ବୌଦ୍ଧରେ ମାଓବାଦୀ ପୁଣି ସକ୍ରିୟ

ବୌଦ୍ଧ,୨୨ ।୧୧(ଅଜିତ କୁମାର ବାରିକ ): ଗତ କିଛିଦିନର ବ୍ୟବଧାନ ପରେ ବୌଦ୍ଧ ଜିଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ମାଓବାଦୀ ଜିଲାରେ ଥିବା ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧୬ ତାରିଖରେ ପୋଲିସକୁ ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳରେ ଥିବା ରାବଣେଶ୍ୱର ଜଙ୍ଗଲରେ ୩୫ରୁ ୪୦ ମାଓବାଦୀ ବୁଲୁଥିବାର ଖବର ମିଳିଥିଲା। ଖବର ପାଇବା ପରେ ଜିଲା ପୋଲିସ ପକ୍ଷରୁ ଯୋଜନା କରାଯାଇ ଏସ୍‌ଓଜି ଓ ଡିଭିଏଫ୍‌ମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।ଗତ ୧୯ ତାରିଖରେ ମାଓବାଦୀମାନେ ହଠାତ୍‌ ପୋଲିସ ଫୋର୍ସ ଉପରକୁ ଗୁଳିଚାଳନା କରିବା ସହ ବୋମାମାଡ଼ କରିଥିଲେ। ପୋଲିସ ମଧ୍ୟ ଏହାର ଜବାବରେ ପାଲଟା ଗୁଳିଚାଳନା କରିବାରୁ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଦୀର୍ଘ ୪୫ରୁ ୫୦ ମିନିଟ୍‌ ଗୁଳି ବିନିମୟ ହୋଇଥିବା ଆରକ୍ଷୀ ଅଧୀକ୍ଷକ ପ୍ରସାଦ ସୂଚନା ଦେଇଛନ୍ତି।ସେ ଆହୁରି କହିଥିଲେ, ମାଓବାଦୀମାନେ ଛତ୍ରଭଙ୍ଗ ଦେବା ପରେ ପୋଲିସ ଫୋର୍ସ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ। ଏହାଛଡା ଯେହେତୁ ମହିଳାମାନଙ୍କ ବସ୍ତ୍ର ଜବତ କରାଯାଇଛି, ତେଣୁ ମହିଳା ମାଓବାଦୀମାନେ ସାମିଲ ଥିବା ସ୍ପଷ୍ଟ ଜଣାପଡୁଛି। ମାଓବାଦୀ ସାମଗ୍ରୀଗୁଡିକ ମଧ୍ୟରେ ୩ ଗୋଟି ବିଦ୍ୟୁତ୍‌ ବିସ୍ଫୋରକ, ୨ ଗୋଟି ଏସ୍‌ବିଜିଏଲ୍‌ ଏମ୍‌ଟି କେସ୍‌, ଗୋଟିଏ ବ୍ୟାଟେରି, ୬ ଗୋଟି ବ୍ୟାଟେରି କ୍ଲିପ୍‌, ୧୨ ବୋର୍‌ ଏମ୍‌ଟି କେସ୍‌, ବିଦ୍ୟୁତ୍‌ ତାର ଗୋଟିଏ ବଣ୍ଡଲ, ବ୍ଲାଷ୍ଟିଂ ତାର , ମାଓବାଦୀ ପୁସ୍ତିକା, ମାଓବାଦୀ ଟୋପି, ୬ ଗୋଟି ଛୁରି, ଗୋଟିଏ କୋଡ଼ି, ଗୋଟିଏ ଟାଙ୍ଗିଆ, ୨ ଗୋଟି କଇଁଚି, ୨ଗୋଟି ଟର୍ଚ୍ଚ, ଔଷଧ, କଣ୍ଡୋମ , ଗର୍ଭ ନିରୋଧ ଔଷଧ, ୨ଗୋଟି କଳାରଙ୍ଗର ଛତା, ୭ ଗୋଟି ପ୍ଲାଷ୍ଟିକ ଡ୍ରମ୍‌, ୩ ବଣ୍ଡଲ ଦଉଡି, ମହିଳା ବସ୍ତ୍ର ୬ ଗୋଟି , ବ୍ଲାଙ୍କେଟ୍‌ ୨ ଗୋଟି, ବ୍ଲେଜର ଗୋଟିଏ. ଶୀତବସ୍ତ୍ର ୨ ଗୋଟି, ରୋଷେଇ ସାମଗ୍ରୀ, ଷ୍ଟିଲ୍‌ ମଗ୍‌, ଟିଫିନ, ଚପଲ, ବାଉଁଶଲାଠି ସହ ଆହୁରି ଅନେକ ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଥିଲେ। ଏନେଇ ମଙ୍ଗଳବାର ଦିନ ମନମଣ୍ଡା ଥାନାରେ ଏକ ମାମଲା (୨୮୦/୨୩)ରୁଜୁ ହୋଇଥିବା ଆରକ୍ଷୀ ଅଧୀକ୍ଷକ ପ୍ରସାଦ ଜଣାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କୈଳାସ ସେଠୀ ଉପସ୍ଥିତ ଥିଲେ।
ପ୍ରକାଶଥାଉ କି, ବୌଦ୍ଧ ଜିଲାରେ ବହୁ ସମୟରେ ମାଓବାଦୀମାନେ ରହି ଚଳପ୍ରଚଳ କରୁଥିବା ବେଳେ ହରଭଙ୍ଗା ବ୍ଲକର ତଳଗାଁ ଓ କଣ୍ଟମାଳ ବ୍ଲକରେ ମାଓବାଦୀମାନେ ନିଜର ସ୍ଥିତ ହାଜିର କରି ଆସୁଛନ୍ତି।। ୨୦୨୧ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଉମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧମାଳ ସୀମାନ୍ତ ଜଙ୍ଗଲ ସମାଡାଙ୍ଗୀ ଓ ନାଦେନ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ।। ୨୦୨୦ ମସିହାରେ ବୌଦ୍ଧକୁ ମାଓବାଦୀ ମୁକ୍ତ ଜିଲା ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଜିଲାକୁ ମାଓବାଦୀ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri