ହଜାରିବାଗରେ ଧରାପଡ଼ିଲେ ମାଓବାଦୀ ସୁନିଲ ଗଞ୍ଜୁ: ବେଲଟୁ ଗଣହତ୍ୟାରେ ଥିଲା ମୁଖ୍ୟ ଭୂମିକା

ରାଉରକେଲା,୧୪।୧୦(ସଙ୍ଗୀତା ଜେନା): ରାଜ୍ୟକୁ ଦୀର୍ଘ ଦିନ ଧରି ଭୟଭୀତ କରୁଥିବା ଜଣେ ହାଡକୋର ମାଓବାଦୀ ଶେଷରେ ପୋଲିସ ଜାଳରେଧରା ପଡ଼ିଛନ୍ତି। ପୋଲିସ ବାରକାଗାଗର ଜୋରାକଟ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ଗିରଫ କରିଛି। ସେ ୨୦୦୧ ମସିହାର ବେଲଟୁ ଗଣହତ୍ୟାରେ ମୁଖ୍ୟ ଭୂମିକା ନେଇଥିଲେ ଯେଉଁଠି ୧୩ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ସମୟରେ ମାଓବାଦୀମାନେ ମୃତକଙ୍କ ମୁଣ୍ଡ କାଟି ଫୁଟବଲ ଖେଳିଥିବା ଅଭିଯୋଗ ହୋଇଥିଲା।
ସୁନିଲ ଗଞ୍ଜୁ ୧୯୯୦ରୁ ସଂଗଠନରେ ସକ୍ରିୟ ଥିଲେ। ୨୦୧୮ରେ କାରାଗାରରୁ ମୁକ୍ତ ହେବା ପରେ ସେ ପୁନଃ ମାଓବାଦୀ ଦଳରେ ଯୋଗ ଦେଇ ସଂଗଠନକୁ ସକ୍ରିୟ କରି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଚାଲୁରଖିଥିଲେ। ସେ ଜୋରାକଟ ଅଞ୍ଚଳରେ ସହଯୋଗୀମାନଙ୍କ ସହ ଟିକସ ଆଦାୟ କରୁଥିଲେ ବୋଲି ପୋଲିସ କହିଛି।
ପୋଲିସ  ସୂଚନା ଅନୁସାରେ, ଜୋରାକଟ ଅଞ୍ଚଳକୁ  ସେମାନେ ଘେରାବନ୍ଦୀ କରିଥିଲା। ଏକ ବ୍ୟାଗସହିତ ଜଣେ ବ୍ୟକ୍ତି ଧରାପଡ଼ିଥିଲେ ଓ ପଚରାଉଚରାରେ ସେ ସୁନିଲ ଗଞ୍ଜୁ ବୋଲି  ଚିହ୍ନଟ ହୋଇଥିଲେ। ତାଙ୍କଠାରୁ ମାଓ ଲେଟରହେଡ ଓ ପାମ୍ଫଲେଟ ଜବତ ହେବା ସହିତ ପୋଲିସ ବଡ଼ ସଫଳତା ପାଇଛି।ଏସ୍‌ପି ଅଞ୍ଜନୀ ଅଞ୍ଜନଙ୍କ କହିବା ଅନୁଯାୟୀ, ସୁନିଲ ଗଞ୍ଜୁଙ୍କ ଗିରଫ ନକ୍ସଲବାଦୀ ଗୋଷ୍ଠୀ ପାଇଁ ଏକ ବଡ଼ ଝଟ୍‌କା। ସେ ହଜାରିବାଗ ଅଞ୍ଚଳରେ ସକ୍ରିୟ ଧରଣର ସଦସ୍ୟ ଥିଲେ ଏବଂ ସଂଗଠନକୁ ନୂଆ ଭାବରେ ଗଢ଼ି ତୋଳିବା ପ୍ରୟାସ କରୁଥିଲେ।

Share