ବୌଦ୍ଧରେ ମାଓବାଦୀ ପୁଣି ସକ୍ରିୟ

ବୌଦ୍ଧ,୨୨ ।୧୧(ଅଜିତ କୁମାର ବାରିକ ): ଗତ କିଛିଦିନର ବ୍ୟବଧାନ ପରେ ବୌଦ୍ଧ ଜିଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ମାଓବାଦୀ ଜିଲାରେ ଥିବା ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧୬ ତାରିଖରେ ପୋଲିସକୁ ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳରେ ଥିବା ରାବଣେଶ୍ୱର ଜଙ୍ଗଲରେ ୩୫ରୁ ୪୦ ମାଓବାଦୀ ବୁଲୁଥିବାର ଖବର ମିଳିଥିଲା। ଖବର ପାଇବା ପରେ ଜିଲା ପୋଲିସ ପକ୍ଷରୁ ଯୋଜନା କରାଯାଇ ଏସ୍‌ଓଜି ଓ ଡିଭିଏଫ୍‌ମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।ଗତ ୧୯ ତାରିଖରେ ମାଓବାଦୀମାନେ ହଠାତ୍‌ ପୋଲିସ ଫୋର୍ସ ଉପରକୁ ଗୁଳିଚାଳନା କରିବା ସହ ବୋମାମାଡ଼ କରିଥିଲେ। ପୋଲିସ ମଧ୍ୟ ଏହାର ଜବାବରେ ପାଲଟା ଗୁଳିଚାଳନା କରିବାରୁ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଦୀର୍ଘ ୪୫ରୁ ୫୦ ମିନିଟ୍‌ ଗୁଳି ବିନିମୟ ହୋଇଥିବା ଆରକ୍ଷୀ ଅଧୀକ୍ଷକ ପ୍ରସାଦ ସୂଚନା ଦେଇଛନ୍ତି।ସେ ଆହୁରି କହିଥିଲେ, ମାଓବାଦୀମାନେ ଛତ୍ରଭଙ୍ଗ ଦେବା ପରେ ପୋଲିସ ଫୋର୍ସ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ। ଏହାଛଡା ଯେହେତୁ ମହିଳାମାନଙ୍କ ବସ୍ତ୍ର ଜବତ କରାଯାଇଛି, ତେଣୁ ମହିଳା ମାଓବାଦୀମାନେ ସାମିଲ ଥିବା ସ୍ପଷ୍ଟ ଜଣାପଡୁଛି। ମାଓବାଦୀ ସାମଗ୍ରୀଗୁଡିକ ମଧ୍ୟରେ ୩ ଗୋଟି ବିଦ୍ୟୁତ୍‌ ବିସ୍ଫୋରକ, ୨ ଗୋଟି ଏସ୍‌ବିଜିଏଲ୍‌ ଏମ୍‌ଟି କେସ୍‌, ଗୋଟିଏ ବ୍ୟାଟେରି, ୬ ଗୋଟି ବ୍ୟାଟେରି କ୍ଲିପ୍‌, ୧୨ ବୋର୍‌ ଏମ୍‌ଟି କେସ୍‌, ବିଦ୍ୟୁତ୍‌ ତାର ଗୋଟିଏ ବଣ୍ଡଲ, ବ୍ଲାଷ୍ଟିଂ ତାର , ମାଓବାଦୀ ପୁସ୍ତିକା, ମାଓବାଦୀ ଟୋପି, ୬ ଗୋଟି ଛୁରି, ଗୋଟିଏ କୋଡ଼ି, ଗୋଟିଏ ଟାଙ୍ଗିଆ, ୨ ଗୋଟି କଇଁଚି, ୨ଗୋଟି ଟର୍ଚ୍ଚ, ଔଷଧ, କଣ୍ଡୋମ , ଗର୍ଭ ନିରୋଧ ଔଷଧ, ୨ଗୋଟି କଳାରଙ୍ଗର ଛତା, ୭ ଗୋଟି ପ୍ଲାଷ୍ଟିକ ଡ୍ରମ୍‌, ୩ ବଣ୍ଡଲ ଦଉଡି, ମହିଳା ବସ୍ତ୍ର ୬ ଗୋଟି , ବ୍ଲାଙ୍କେଟ୍‌ ୨ ଗୋଟି, ବ୍ଲେଜର ଗୋଟିଏ. ଶୀତବସ୍ତ୍ର ୨ ଗୋଟି, ରୋଷେଇ ସାମଗ୍ରୀ, ଷ୍ଟିଲ୍‌ ମଗ୍‌, ଟିଫିନ, ଚପଲ, ବାଉଁଶଲାଠି ସହ ଆହୁରି ଅନେକ ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଥିଲେ। ଏନେଇ ମଙ୍ଗଳବାର ଦିନ ମନମଣ୍ଡା ଥାନାରେ ଏକ ମାମଲା (୨୮୦/୨୩)ରୁଜୁ ହୋଇଥିବା ଆରକ୍ଷୀ ଅଧୀକ୍ଷକ ପ୍ରସାଦ ଜଣାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କୈଳାସ ସେଠୀ ଉପସ୍ଥିତ ଥିଲେ।
ପ୍ରକାଶଥାଉ କି, ବୌଦ୍ଧ ଜିଲାରେ ବହୁ ସମୟରେ ମାଓବାଦୀମାନେ ରହି ଚଳପ୍ରଚଳ କରୁଥିବା ବେଳେ ହରଭଙ୍ଗା ବ୍ଲକର ତଳଗାଁ ଓ କଣ୍ଟମାଳ ବ୍ଲକରେ ମାଓବାଦୀମାନେ ନିଜର ସ୍ଥିତ ହାଜିର କରି ଆସୁଛନ୍ତି।। ୨୦୨୧ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଉମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧମାଳ ସୀମାନ୍ତ ଜଙ୍ଗଲ ସମାଡାଙ୍ଗୀ ଓ ନାଦେନ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ।। ୨୦୨୦ ମସିହାରେ ବୌଦ୍ଧକୁ ମାଓବାଦୀ ମୁକ୍ତ ଜିଲା ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଜିଲାକୁ ମାଓବାଦୀ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri