଟ୍‌ ତିଆରି କରିବା କଲର ମିଳିଛି ମାଓବାଦୀ କ୍ୟାମ୍ପରୁ । ଟଙ୍କା ତିଆରି କରିବା ମେଶିନ ସହ ସମସ୍ତ ଉପକରଣ ଜବତ କରିଛି ସୁକୁମା ପୋଲିସ। ୨୦୨୨ଠାରୁ ମାଓବାଦୀ ସଂଗଠନ ପକ୍ଷରୁ ପର୍ଯ୍ୟାୟ କ୍ରମେ କିଛି ନକ୍ସଲ କ୍ୟାଡରମାନଙ୍କୁ ଟଙ୍କା ତିଆରି କରିବା ଲାଗି ତାଲିମ ଦିଆଯାଉଥିଲା। ଯେତେବେଳେ ବନ୍ଧୁକର ବୁଲେଟ୍‌ରେ ଆଉ ପାରିଲେ ନାହିଁ। ସେତେ ବେଳେ ଭାରତର ଅର୍ଥ ବ୍ୟବସ୍ଥାକୁ ମାଓବାଦୀମାନେ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ସୁକୁମା ଏସ୍‌ପି. କହିଛନ୍ତି। ମାଓବାଦୀ ଶିବିରରୁ ଟଙ୍କା ଛପା ମେଶିନ ଜବତ କରିବା ସହ କିଛି ମାଓବାଦୀଙ୍କୁ ମଧ୍ୟ ଗିରଫ କରିଛି ସୁକୁମା ପୋଲିସ। ହେଲେ ସେମାନଙ୍କ ଖୁଲାସା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। କାରଣ ଟଙ୍କା ତିଆରି କରିବା ପେପରଠାରୁ ଆରମ୍ଭ କରି ଅନ୍ୟ ସବୁ ଉପକରଣ ମାଓବାଦୀଙ୍କୁ କିଏ ଯୋଗାଉଥିଲା ତାହାର ତଦନ୍ତ କରୁଛି ସୁକୁମା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri